ମାଛ ପୋଖରୀର ପ୍ରକାର ଭେଦ ଓ ଗଠନ ପ୍ରଣାଳୀ (Fish Pond- Type and Design)

ମାଛଚାଷ ଗୋଟିଏ ନୂଆ କଥା ନୁହେଁ ବା ତତ୍ ସଂକ୍ରାନ୍ତୀୟ ନିର୍ମାଣଜ୍ଞାନ କୌଶଳ ମଧ୍ୟ ନୂଆ ନୁହେଁ । ଦୀର୍ଘ ଦୁଇ ହଜାର ବର୍ଷ ପୂର୍ବରୁ ପ୍ରଥମ ମାଛଚାଷ ପୋଖରୀ ନିର୍ମିତ ହୋଇଥିବାର ପ୍ରମାଣ ରହିଛି । ବସ୍ତୁତଃ ବିଗତ କେତେ ବର୍ଷ ମଧ୍ୟରେ କୃଷି ତୁଳନାରେ ମାଛଚାଷ ସେତେଟା ଅଗ୍ରଗତି କରିପାରି ନାହିଁ । ମାତ୍ର ଗତ ତିନି ଦଶନ୍ଧି ମଧ୍ୟରେ ମାଛଚାଷ କ୍ଷେତ୍ରରେ ଯେଉଁ ଅଦ୍ଭୁତପୂର୍ବ ଗବେଷଣା, ଉପଯୋଗ ଓ ପ୍ରସାର ଇତ୍ୟାଦି କାର୍ଯ୍ୟ କରାଗଲା ତାହା ବାସ୍ତବିକ୍ ଉଲ୍ଲେଖନୀୟ । ମତ୍ସ୍ୟ ବୈଜ୍ଞାନିକମାନେ ଅଧିକ ଉତ୍ପାଦନ ଭିଭିକ ମାଛଚାଷରେ ଯେଉଁ କେତୋଟି ଉନ୍ନତ ପ୍ରୟୋଗ ପ୍ରଣାଳୀ ବାହାର କଲେ ତାହା ପ୍ରମାଣିତ କରିଦେଲା ଯେ ମାଛଚାଷ ଅନ୍ୟ ସବୁ ଚାଷଠାରୁ ଲାଭଦାୟକ ଏହାକୁ ଭିତ୍ତିକରି ମାଛଚାଷ ଯେ ଏକ ମୁଖ୍ୟ ଗ୍ରାମ୍ୟ ଶିଳ୍ପରୂପେ ଏବେ ମୁଣ୍ଡ ଟେକିବାକୁ ଯାଉଛି ଏହା ନିଃସନ୍ଦେହରେ କୁହାଯାଇପାରେ । କିନ୍ତୁ ପ୍ରଶ୍ନ ଉଠେ ବିନା ବୈଷୟିକ କୌଶଳରେ ନିର୍ମିତ ଆମ ଦେଶର ଗାଁ ଗହଳିରେ ଥିବା ଲକ୍ଷ ଲକ୍ଷ ହେକ୍ଟର ପରିତ୍ୟକ୍ତ ଗାଡ଼ିଆ, ପୋଖରୀ ଓ ଜଳକ୍ଷେତ୍ରକୁ ନେଇ କଣ ଆମେ ଏ ମୂଲ୍ୟବାନ ଯୋଜନା ଗୁଡ଼ିକୁ ଶିଳ୍ପରୂପେ ଦେଇପାରିବା ? ବୈଷୟିକ ପରାମର୍ଶ ସହିତ ଇଂଜିନିୟରିଂ କୌଶଳର ଅବଲମ୍ବନ ଏହାର ଏକମାତ୍ର ମାଧ୍ୟମ ଯାହା ଦ୍ଵାରାକି ଏଗୁଡ଼ିକର ନବୀକରଣ କରିବା ସଙ୍ଗେ ସଙ୍ଗେ ନୂତନ ପ୍ରକାରର ପୋଖରୀ ନିର୍ମାଣକରି ମସ୍ୟଚାଷୀମାନଙ୍କର ଉନ୍ନତି ସହିତ ଦେଶର ଅର୍ଥନୈତିକ ମାନଦଣ୍ଡ ସୁଦୃଢ଼ କରାଯାଇପାରିବ । ଅବଶ୍ୟ ଏ ପ୍ରଣାଳୀ ଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ମସ୍ୟଚାଷୀ ମାନଙ୍କ ମଧ୍ୟରେ ଆଗ୍ରହ ଏବଂ ପାଣ୍ଡିର ଆବଶ୍ୟକ ରହିଛି । ତେଣୁ ଦେଶର ବିଭିନ୍ନ ସଂସ୍ଥା ପୁଷ୍ଟିସାର ଖାଦ୍ୟର ଅଭାବକୁ ଲକ୍ଷ୍ୟ କରି ମାଛ ଶିଳ୍ପର ବିକାଶ ନିମିତ୍ତ ବୈଷୟିକ ସାହାଯ୍ୟ ସହଯୋଗ ଓ ସୁଲଭ ଋଣ ଯୋଜନା କାର୍ଯ୍ୟକାରୀ କରାଉଛନ୍ତି ।

ତେବେ ଆସନ୍ତୁ ଆଲୋଚନା କରିବା ଜଳଜୀବମାନଙ୍କର ବାସସ୍ଥଳୀ ନିମିତ୍ତ କେଉଁ କେଉଁ ବିଷୟ ଉପରେ ଧ୍ୟାନ ଦେଇ ଓ କେଉଁ ପ୍ରକାରର କାରିଗରୀ କୌଶଳ । ଅବଲମ୍ବନ କରି ଆମେ ମାଛଚାଷ ସମ୍ବନ୍ଧୀୟ ଏ ବୈଜ୍ଞାନିକ ତତ୍ତ୍ଵଗୁଡ଼ିକର ସଦୁପଯୋଗ କରିବା ଓ ଆମର ଜଳକ୍ଷେତ୍ରଗୁଡ଼ିକର ଫାଇଦା ଉଠାଇପାରିବା ।

