ପିପ୍ପଳୀମୂଳା ଚାଷ

ପିପ୍ପଳି ମୂଳା ଏକ ଲତାଜାତୀୟ ଔଷଧୀୟ ବନସ୍ପତି ।ଭାରତର ଅନେକ ସ୍ଥାନରେ ପିପ୍ପଳି ମୂଳା ଚାଷ କରାଯାଏ। ବର୍ତ୍ତମାନ ଏହା ଓଡିଶା ରେ ବହୁଳ ପରିମାଣରେ ଚାଷ କରାଯାଉଛି ।ଏହାର ବହୁ ଔଷଧୀୟ ଗୁଣ ଯୋଗୁଁ ଆୟୁର୍ବେଦିକ ଔଷଧ ରେ ବହୁଳ ଭାବରେ ଉପଯୋଗ ହୁଏ ।ଆଉ ମଧ୍ୟ ମସଲା ପ୍ରସ୍ତୁତିରେ ବ୍ୟବହାର ହୁଏ।

ପିପ୍ପଳିମୂଳା ର ଔଷଧିୟ ଗୁଣ ହେଲା – କଫ, ବାତ ଶାମକ, ଉତ୍ତେଜକ, ଅଗ୍ନିବର୍ଦ୍ଧକ , କୃମିନାଶକ ଓ ଦୁର୍ଗନ୍ଧନାଶକ ଅଟେ । ଏହା ଉତ୍ତେଜକ ଓ ପାଚକ ଗୁଣଯୁକ୍ତ ହୋଇଥିବାରୁ ଶୂଳ , ବୃକକରୋଗ ଏବଂ କାଶ , ସର୍ଦ୍ଦି ଓ ଗଳାରୋଗର ଚିକିତ୍ସାରେ ଉପଯୋଗ କରାଯାଇଥାଏ । ବିଶେଷକରି ପାଚନ ତନ୍ତ୍ରର ଦୁର୍ବଳତା କ୍ଷେତ୍ରରେ ଏହାକୁ ସେବନ କରିବା ବିଶେଷ ଲାଭଦାୟକ ଅଟେ । ଅର୍ଶ, କାଶ, ଶ୍ଵାସ, ଓ ହୃଦୟ ଦୃବଳ ପ୍ରଭୃତି ରୋଗର ଉପଚାର ପାଇଁ ଏହାର ମୂଳଚୂର୍ଣ୍ଣକୁ ମହୁ ସହ ସେବନ କରାଯାଏ। ଏହି ଗଛର ମୂଳ,ପତ୍ର ,ଫଳ ସବୁ ବ୍ୟବହାର ହୁଏ। ଏହି link ମାଧ୍ୟମରେ ପିପ୍ପଳୀମୂଳା ରେ ପ୍ରସ୍ତୁତି ଜିନିଷ ମିଳିପାରିବ…..https://amzn.to/3sCNcm8

ଜମି ପ୍ରସ୍ତୁତି ଓ ରୋପଣ ପଦ୍ଧତି – ପ୍ରଥମେ ଜମିକୁ ୧ ଫୁଟ ଗଭୀରର ହଳ କରାଯାଇ ମାଟିକୁ ଭଲ ରୂପେ ଗୁଣ୍ଡ କରାଯାଏ । ଏକର ପିଛା ୧୦ ଗାଡି ଗୋବର ପକାଇ ଭଲ ରୂପେ ମିଶାଇଦିଆଯାଏ । ୪୫ ସେମି କରି ଡାଳଖଣ୍ଡ ଗୁଡିକ ସଂଗ୍ରହ କରି ଅଗଷ୍ଟ ମାସରେ ଜମିରେ ପୋତାଯାଇଥାଏ । ଗଛ ମଧ୍ୟରେ ଦୂରତା ୧୦ ସେମି ଓ ଧାଡି ମଧ୍ୟରେ ଦୂରତା ୩୦ ସେମି ରଖାଯାଏ । ପ୍ରଥମେ ଜମିକୁ ହୁଡା ଭଳି ଧାଡି କରି ଦିଆଯାଏ । ଏହି ହୁଡାରେ ଡାଳ ଖଣ୍ଡଗୁଡିକ ସମାନ ଭାବରେ ପୋତାଯାଏ।୨ମାସ ପରେ କଞ୍ଚା ଗୋବର ପ୍ରୟୋଗ କରାଯାଏ ଏବଂ କୋଡାଖୁସା କରାଯାଇଥାଏ ।ପିପ୍ପଳୀମୂଳା ଗଛ ଲତାଜାତୀୟ ହୋଇଥିବାରୁ ଏହା ନଡ଼ିଆ ଗଛ ,ପଣସ ଗଛ ହେଉ କିମ୍ବା ଶୁଖିଲା କାଠ ସାହାଯ୍ୟ ରେ ଗଛ ବଢିଥାଏ ।ଏହି ଗଛଗୁଡିକ ରେ ୨ପ୍ରକାର ରୋଗ ପୋକ ଦେଖାଯାଏ।ବିଶେଷ କରି ଗ୍ରୀଷ୍ମ ଋତୁରେ ଏହି ରୋଗ ପୋକ ଦେଖାଯାଏ।ତେଣୁ ନିମ୍ବ ପିଡ଼ିଆ ବା ବୋର ମିକ୍ସଚର କୁ ସ୍ପ୍ରେ ଦ୍ୱାରା ସିଞ୍ଚନ କରାଗଲେ ଦମନ ହୋଇପାରିବ।ଗଛ ପତ୍ର ହଳଦିଆ ପଡି ଶୁଖି ଆସିଲେ ଏବଂ ଫଳ ଗୁଡିକ ପ୍ରଥମେ ଶାଗୁଆ ତାପରେ କଳା ବା ନାଲି ରଙ୍ଗ ହୋଇ ଆସିଲେ ପାକଳ ହୋଇଗଲା ଜାଣିବେ।ରୋପଣର ପ୍ରାୟ ୧ ବର୍ଷ ୬ ମାସ ପରେ ଡିସେମ୍ବର ମାସରେ ପ୍ରଥମ ଫସଲ ଅମଳ କରାଯାଏ । ଅମଳ ପରେ ଗଛକୁ ଉପରୁ କିଛି କଟାଯାଇଥାଏ ପୁଣି ମୂଳରୁ ଗଛ ବାହାରିଥାଏ । ଏଣୁ ଥରେ ଲଗାଇଲେ ୧୦ ବର୍ଷ ପର୍ଯ୍ୟନ୍ତ ଏହାକୁ ଅମଳ କରାଯାଇପାରିବ ।

AgriChat mobile app. A friend for Farmer student Businessman, NGOs, and experts. Please downloa from playstore and use it.

1 thought on “ପିପ୍ପଳୀମୂଳା ଚାଷ”

Leave a Comment

Your email address will not be published. Required fields are marked *

Language»
error: Content is protected !!