ରୋପଣ ପଦ୍ଧତି କେଉଁ ସମୟରେ କଲେ ଠିକ ହେବ ଜାଣିବା……ଫେବୃୟାରିରୁ ଅପ୍ରେଲ ମାସ ମଧ୍ୟରେ ମଞ୍ଜି ସଂଗ୍ରହ କରାଯାଏ ।ଜୁନ ମାସରେ ସବୁ ବାଲିରେ ମଞ୍ଜି ମିଶାଜାଇ ପଲିଥିନ ମୁଣାରେ ଲଗାଯାଏ । ଏହା ପୂର୍ବରୁ ପଲିଥିନ ମୁଣାରେ ଉପଯୁକ୍ତ ପରିମାଣଆରଆର କମ୍ପୋଷ୍ଟ ଖତ , ବାଲି ଓ ମାଟି ମିଶାଜାଇ ଭର୍ତ୍ତି କରାଯାଏ । ସାତରୁ ଦଶଦିନ ମଧ୍ୟରେ ଶତକଡା ୪୦ ଭାଗ ମଞ୍ଜି ଗଜା ବାହାରେ ଅଗ୍ରସ୍ଥ ୧୫-୨୦ ସେମି ରେ ଡାଳ କଟାଜାଇ ପଲିଥିନ ମୁଣାରେ କିମ୍ବା ସିଧାସଳଖ ମାଟିରେ ପୋତାଯାଏ । କଟାଯାଇଥିବା ଡାକରୁ ସାପ୍ତାହିକ ମଧ୍ୟରେ ଚେର ବାହାରେ , ଯଥେଷ୍ଟ ଚେର ବାହାରିଲାପରେ ମାଟିରେ ଲଗାଯାଏ । ବର୍ଷାଋତୁ ଆରମ୍ଭରୁ ଅଙ୍କୁରିତ ଚାରା ଲଗାଯାଇବାର ପ୍ରକୃଷ୍ଟ ସମୟ ଅଟେ । ଗଛ ମୂଳରେ ଯେପରି ପାଣି ଜମି ନରହେ ସେଥିପ୍ରତି ଦୃଷ୍ଟି ଦେବା ଦରକାର । ଏହାଛଡା ଅଗ୍ରମୁକୁଳକୁ ମଧ୍ୟ “ ମିଷ୍ଟ ଚେମ୍ବର “ ରେ ଅଙ୍କୁଋଟ କରାଯାଇ ଚାରା ରୂପେ ହୋଇ ମାଡିଥାଏ ।
ଫସଲର ଯତ୍ନ ଓ ଜଳସେଚନ ବ୍ୟବସ୍ଥା କିପରି ହେବା ଦରକାର ଆସନ୍ତୁ ଜାଣିବା……ଗୁଡମାରୀ ଶୁଷ୍କ ଜଳବାୟୁକୁ ସହନ କରିବାର କ୍ଷମତା ଧାରଣା କରିଥିଲେ ମଧ୍ୟ ଗ୍ରୀଷ୍ମ ଋତୁ ରେ ଓ ଶୀତ ଋତୁରେ ମାସକୁ ଦୁଇଥର ଲେଖାଏଁ ପ୍ରତି ମାସରେ ପାଣି ଦେବାର ବ୍ୟବସ୍ଥା କରିବା ଉଚିତ । ଏହାଛଡା , ଏହି ଗଛରେ ଯେପରି ରୋଗପୋକ ନ ଲାଗନ୍ତି ସେଥିପ୍ରତି ଧ୍ୟାନ ଦେବା ଅବଶ୍ୟକ । ଏହି ଫସଲରେ ପାଓଡରୀ ମିଲଡିଉ ଦ୍ଵାରା ରୋଗ ହୋଇଥାଏ । ଏହାକୁ ଦୂର କରିବା ପାଇଁ ମୋନୋକ୍ରୋଟୋପଠସ ୧ ମିଳି କୁ ୧ଲି ପାଣିରେ ମିଶାଇ ସିଞ୍ଚନ କରାଯାଏ ।ଗଛ ୫-୬ ଫୁଟ ଉଚ୍ଚତା ବିଶିଷ୍ଟ ହୋଇଗଲେ ୧-୫ ବର୍ଷ ପରେ ଗଛର ଅଗ୍ରଭାଗକୁ କାଟି ଟ୍ରିମିଙ୍ଗ ପ୍ରତିବର୍ଷ କରାଯାଏ । ଏହାଫଳରେ ବେଶୀ ଶାଖା ବାହାରି ସେଥିରେ ଅଧିକ ସଂଖ୍ୟକ ପତ୍ର ବାହାରିଥାଏ । ୨ ବର୍ଷ ପରେ ଗୁଡମାରିର ପ୍ରଥମ ଫସଲ ଅମଳ କରାଯାଏ । ପ୍ରତ୍ୟେକ ବର୍ଷ ଗଛରେ ଖତ ଓ ପାଣି ଦେବାର ବ୍ୟବସ୍ଥା କରାଯାଏ ।ଦୁଇବର୍ଷଠାରୁ ଆରମ୍ଭ କରି ୨୦-୨୫ ବର୍ଷ ପର୍ଯ୍ୟନ୍ତ ଫସଲ ଅମଳ କରାଯାଇପାରିବ । ପତ୍ରଗୁଡିକ ସଂଗ୍ରହ କରି ୫ ଦିନ ଛାଇରେ ଶୁଖାଇ ଅଖାରେ ବାନ୍ଧି ରଖାଯାଏ । ତୃତୀୟ ବର୍ଷ ଫସଲରେ ପ୍ରାୟ ଗଛରୁ ୨ ରୁ ୨.୫ କିଗ୍ରା ପତ୍ର ମିଳିପାରେ । ବର୍ଷକୁ ୨ ଥର ପତ୍ର ସଂଗ୍ରହ କରାଯାଏ । ଗଛ ପ୍ରତି ୫୦୦ ଗ୍ରାମ ଶୁଖିଲା ପତ୍ର ହିସାବରେ ଏକ ଏକରରୁ ୧୭୫୦ କିଗ୍ରା ପତ୍ର ମିଳିପାରିବ ।ଏହି ପତ୍ରର ଦାମ ଋତୁ ଅନୁସାରେ ଅଲଗା ହୋଇଥାଏ । ପ୍ରାୟ ଜୁଲାଇ – ଅଗଷ୍ଟରେ ଶୁଖିଲା ପତ୍ରର ଦାମ ଅଲଗା ହୋଇଥାଏ ଓ ମାର୍ଚ୍ଚ-ଏପ୍ରିଲରେ ଏହା ଅଲଗା ଦାମ ରେ ବିକ୍ରି ହୋଇଥାଏ ।