ବିଭିନ୍ନ ପ୍ରକାରର ମାଛ ପୋଖରୀ

ମାଛଚାଷ ପୋଖରୀ ଗୁଡ଼ିକ ସାଧାରଣତଃ ଦୁଇଟି ଉପାୟରେ କରାଯାଏ । 

ଗୋଟିଏ ହେଲା ମାଟି ଖୋଳି ଓ ଅନ୍ୟଟି ଭୂମି ଉପରେ ବନ୍ଧ ନିର୍ମାଣ କରି କରାଯାଏ । 

କେତେକ କ୍ଷେତ୍ରରେ ଉଭୟ ବନ୍ଧ ପକା ଓ ମାଟି ଖୋଳା କାମ ମଧ୍ୟ କରାଯାଇଥାଏ । ଏ ସବୁର ମୁଖ୍ୟତଃ ଭୂମିର ପତନ ତଥା ପୋଖରୀ ଖୋଳିବା ସ୍ଥାନଟିର ପ୍ରାକୃତିକ  ପରିବେଶ ଉପରେ ନିର୍ଭର କରେ । ପୋଖରୀ ଗୁଡ଼ିକ ଭୂମି ପତନର ଉପରେ କରାଯାଇ ପାରିଲେ ଭଲ । ଏହାଦ୍ଵାରା ଜଳଯୋଗାଣ ଓ ଅପସାରଣ ପ୍ରକ୍ରିୟା ସୁବିଧାରେ  କରାଯାଇପାରେ । ଏହି ପ୍ରକାରର ଜଳାଶୟର ମାଛ ଉତ୍ପାଦନ କ୍ଷମତା ସାଧାରଣ ଠାରୁ ପାଞ୍ଚ ଦଶ ଗୁଣ ବୃଦ୍ଧି ପାଇଥାଏ । ଉତ୍ପାଦନ ବୃଦ୍ଧି ଓ ଜଳର ସଦୁପଯୋଗ ନିମିତ୍ତ ମାଟିବନ୍ଧ ଘେରା ପୋଖରୀ ବ୍ୟତୀତ ଇଟା, ଗୋଡ଼ି, ବାଲି, ପଥର, ସିମେଣ୍ଟ ଦ୍ଵାରା ବିଭିନ୍ନ ପ୍ରକାରର ପକା ପୋଖରୀ ଓ କୃତ୍ରିମ ଉପାୟରେ ସ୍ରୋତ ସୃଷ୍ଟିକାର ପୋଖରୀ ତିଆରି ହେଉଛି । ଏ ପ୍ରକାରର ପୋଖରୀ ଗୁଡ଼ିକ ପ୍ରାରମ୍ଭିକ ସମୟରେ ବ୍ୟୟସାପେକ୍ଷ ହେଲେ ମଧ୍ୟ ଆଜିର ଶିଳ୍ପଭିତ୍ତିକ ମାଛ ଚାଷ ଯୋଜନା ଗୁଡ଼ିକର କାର୍ଯ୍ୟକାରିତା ପାଇଁ ବିଶେଷ ଉପଯୋଗୀ ଓ ଲାଭଦାୟକ ।

ସ୍ଥାନ ନିରୂପଣ

ମାଛଚାଷ ପାଇଁ ଏକ ପୋଖରୀ କିମ୍ବା ଅନେକ ପ୍ରକାରର ପୋଖରୀ ଥିବା ଏକ ଫାର୍ମ ଆବଶ୍ୟକ । ଏଥିପାଇଁ ଏକ ସୁବିଧାଜନକ ସ୍ଥାନ ପ୍ରଥମରୁ ବାଛିନେବା ହେଉଛି ଏକ ବୃଦ୍ଧିମାନର କାମ । କାରଣ ଏହାରି ଉପରେ ପୋଖରୀଗୁଡ଼ିକର ନିର୍ମାଣ ଅଟକଳ ଓ ଫାର୍ମଟିର ଆର୍ଥିକସ୍ଥିତି ସଂପୂର୍ଣ୍ଣ ଭାବେ ନିର୍ଭରଶୀଳ । ମାଛପୋଖରୀ ପାଇଁ ଉପଯୋଗୀ ସ୍ଥାନ ବାଛିଲା ବେଳେ ମୁଖ୍ୟତଃ ତିନୋଟି ବିଷୟ ପ୍ରତି ଦୃଷ୍ଟି ଦେବାକୁ ହୋଇଥାଏ । ସେଗୁଡ଼ିକ ହେଲା

ସ୍ଥାନଟିର ପ୍ରାକୃତିକ ବିବରଣ (ଭୂବୃତ୍ତାନ୍ତ),

ମାଟି ଓ ଜଳ

ପ୍ରାକୃତିକ ବିବରଣ

ପ୍ରଥମେ ସ୍ଥାନଟିର ଭୂ-ବିବରଣୀ କଥା ଚିନ୍ତା କରାଯାଉ । ଯାଗାଟି ଗଡାଣିଆ ହୋଇଥିଲେ ଭୂମି ଉପରେ ବନ୍ଦକରି ପୋଖରୀ କରାଯାଏ । ଯାହା ଫଳରେ ଗୋଟିଏ ପୋଖରୀରୁ ଆର ପାଖ ପୋଖରୀକୁ ଜଳ ସୁବିଧାରେ ଯାତାୟତ କରିଥାଏ । ଏହା ଫଳରେ ଜଳ ନିଷ୍କାସନ ପାଇଁ ପାଣିପ ଇତ୍ୟାଦିର ବ୍ୟବସ୍ଥା ଦରକାର ପଡ଼େ ନାହିଁ । ଯେହେତୁ ପୋଖରୀର ବନ୍ଧ ତିଆରି ପାଇଁ ଦରକାର ମାଟିର ପରିମାଣ ଠାରୁ ପୋଖରୀ । ଖୋଳାରୁ ଅଧିକ ମାଟି ବାହାରେ ସେହି ହେତୁ ଏପରି ଗଡ଼ାଣିଆ ଯାଗାଗୁଡ଼ିକ ଅନେକ ଦୃଷ୍ଟିରୁ ସୁବିଧାଜନକ । କିନ୍ତୁ ଗଡ଼ାଣିର ହାର ଶତକଡ଼ା ଏକରୁ ପାଞ୍ଚ ମଧ୍ୟରେ ହେଲେ ଭଲ । ଗଡ଼ାଣିର ହାର ଅଧିକ ହେଲେ ବଡ଼ ପୋଖରୀ କରିବାରେ ସୁବିଧା ହୁଏ ନାହିଁ । ପୋଖରୀର ଗଭୀରତା ଆବଶ୍ୟକ ଠାରୁ ବଢ଼ିଯାଏ । ସମତଳ ଅଞ୍ଚଳର ଖାଲୁଆ ଯାଗାଗୁଡ଼ିକ ମାଟିଖୋଳି ପୋଖରୀ କରିବା ପାଇଁ କମ୍ ଖର୍ଚ୍ଚ ପଡ଼େ । ଦେଶର ବିଭିନ୍ନ ପ୍ରାନ୍ତରେ ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଥିବା ଲକ୍ଷ ଲକ୍ଷ ହେକ୍ଟର ସନ୍ତସନ୍ତିଆ ଅନାବାଦୀ । ଭୂମି ଓ ଜଳକ୍ଷେତ୍ର ଗୁଡ଼ିକୁ ବିଶେଷ ଭାବେ ଅନୁଧ୍ୟାନ ପୂର୍ବକ ବିଭିନ୍ନ ଇଞ୍ଜିନିୟରିଂ କୌଶଳର ଅବଲମ୍ବନରେ ଶସ୍ତା ଓ ସୁବିଧା ଜନକ ମାଛ ପୋଖରୀରେ ପରିଣତ କରାଯାଇପାରେ। ଅନେକଗୁଡ଼ିଏ ପୋଖରୀ ସମ୍ବଳିତ ଫାର୍ମଟିଏ କରିବାର ଥିଲେ ପର୍ଯ୍ୟବେକ୍ଷଣ ପଦ୍ଧତିର ଅବଲମ୍ବନରେ ଭୂବୃତ୍ତାନ୍ତ ନିୟ କରିବାକୁ ପଡ଼ିଥାଏ ।

