
ଓଡିଶାରେ ଆକର୍ଷଣୀୟ ଫୁଲ ଭାବରେ ଜର୍ବେରା ର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି। ଫୁଲତୋଡ଼ା ଓ ସାଜସଜ୍ଜାରେ ଏହାର ବହୁଳ ବ୍ୟବହାର କରାଯାଉଛି । ବ୍ୟବସାୟିକ ଚାଷ ପାଇଁ ଖୋଲା ସ୍ଥାନ ଅପେକ୍ଷା “ଗ୍ରୀନ୍ ହାଉସ୍” ବା ସବୁଜ ଗୃହରେ ଉନ୍ନତ ପ୍ରଣାଳୀରେ ଜଣେ ଜର୍ବେରା ଚାଷ କରି ବେଶ୍ ଲାଭବାନ ହୋଇପାରିବ ।ଆପଣ ଜର୍ବେରା ମଞ୍ଜି କୁ ବ୍ୟବହାର କରି ଚାଷ କରିପାରିବେ ।
ଜର୍ବେରା ଫୁଲ ର ମଞ୍ଜି ପାଇଁ link…https://amzn.to/3n60kiM
ଟିସୁ କଲଚର ବା କଲମୀକରଣ ହୋଇଥିବା ଜର୍ବେରା ଗଛକୁ ମଧ୍ୟ ବୈଜ୍ଞାନିକ ଉପାୟରେ ଚାଷ କଲେ ଉତ୍ତମମାନର ଫୁଲ ଫୁଟିବା ସହିତ ଅମଳ ଅଧିକ ହୁଏ । ପୁଆ ଦ୍ଵାରା ମଧ୍ୟ ବଂଶ ବିସ୍ତାର କରାଯାଏ । ଯେଉଁ ଛାୟାଗୃହରେ ଜର୍ବେରା ଚାଷ କରାଯିବ ତାର ଆଲୋକ ନିୟନ୍ତ୍ରଣ ୫୦ ପ୍ରତିଶତରୁ ଅଧିକ ହେବା ଭଲ ନୁହେଁ । ଛାଇ ଅଧିକ ହେଲେ ଫୁଲର ମାନ ମଧ୍ୟ କମିଯାଏ । ଜର୍ବେରା ପାଇଁ ନାଲି କଙ୍କରିଆ ମାଟି ଭଲ । ନିଗିଡ଼ା ଦୋରସା ମାଟି ମଧ୍ୟ କାମ ଦିଏ ।
ପ୍ରଥମେ ମାଟିକୁ ଫରମାଲଡିହାଇଡ୍ ଦ୍ଵାରା ବିଶୋଧନ କରାଯାଏ । ପରେ ଛୋଟ ଟ୍ରାକ୍ଟର, ପାୱାର ଟଲର କିମ୍ବା ଶ୍ରମିକ ଦ୍ଵାରା ଲମ୍ବା ବେଡ୍ ପ୍ରସ୍ତୁତ କରାଯାଏ । ପ୍ରତି ଦୁଇଟି ବେଡର ମଧ୍ୟରେ ୪୦ ସେମି ଓସାରର ରାସ୍ତା ରହେ। ବେଡର ଉପରି ଭାଗରେ ସଢା ଗୋବର ଖତ ଗୁଣ୍ଡ, ଧାନ ର ଚସୁ ବା କୁଣ୍ଡା କୁ ଏବଂ ନଡ଼ିଆ କତା ଗୁଣ୍ଡ ବା କୋକପିଟ କରି ମିଶାଇ ଦିଆଯାଏ । ଖତ ସହିତ ମଧ୍ୟ ସିଙ୍ଗଲ ସୁପରଫସଫେଟ, ଜିଙ୍କସଲଫେଟ୍ ମିଶାଇ ଦିଆଯାଏ ।