ମାଟି

ଅନୁସନ୍ଧାନରୁ ଜଣାଯାଏ ଦେଶର ବିଭିନ୍ନ ପ୍ରାନ୍ତରେ ଖୋଦିତ ହୋଇଥିବା ଅଧୁକାଂଶ ପୋଖରୀ ଗୁଡ଼ିକରେ ପାଣି ନ ରହିବାର ମୁଖ୍ୟ କାରଣ ହେଲା ପୋଖରୀର ତଳ ଓ ପାଖମାଟି ପାଣି ଧରି ରଖିପାରୁନାହିଁ । ଖୁବ୍ କମ୍ ସମୟରେ ପାଣି ମାଟି ମଧ୍ୟରେ ଅନ୍ୟ ପଟକୁ ଝରି ଯାଉଛି । ଏହାଦ୍ଵାରା ପୋଖରୀରେ ବର୍ଷସାରା ଜଳଯୋଗାଣ କିମ୍ବା ପୋଖରୀର ତଳ ଓ ପାଖମାଟିରେ ବିଭିନ୍ନ ପ୍ରକାରର ଜଳ ନିରୋଧକ ବ୍ୟବସ୍ଥା ବିଶେଷ ବ୍ୟୟସାପେକ୍ଷ । ତେଣୁ ପ୍ରଥମରୁ ନିର୍ଦ୍ଦିଷ୍ଟ ଜାଗାଗୁଡ଼ିକର ମାଟି ପରୀକ୍ଷାଗାରରେ ପରୀକ୍ଷା କରାଇନେବା ଭଲ । ଉପରସ୍ତରରୁ ମାଟି ନେଇ ପରୀକ୍ଷା କରିଦେଲେ କିଛି ଲାଭ ହେବନାହିଁ । କାରଣ ପୋଖରୀଟିକୁ ଏକ ବା ଦୁଇମିଟର ଖୋଳିବାକୁ ପଡ଼ିଥାଏ । ତେଣୁ । ଜାଗାଟିର ଆୟତନକୁ ଦୃଷ୍ଟିରେ ରଖି କେତୋଟି ସ୍ଥାନରୁ ଦୁଇରୁ ଚାରି ମିଟର ଗଭୀରରେ ଥିବା ମାଟି ନମୂନା ନେଇ ପରୀକ୍ଷା କରିନେବା ଉଚିତ୍ । ଯେଉଁ ମାଟିର ପାଣି ଝରିଯିବା ହାର କମ୍ ସେହି ମାଟି ଉପରେ ପୋଖରୀଟି କରିବା ଭଲ ।

କେଉଁ ମାଟିର ପାଣି ଝରେଇବା ହାର କେତେ, ତାହା ନିମ୍ନଲିଖିତ ତାଲିକାରୁ ଜଣାପଡ଼େ ।

ମାଟିର ପ୍ରକାର

ପାର୍ଶ୍ଵଧାର (ଜଳ / ଲମ୍ବ କ୍ରମରେ)

ଚିକିଟା ମାଟି

୨:୧ ରୁ ୧:୧

କାଦୁଆ ମାଟି

୨:୧ ରୁ ୧.୫:୧

ପଟୁମାଟି

୨.୫:୧ ରୁ ୨:୧

ବାଲିଆ ଦୋରସା

୩:୧ ରୁ ୨:୧

ବାଲିଆ

୪:୧ ରୁ ୩:୧

ଗ୍ରାଭେଲ

୧.୫:୧ ରୁ ୧:୧

ପଥୁରିଆ

୧:୧ ରୁ ୦.୨୫:୧

 

ଏଥିରୁ ଜଣାଗଲା ବାଲିଆ କିମ୍ବା ଅକ୍ସ ବାଲିଆ ମାଟି ମାଛପୋଖରୀ ପାଇଁ ସଂପୂର୍ଣ୍ଣ ଅନୁପଯୁକ୍ତ । କାଦୁଆ ବା ଚିକ୍କଣ କାଦୁଆ ମାଟି ପାଣି ଧରି ରଖେ ଓ ବାହାରକୁ ପାଣି ଝରିଯିବାର ପରିଲକ୍ଷିତ ହୁଏ ନାହିଁ । ତେଣୁ ଏହି ପ୍ରକାର ମାଟିଥିବା ସ୍ଥାନ ମାଛ ପୋଖରୀ ପାଇଁ ସର୍ବୋତ୍କୃଷ୍ଟ ।

ଜଳ

ମାଛଚାଷ ପାଇଁ ଜଳର ଆବଶ୍ୟକତା ଅତୀବ ଗୁରୁତ୍ଵପୂର୍ଣ୍ଣ । କାରଣ ପ୍ରତ୍ୟେକ ଜଳଜୀବନର ମାଧ୍ୟମ ହିଁ କେବଳ ଜଳ, ମତ୍ସ୍ୟ ଉତ୍ପାଦନ ସଂସ୍ଥା ଗୁଡ଼ିକର ଆର୍ଥିକ । ମାନଦଣ୍ଡ ଜଳ, ତାର ମାଧ୍ୟମ ଓ ଯୋଗାଣ ପଦ୍ଧତି ଉପରେ ପର୍ଯ୍ୟବେଷିତ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ମତ୍ସ୍ୟ ଚାଷୀମାନେ ପ୍ରାରମ୍ଭରୁ ଜଳର ଅଟକଳ ଠିକ୍‌ଭାବରେ ନ କରି ପରେ ବିଶେଷ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଗୋଟିଏ ମାଛ ଓ ଯାଆଁଳ ଉତ୍ପାଦନକାରୀ ସଂସ୍ଥା ଜଳର ଉପଯୋଗ ବିଭିନ୍ନ ଭାବରେ କରିଥାଏ ।

ମାଛଙ୍କ ପାଇଁ ଉର୍ଦ୍ଧିଷ୍ଟ ପୋଖରୀ ବା କୁଣ୍ଡଗୁଡ଼ିକ ସାଧାରଣତଃ ଅଗଭୀର ବା ସ୍ୱଳ୍ପ ଜଳ ବିଶିଷ୍ଟ । ବାୟୁର ତାପ ଓ ଗତି ପ୍ରଭାବରେ ବାଷ୍ପୀକରଣ ପ୍ରକ୍ରିୟା ଦ୍ଵାରା ପୋଖରୀର ଜଳସ୍ତର ହ୍ରାସ କରାଇଥାଏ ।

ଜଳଜୀବ ସହାୟକ କ୍ଷେତ୍ରଗୁଡ଼ିକ ପ୍ରାୟ ମାଟିରେ ଗଢ଼ା । ମାଟି ଯେ କୌଣସି ପ୍ରକାରର ହେଉ ବା ଯେତେ ଚିକିଟା ହେଉ କିଛି ପରିମାଣର ପାଣି ଏହାର ସୂକ୍ଷ୍ମ ଛିଦ୍ର ମଧ୍ୟଦେଇ ଝରି ଯାଇଥାଏ । ତେଣୁ ପୋଖରୀର ଆପେକ୍ଷିକ ଜଳମାତ୍ରା ସମାନ ରଖିବା ପାଇଁ ନିୟମିତ ଜଳଯୋଗାଣର ଆବଶ୍ୟକତା ପଡ଼ିଥାଏ ।

ସାଧାରଣତଃ ଦୃଷ୍ଟି ଦିଆଯାଉ ନ ଥିବା କିନ୍ତୁ ଜଳଯୋଗାଣର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଲା ପୋଖରୀ ମଧ୍ୟରେ ଅମ୍ଳଜାନର ସୃଷ୍ଟି ଓ ଅଭାବ ପୂରଣ । ବୈଜ୍ଞାନିକ ପ୍ରଣାଳୀରେ ଅଧିକ ମାଛ ଉତ୍ପାଦନ ପ୍ରକ୍ରିୟା ଜନିତ କାରଣରୁ । ପୋଖରୀରେ ଅମ୍ଳଜାନ ପରିମାଣ ହ୍ରାସ ପାଇଥାଏ । ଏହି କାରଣରୁ ଅନେକ ସମୟରେ ପୋଖରୀରେ ମାଛ ଅପମୃତ୍ୟୁର ସମ୍ମୁଖୀନ ହୋଇଥାନ୍ତି । ଏପରି ପରିସ୍ଥିତି ସୁଧାରିବାକୁ ହେଲେ ତତ୍‌କ୍ଷଣାତ୍ ଅମ୍ଳଜାନ ପରିପୃକ୍ତ ଜଳ ଯୋଗାଣର ବ୍ୟବସ୍ଥା କରିବାକୁ ପଡ଼େ ।

ଜଳର ଚତୁର୍ଥ ଉପଯୋଗ ହେଲା ପୋଖରୀର ଆବର୍ଜନା ନିଷ୍କାସନ :- ପ୍ରତ୍ୟେକ ଜଳଜୀବ ବିଷାକ୍ତ ବର୍ଜ୍ୟବସ୍ତୁ ତ୍ୟାଗ କରିଥାନ୍ତି । ପୁଞ୍ଜିଭୁତ ହୋଇ ପୋଖରୀ ମଧ୍ୟରେ ରହୁଥିବା ଏଭଳି ବର୍ଜ୍ୟବସ୍ତୁ ଗୁଡ଼ିକ କାଳକ୍ରମେ ମାଛଚାଷର ହାନିକାରକ ହୋଇ ଅନିଷ୍ଟ ଘଟାଇଥାଏ । ଯେହେତୁ ଏ ମଇଳା ପଦାର୍ଥ ଗୁଡ଼ିକ ଜଳରେ ଦ୍ରବୀଭୂତ ହୋଇଯାଏ, ତେଣୁ ନିୟମିତ ପରିଷ୍କାର ଜଳଯୋଗାଣ ଓ ଅପସାରଣ ପ୍ରକ୍ରିୟା ଦ୍ଵାରା ଏଗୁଡ଼ିକୁ ବାହାର କରାଯାଇଥାଏ ।

ଉପରୋକ୍ତ ଚାରିଗୋଟି ମୁଖ୍ୟ କାରଣ ବ୍ୟତୀତ ଗୋଟିଏ ମାଛଶିଳ୍ପ ସଂସ୍ଥାର ଅନ୍ୟାନ୍ୟ ଆନୁସଙ୍ଗିକ ଅନୁଷ୍ଠାନ ନିମିତ୍ତ ଅଧିକ ଜଳର ଆବଶ୍ୟକତା ହୋଇଥାଏ ।

ଯଥା ମାଛ ପ୍ରଜନନ କେନ୍ଦ୍ର ଏବଂ ପ୍ରଜନନକ୍ଷମ ମାଛମାନଙ୍କର ମହଜୁଦ୍ ଭଣ୍ଡାର ଗୁଡ଼ିକରେ ପ୍ରଚୁର ପରିମାଣରେ  ଜଳ ଦରକାର ପଡ଼େ । ମାଛ ଫାର୍ମଟିର ଘରୋଇ ଜଳ ଯୋଗାଣ, ଜୀବଜନ୍ତୁ ଓ ବୃକ୍ଷଲତା ଇତ୍ୟାଦି ପାଇଁ ମଧ୍ୟ ଜଳର ଅଟକଳ କରିବାକୁ ହୋଇଥାଏ ।

ଏଥିରୁ ସହଜରେ ଅନୁମେୟ ଯେ, ଆବଶ୍ୟକତା ମୁତାବକ ପ୍ରଚୁର ଜଳ ବର୍ଷସାରା ମିଳିପାରୁଥିବା ସ୍ଥାନ ମାଛପୋଖରୀ ବା ମାଛ ଫାର୍ମ ପାଇଁ ଉପଯୁକ୍ତ । ପୋଖରୀ  ଗୁଡ଼ିକୁ ବର୍ଷସାରା ଜଳପୂର୍ଣ୍ଣ ରବା ସହିତ ପ୍ରତ୍ୟହ ପୋଖରୀର ଅପସାରିତ ଜଳ (ପ୍ରାୟ ପୋଖରୀ ଜଳର ପରିମାଣର ଏକ ଚତୁର୍ଥୀଶରୁ ଏକ ଦଶମାଂଶ)ର ଭରଣା  କରିପାରୁଥିବା ଜଳର ଉତ୍ସ ବା ମାଧ୍ୟମଗୁଡ଼ିକ ପ୍ରତି ଭଲ ଭାବରେ ଧ୍ୟାନ ଦେବା ବିଧେୟ । ଏଣୁ ମାଛପୋଖରୀ ଗୁଡ଼ିକ ଜଳସେଚିତ କେନାଲ, ଝରଣା, ନାଳ, ହ୍ରଦ ବା ଜଳାଶୟ ଇତ୍ୟାଦି ପାଖାପାଖି କରିପାରିଲେ ବର୍ଷସାରା ଦରକାର ମୁତାବକ ଜଳ ମିଳିଥାଏ ।