ଏହି ଲିଙ୍କ ମାଧ୍ୟମରେ ମାଟିକୁ ବିଶୋଧନ ପାଇଁ ଔଷଧ ପାଇପାରିବେ…https://amzn.to/3BI3iOH
ଏଇ ବେଡର ଦୁଇ ଧାରରେ ବୁନ୍ଦା ଜଳସେଚନର ଲାଟେରାଲ ପାଇପ୍ ବିଛାଇ ଦିଆଯାଏ । ଧାଡ଼ିକୁ ଧାଡ଼ି ୪୦ ସେମି ଗଛକୁ ଗଛ ୩୦ ସେମି ଦୂରତାରେ ଏକାନ୍ତର ପଦ୍ଧତି ଗଛ ଲଗାଯାଏ । ଲଗାଇବା ଉପଯୋଗୀ ଗଛ ୩ ମାସର ହୋଇଥିବା ଭଲ । ଏହାକୁ ୭୦% ମାଟିରେ ପୋତି ୩୦% ଉପରକୁ ରଖିଲେ ଗଛ ଶୀଘ୍ର ବଢିପାରେ ।ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହ ଜର୍ବେରା ଲଗାଇବର ପ୍ରକୃଷ୍ଟ ସମୟ ।
ନୂଆ ବଗିଚା ପାଇଁ ଅକ୍ଟୋବର ମାସ ଭଲ । ବଜାରରେ ଚାହିଦା ଥିବା କିସମ ମଧ୍ୟରେ ପିମ୍ରୋଜ, ଗୋଲିଥ୍, ଇନଟେନସ୍ ବାଇଲେନ୍ସ୍, ମେକ୍ସ, ସିଲଭରଷ୍ଟାର, ଷ୍ଟାନ୍ଜା ପିଙ୍କଷ୍ଟାର, ରେଡମୋନାର୍କ, ଲିଣ୍ଡେସା ଗଛଗୁଡିକ ବାଙ୍ଗାଲୋର ଓ ପୁନେ ରୁ ଆସୁଛି । ପ୍ରତି ଗଛର ମୂଲ୍ୟ ୩୫ ଟଙ୍କା ରହିଛି ।ଥରେ ଚାଷ କଲେ ଆରମରେ ୫ବର୍ଷ ଯାଏଁ ଅମଳ ଦିଏ।ଚାଷ ଆରମ୍ଭରୁ ନିଜକୁ ଖର୍ଚ୍ଚ ଉଠାଇବାକୁ ପଡିଥାଏ ।କିନ୍ତୁ ସରକାରୀ ସହାୟତା ବା ସବସିଡି ରହିଛି।ଗଛ ଲଗାଇବାର ୬୦ /୭୦ ଦିନପରେ ଫୁଲ ଫୁଟିବା ଆରମ୍ଭ ହୁଏ । କିସମ ଅନୁସାରେ ଗଛ ପ୍ରତି ୩୫ରୁ ୫୫ଟି ଫୁଲ ଅମଳ ହୋଇଥାଏ ।।କ୍ଷେତରୁ ବାଳୁଙ୍ଗା ନିୟମିତ ସଫା କରାଯାଏ । ଅତି ଛୋଟ ପୁରୁଣା ପତ୍ର ଛିଣ୍ଡାଇ ଦିଆଯାଏ ।ଏହି ଚାଷ କରିବା ପୂର୍ବରୁ ଏବଂ ସମୟରେ କୃଷି ବିଶେଷଜ୍ଞ ଙ୍କ ପରାମର୍ଶ ନେବା ଜରୁରୀ।ରୋଗ ପୋକ ନିୟନ୍ତ୍ରଣ ପାଇଁ ପ୍ରତି ସପ୍ତାହରେ ଔଷଧିୟ ଦ୍ରବଣ ସିଞ୍ଚନ କରାଯାଏ । ଏହାକୁ ସଠିକ୍ ପ୍ୟାକେଜିଂ କରି ବଜାରକୁ ପଠାଯାଏ । ଏହି ଜର୍ବେରା ଚାଷରୁ ଭଲ ଲାଭ ହୋଇଥାଏ ।