ଗ୍ରାମାଞ୍ଚଳର ପୋଖରୀ ଗୁଡ଼ିକ ପ୍ରାୟତଃ ବର୍ଷାଦିନିଆ ପୋଖରୀ । ଏ ପୋଖରୀ ଗୁଡ଼ିକ କେବଳ ବର୍ଷାଜଳ ଉପରେ ନିର୍ଭର କରୁଥିବାରୁ ଅଧିକାଂଶ ପୋଖରୀରେ ଖୁବ୍ କମ୍ ସମୟ ପାଇଁ ଜଳ ରହିଥାଏ । ଏଗୁଡ଼ିକ ମଧ୍ୟ କୌଣସି ଜଳ ଯୋଗାଣ ମାଧ୍ୟମର ନିକଟବର୍ତ୍ତୀ ହୋଇ ନ ଥିବାରୁ ଅଳ୍ପ ଖର୍ଚ୍ଚରେ ଜଳ ଭରିବା ସମ୍ଭବପର ହୁଏ ନାହିଁ । ତେଣୁ ପୋଖରୀ ଖୋଳିବା ପୂର୍ବରୁ ଏ ସବୁ ଦିଗ ପ୍ରତି ନଜର ଦେବା ଦରକାର । ଅବଶ୍ୟ ଏ ସ୍ଥଳରେ ଭୂମିତଳ ଜଳର ସାହାଯ୍ୟ ନିଆଯାଇଥାଏ । ବଡ଼ ଧରଣର କୂପ ବା ବା ଖନନ କରି ପାଣି ପମ୍ପ ଯୋଗେ ପୋଖରୀଗୁଡ଼ିକର ଆବଶ୍ୟକତା ମୁତାବକ ଜଳ ଯୋଗାଇ ଦିଆଯାଇଥାଏ ।

ପୋଖରୀର ଗଠନ ପ୍ରଣାଳୀ

ପୋଖରୀର ଆକାର

ପ୍ରାକୃତିକ ଭୂମିର ଆକାର ଉପରେ ଭିତ୍ତିକରି ପୋଖରୀ ଯେ କୌଣସି ଆକାର ହୋଇ ପାରେ । କିନ୍ତୁ ଅଗଭୀର ଆକର ର ଛୋଟ ସ୍ଥିର ଜଳ ବିଶିଷ୍ଟ ପୋଖରୀଗୁଡ଼ିକରେ ବାୟୁ ପ୍ରବାହର ସୀମିତତା ନେଇ ଜଳଜ ଉଦ୍ଭିଦ ଜନିତ ସମସ୍ୟାମାନ ଉପୁଜେ । ତେଣୁ ଛୋଟ ପୋଖରୀ ଗୁଡ଼ିକ ମାଛଚାଷ ପାଇଁ ସେତେଟା ସୁବିଧା ଜନକ ନୁହେଁ । ଏହି ପ୍ରକାରର ପୋଖରୀ କେବଳ ଯାଆଁଳ ପାଳନ ଓ ସଂରକ୍ଷଣ ପାଇଁ ଦରକାରୀ । ବଡ଼ ଧରଣର ବର୍ଗାକାର ବା ବୃତ୍ତାକାର ପୋଖରୀଗୁଡ଼ିକ ପରିଚାଳନାଗତ ଦୃଷ୍ଟିକୋଣରୁ ଅସୁବିଧାଜନକ ଓ ବ୍ୟୟବହୁଳ । ତେଣୁ ବୃହତ୍ ଆୟତାକାର ପୋଖରୀ ମାଛଚାଷ ପାଇଁ ପରିକଳ୍ପନା କରିବା ଆବଶ୍ୟକ। ବିସ୍ତୀର୍ଣ୍ଣ ଜଳପୃଷ୍ଠରେ ବାୟୁର ପ୍ରଭାବ ଜଳକୁ ଚହଲାଇ ତଳ ଉପର ଜଳକୁ ମିଶାଇବାରେ ସାହାଯ୍ୟ କରିଥାଏ । ଯାହାଫଳରେ ଜଳରେ ଦ୍ରବୀଭୂତ ଅମ୍ଳଜାନର ମାନ ବଜାୟ ରଖିଥାଏ । ପୋଖରୀଟିର ଲମ୍ବ ଯାହା ହେଉନା କାହିଁକି ଓସାର ସର୍ବାଧିକ ୪୦ ରୁ ୫୦ ମିଟର ମଧ୍ୟରେ ରଖାଗଲେ ପରିଚାଳନାରେ ସୁବିଧା ହୋଇଥାଏ । ଦିନସାରା ସୂର୍ଯ୍ୟକିରଣର ଫାଇଦା ନେବାପାଇଁ ପୋଖରୀ ଗୁଡ଼ିକର ଅବସ୍ଥିତି ଲମ୍ବ ଅନୁଯାୟୀ ପୂର୍ବ ପଶ୍ଚିମ ଦିଗରେ କରିବା ଉଚିତ୍ । ପୋଖରୀର ନିମ୍ନଶଯ୍ୟା ଗୋଟିଏ ପାଖରୁ ଜଳ ନିଷ୍କାସନ ପଥ ପର୍ଯ୍ୟନ୍ତ ଅତି କରେ ୧୦୦୦:୧ ଅନୁପାତରେ ଗଡ଼ାଣିଆ ରଖାଯାଇଥାଏ । କ୍ରମାବନତି ୧୦୦୦: ୩ରୁ ୧୦୦୦: ୬ ମଧ୍ୟରେ ରଖିବା ସୁବିଧାଜନକ । ଏହାଦ୍ଵାରା ପୋଖରୀର ଜଳ ନି ଵା ସନ ସୁବିଧାରେ ହୋଇପାରିଥାଏ । ମାଛ ପୋଖରୀଗୁଡ଼ିକର ଆକୃତି ଓ ଆୟତନକୁ ଦୃଷ୍ଟିରେ ରଖି ପରିଚାଳନାଗତ ସୁବିଧା ନିମିତ୍ତ ପୋଖରୀ ଗୁଡ଼ିକ ନାମିତ କରାଯାଇଥାଏ। ସେଗୁଡ଼ିକ ହେଲା :

ପୋଖରୀର ନାମ

ଜଳରେ ପୋଖରୀର ଆକାର

ଛୋଟ ଆକାର ପୋଖରୀ (ଯାଆଁଳ ମାଛଙ୍କ ପାଳନ ପାଇଁ)

ଯାଆଁଳ ପୋଖରୀ ବା ନର୍ସରୀ ପୋଖରୀ

୨୦ମି. x ୧୦ମି.

ଆପାତତଃ ବଡ଼ ପୋଖରୀ (ଛୋଟ ମାଛଙ୍କର ପାଳନ ନିମିତ୍ତ)

ପାଳନ ପୋଖରୀ ବା ରିଅରିଂ ପୋଖରୀ

୨୦ମି. x ୨୦ମି.

୫୦ମି. x ୨୦ମି.

ବଡ଼ ପୋଖରୀ (ମଧ୍ୟମରୁ ବଡ଼ମାଛ ପାଳନ ପାଇଁ ଓ ମହଜୁଦ ନିମିତ୍ତ)

 

୪୦ମି. x ୨୦ମି.

 

୬୦ମି. x ୨୫ମି.

 

୮୦ମି. x ୨୫ ମି.

 

୧୦୦ମି. x ୩୦ମି.

 

୧୦୦ମି. x ୪୦ମି.

ପାଳନ ତଥା ମହଜୁଦ୍ ପୋଖରୀ ବା ଷ୍ଟକିଂ ପୋଖରୀ

 

୨୦୦ମି. x ୪୦ମି.

 

୨୦୦ମି. x ୫୦ ମି.

 

୨୫୦ମି. x ୪୦ମି.

ପୋଖରୀ ଗୁଡ଼ିକରେ ଜଳର ଗଭୀରତା

ପୋଖରୀରେ ଜଳସ୍ତର ନିର୍ଦ୍ଧାରଣ ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ । ଜଳରେ ଅମ୍ଳଜାନ ଓ ପ୍ରାକୃତିକ ଖାଦ୍ୟର ଉପଯୋଗ ପ୍ରକ୍ରିୟାକୁ ଆଧାର କରି ମାଛ ପୋଖରୀର ଗଭୀରତା ନିର୍ଦ୍ଧାରିତ କରାଯାଇଥାଏ ପୋଖରୀରେ ଜଳରାଶିରେ ସୂର୍ଯ୍ୟକିରଣର ପ୍ରଭାବରୁ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ଦ୍ଵାରା ଜଳରେ ଅମ୍ଳଜାନର ଉପୂଭି ହୁଏ । ବୈଜ୍ଞାନିକ ସିଦ୍ଧାନ୍ତ ଅନୁଯାୟୀ ଜଣାଯାଇଛି ଯେ ୨/୩ ମିଟର ଜଳ ତଳେ ଏହି ପ୍ରକ୍ରିୟା ବିଶେଷ କାମ କରେ ନାହିଁ । ଆଲୋକର ପ୍ରବେଶର ସ୍ଵତା ଯୋଗୁ, ଏହା ଫଳରେ ଗଭୀର ଦ୍ରବୀଭୂତ ଅମ୍ଳଜାନ, ଜଳର ତାପ ଓ ପ୍ରାକୃତିକ ଖାଦ୍ୟର ପରିମାଣ କ୍ରମଶଃ ହ୍ରାସ ହୁଏ ।

ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ଜଳର ଉପର ସ୍ତରରେ ଅଧିକ ଅମ୍ଳଜାନ ଉତ୍ପନ୍ନ କରିଥାଏ । କିନ୍ତୁ ଜଳର ନିମ୍ନସ୍ତରରେ ଅମ୍ଳଜାନ ଉତ୍ପନ୍ନ କମ୍ ହୋଇଥିବା ସ୍ଥଳେ ଜଳଜୀବଙ୍କ ଦ୍ଵାରା ଅପଚୟର ହାର ଅଧିକ ହୋଇଥାଏ । ଅତଏବ ପୋଖରୀକୁ ଗହିରିଆ କରି ଖର୍ଚ୍ଚ ଅଟକଳ ବଢ଼ାଇ କିଛି ଲାଭ ନାହିଁ । ତେଣୁ ପୋଖରୀରେ ଜଳର ଗଭୀରତା ଏକ ମିଟରରୁ ଦୁଇ ମିଟର ମଧ୍ୟରେ ରଖିବା ଉଚିତ୍ । ଜଳର ଗଭୀରତା ଏକ ମିଟରରୁ କମିଲେ ଅନେକ ସମସ୍ୟା ଦେଖା ଦେଇପାରେ । କେଉଁ ସ୍ତରରେ ଜଳର ଗଭୀରତା କେତେ ରଖାଗଲେ ମାଛ ପୋଖରୀରେ ଜଳର ଆପେକ୍ଷିକ ମାନ ବଜାୟ ରଖିବା ସହିତ ଜଳଯୋଗାଣ ବ୍ୟବସ୍ଥା ବ୍ୟୟବହୁଳ ହେବ ନାହିଁ ସେହି ବିଷୟମାନ ଏଠାରେ ଆଲୋଚନା କରାଗଲା ।

ଉପକୂଳବର୍ତ୍ତୀ ଜଳସେଚିତ ଅଞ୍ଚଳରେ ସାଧାରଣତଃ ମାଟିତଳ ଜଳସ୍ତର ଭୂ-ପତନର ପାଖାପାଖି ରହେ ଓ ପୋଖରୀର ଜଳ ଝରିଯାଏ ନାହିଁ । ତେଣୁ ଏ ଅଞ୍ଚଳର ଛୋଟ ପୋଖରୀରେ ଜଳର ଗଭୀରତା ୯୦ ସେ.ମି. ଓ ବଡ଼ ପୋଖରୀର ୧.୨ ମିଟର ରଖାଯାଇପାରେ । କିନ୍ତୁ ଉପକୂଳବର୍ତ୍ତୀ ଅଣଜଳସେଚିତ ଇଲାକାର ସିପେଜ୍ (ଝରିଯିବା) ସମ୍ଭାବନା ଦୃଷ୍ଟିରୁ ଅଧିକ ୩୦ ସେ.ମି. ଗଭୀରତା ନିଆଯାଇ ପାରେ । ଅନ୍ୟାନ୍ୟ ଜଳସେଚିତ ଅଞ୍ଚଳର ଛୋଟ ପୋଖରୀ ଗୁଡ଼ିକରେ ଜଳର ଗଭୀରତା ୧ ମିଟରରୁ ୧.୫ ମିଟର ଓ ବଡ଼ ପୋଖରୀରେ ଜଳର ଗଭୀରତା ୧.୫ ମିଟର ସୁବିଧାଜନକ । ସେହିପରି ଅଣଜଳସେଚିତ ଅଞ୍ଚଳରେ ୧.୫ ମି. ଓ ୨.୫ ମି. ଯଥାକ୍ରମେ ସାନ ଓ ବଡ଼ ପୋଖରୀରେ ରଖାଯାଇପାରେ । ଜଳପାଟ ଗୁଡ଼ିକରେ ବର୍ଷସାରା ଜଳ ରହୁଥିବାରୁ ସେଥିରେ ପୋଖରୀ କଲେ ୧ ମି. ଗଭୀରତାରୁ ଅଧିକ ଜଳ ରଖିବା ଭଲ ନୁହେଁ । ଏ ହେଲା ଯେଉଁ କ୍ଷେତ୍ରରେ ଜଳଯୋଗାଣ ଓ ଅପସାରଣ ବ୍ୟବସ୍ଥା ଥିବ । କିନ୍ତୁ ଯେଉଁ ମତ୍ସ୍ୟଚାଷୀ ବର୍ଷସାରା ବର୍ଷାଜଳକୁ ଭରଷା କରି ପୋଖରୀ କରିବାକୁ ଚାହାନ୍ତି, ସେହି କ୍ଷେତ୍ରରେ ପୋଖରୀର ଗଭୀରତା ସ୍ଵାଭାବିକ ଅଧିକ ରଖିବାକୁ ପଡ଼ିବ । ଏହା ସ୍ଥାନ ବିଶେଷରେ ଛୋଟ ପୋଖରୀ ପାଇଁ ୧.୫ ମି.-୨ ମି. ଓ ବଡ଼ ପୋଖରୀ ପାଇଁ ୨ ମି.-୩ମି. ରଖାଯିବା ଉଚିତ୍ ।

ସିମେଣ୍ଟ କଙ୍କ୍ରିଟ୍ ର ପକ୍କା ପୋଖରୀ ବା କୁଣ୍ଡଗୁଡ଼ିକରେ ଜଳର ଗଭୀରତା ୮୦ ସେ.ମି.ରୁ ୧୦୦ ସେ.ମି. ମଧ୍ୟରେ ରଖିବା ଆବଶ୍ୟକ ।

ବନ୍ଧ

ବନ୍ଧ ହିଁ ପୋଖରୀର ପ୍ରଧାନ ଅଙ୍ଗ । ଯେ କୌଣସି ପ୍ରକାରର ପୋଖରୀ ହେଉନା କାହିଁକି ଅଳ୍ପ ବହୁତେ ବନ୍ଧ କରିବାକୁ ପଡ଼ିଥାଏ । ତେଣୁ ବନ୍ଧଟି ଏପରି ମଜବୁତ କରିବାକୁ ପଡ଼ିବ, ଯାହାଦ୍ଵାରା କି ଏହା ବର୍ଷାରେ ଧୋଇଯିବନି ବା ପୋଖରୀର ପାଣି ଚାପରେ ଭୁଷୁଡ଼ି ଯିବନି । ତେଣୁ ଏଠାରେ ବନ୍ଧର ନିର୍ମାଣ କୌଶଳ ବିଷ ଭାବରେ ଆଲୋଚନା  କରାଗଲା ।

ବନ୍ଧର ମେଜିଆ

ବନ୍ଧର ମେଜିଆ କଥା ବିଚାରକୁ ନେଲାବେଳେ ମୁଖ୍ୟତଃ ଯେଉଁମାଟି ଉପରେ ବନ୍ଧ ନିର୍ମାଣ କରିବାକୁ ହେବ ତାର ସାମର୍ଥ୍ୟ ଓ ବ୍ୟବସ୍ଥା ଅନୁଶୀଳନ କରିବା ଆବଶ୍ୟକ । ଏହି ମାଟି ଏଭଳି ହେବା ଉଚିତ୍ ଯାହା କି ବନ୍ଧର ଓଜନ ବହନ କରିବାକୁ ସକ୍ଷମ ହେବ । ଅଧିକାଂଶ ଦୃଢ଼ୀଭୂତ ମାଟି ଉପରେ ଛୋଟ ବନ୍ଧ ନିର୍ବିଘ୍ନରେ କରାଯାଇପାରେ । ଜଳପାଟ କାଦୁଆ ମାଟି ଉପରେ ବନ୍ଧ ଦାୟିତ୍ଵର ସହିତ କରିବାକୁ ପଡ଼ିଥାଏ । ଏପରି କ୍ଷେତ୍ରରେ ଉପରମାଟି ବାହାର କରି ତାର ନିମ୍ନଭାଗରେ ଥିବା ଘନୀଭୂତ ମାଟି ଉପରେ ବନ୍ଧ କରିବା ସବୁଠାରୁ ଭଲ । ଜୈବ ପଦାର୍ଥ ଜନିତ ମାଟି ଉପରେ ବନ୍ଧ କରିବା ଅନୁଚିତ କାରଣ ଏହା ସମୟକ୍ରମେ ପଚିସଢ଼ି ବନ୍ଧକୁ ଦବାଇଦିଏ ଓ ଛିଦ୍ର ସୃଷ୍ଟି କରିଥାଏ ।

ଦ୍ଵିତୀୟରେ ମେଜିଆରେ ଥିବା ମାଟିର ଭେଦ୍ୟତା ହାର କମ୍ ହୋଇଥିଲେ ଜଳ କ୍ଷରଣକୁ ନିୟନ୍ତ୍ରଣ କରିଥାଏ । ଯଦ୍ୟପି କୌଣସି ପରିସ୍ଥିତିରେ ଭେଦ୍ୟମାଟି ଉପରେ ବନ୍ଧ କରିବାକୁ ହୁଏ ତେବେ ସେ କ୍ଷେତ୍ରରେ ନିମ୍ନ ଅଭଦ୍ୟ ମାଟିର ସ୍ତର ପର୍ଯ୍ୟନ୍ତ ମେଜିଆ ଖୋଳି ଅଭେଦ୍ୟ ମାଟି ସାହାଯ୍ୟରେ ଖୋଳା ଜାଗାକୁ ଦୃଢ଼ିଭୂତ କରିନେବା ପରେ ବନ୍ଧ ନିର୍ମାଣ କରାଯିବ ଉଚିତ୍ । ଦେଖିବାକୁ ହେବ ଖାଲର ନିମାଂଶର ଓସାର ଅତିକରେ ୧୨୫ ମି. ଓ ପାର୍ଶ୍ଵଧାରର । ଗଡ଼ାଣିଆ ଅନୁପାତ ୧:୧ ରହୁଥିବ ।

ବନ୍ଧ ଉପରିଭାଗ ଚଉଡ଼ା

ବନ୍ଧର ବ୍ୟବହାରକୁ ନେଇ ଚଉଡ଼ା କେତେ ହେବ ବିଚାର କରାଯାଇଥାଏ । ସାଧାରଣତଃ  ମାଛ ପୋଖରୀ କ୍ଷେତ୍ରରେ ୧.୫ ମି. ରୁ ୨ ମି. ରଖାଯାଏ । ଅବଶ୍ୟ ବନ୍ଧର ଉଚ୍ଚତା  ଭିତ୍ତିରେ ଉପର ଓସାର ନିର୍ଦ୍ଧାରଣ କରାଯାଇଥାଏ । ଏହାର ଏକ ନମୂନା ନିମ୍ନରେ ପ୍ରଦାନ କରାଗଲା ।

 

ବନ୍ଧର ଉଚ୍ଚତା (ମି.)

ଉପର ଚଉଡା (ମି.)

୩ ମି. ମଧ୍ୟରେ

୨.୪

୩ ରୁ ୪.୫

୩.୦

୪.୫ ରୁ ୬

୩.୭

୬ ରୁ ୭.୫

୪.୩

 

 

ବନ୍ଧ ଉପରକୁ ରାସ୍ତା ଆକାରରେ ବ୍ୟବହାର କରିବାର ଯୋଜନା ଥିଲେ ୪.୩ ମି. ଓସାର ରଖିବା ଉଚିତ୍ । ମନେ ରଖିବାକୁ ହେବ ଅନ୍ଧାର ଉପର ଓସାର ଯେତେ ଅଧିକ ହେବ ବନ୍ଧର କଳେବର ସେତେ ବୃଦ୍ଧି ପାଇଁ ନିର୍ମାଣ ଖର୍ଚ୍ଚ ବଢ଼େଇବ ଏବଂ ପୋଖରୀର ପାଣି ଆୟତନ ହ୍ରାସ କରିବ ।

ଗୋଟିଏ ଗହିରିଆ ପୋଖରୀ ଖୋଳିଲେ ଯେତିକି ମାଟି ବାହାରେ ତାହା ପାଖ ବନ୍ଧ ନିର୍ମାଣ ପାଇଁ ଦରକାର ପଡ଼ିଥିବା ମାଟିର ପରିମାଣ ଠାଣୁ ଯଥେଷ୍ଟ ଅଧିକ । ଏ କ୍ଷେତ୍ରରେ  ବନ୍ଧ ନିର୍ମାଣରୁ ବଳକା ମାଟି ଅନ୍ୟ କାମରେ ଲଗାଇବା ପାଇଁ ଯୋଜନା କରିବା ଉଚିତ ।

ବନ୍ଧ ପାର୍ଶ୍ଵଧାରର ଗଡ଼ାଣିଆ ଅନୁପାତ

ବନ୍ଧଟିର ପାର୍ଶ୍ଵଧାରର ଅନୁପାତ ବ୍ୟବହାର ହେଉଥିବା ମାଟିର ପ୍ରକାର ଉପରେ ନିର୍ଭର କରିଥାଏ । ସାଧାରଣତଃ ମାଛ ପୋଖରୀ ବନ୍ଧର ପାର୍ଶ୍ଵଧାର ଅନୁପାତ ୨:୧ (ତଳ : ଲମ୍ବ) ରଖାଯାଇଥାଏ । ଏହାଠାରୁ କମ୍ ଅନୁପାତ ରଖାଗଲେ ବନ୍ଧରୁ ମାଟି ଭୁଷୁଡ଼ିପଡ଼ି ବନ୍ଧ ଭାଙ୍ଗିଯିବାର ସମ୍ଭାବନା ଅଧିକ । ସୁଦୃଢ଼ ମାଟି ହୋଇଥିଲେ ଏହାଠାରୁ କମ୍ ଅନୁପାତରେ (୧:୧ ବା ୧.୫:୧) ତୀଖ ବନ୍ଧ କରାଯାଇପାରେ । ମାଟିର ପ୍ରକାର ଭେଦରୁ ନେଉ କି ପ୍ରକାରର ପାର୍ଶ୍ଵଧାର ରଖାଯାଇପାରେ, ତାହାର ଏକ ତାଲିକା ନିମ୍ନରେ ଦିଆଗଲା ।

ମାଟିର ପ୍ରକାର

ପାର୍ଶ୍ଵଧାର (ଜଳ / ଲମ୍ବ କ୍ରମରେ)

ଚିକିଟା ମାଟି

୨:୧ ରୁ ୧:୧

କାଦୁଆ ମାଟି

୨:୧ ରୁ ୧.୫:୧

ପଟୁମାଟି

୨.୫:୧ ରୁ ୨:୧

ବାଲିଆ ଦୋରସା

୩:୧ ରୁ ୨:୧

ବାଲିଆ

୪:୧ ରୁ ୩:୧

ଗ୍ରାଭେଲ

୧.୫:୧ ରୁ ୧:୧

ପଥୁରିଆ

୧:୧ ରୁ ୦.୨୫:୧

 

ପଥର କିମ୍ବା ବନ୍ଧର ଗୋଟିଏ ପାଖରେ ଜଳ ରହୁଥିଲେ ଜଳପାଖ ବନ୍ଧର ପାଏଁ । ବିପରୀତ ଚକଟା ଧାର ହୋଇଥାଏ କାରଣ ଏହା ସବୁହେଲେ ଓଦା ହୋଇଥାଏ ଏବଂ ପାଣି ଢେଉର ସମ୍ମୁଖୀନ ହୋଇଥାଏ ।

ବନ୍ଧର ନିରାପଦ ଉଚ୍ଚତା

ବନ୍ଧର ନିରାପତ୍ତା ଦୃଷ୍ଟି ପୋଖରୀର ସର୍ବାଧିକ ଜଳସ୍ତରର ବନ୍ଧକୁ କିଛି ଅଧିକ ଉଚ୍ଚା କରାଯାଇଥାଏ । ଏହାଦ୍ଵାରା ଜଳସ୍ତରରେ ଥିବା ନିର୍ଗମ ପଥ ଦ୍ଵାରା ଅଧିକ ଜଳ ବାହାରିଯାଏ। ତେଣୁ ପୋଖରୀ ପୂର୍ଣ୍ଣ ହେଇ ବନ୍ଧ ଉପରେ ପାଣି ଅତିକ୍ରମ କରିଯାଏ ନାହିଁ କିମ୍ବା ବନ୍ଧ । ଭୁଷୁଡ଼ି ପଡ଼ିବାର ସମ୍ଭାବନା ନଥାଏ । ଏହି ଉଚ୍ଚତା ଅତିକରେ ୩୦ ସେ.ମି. ରହିବା ବିଧେୟ । ପୋଖରୀର ବନ୍ଧର ଲମ୍ବ ୧୦୦ ରୁ ୪୦୦ ମିଟର ମଧ୍ୟରେ ହେଲେ ୫୦ ସେ.ମି. ଓ ୪୦୦ ରୁ ୮୦୦ ମି. ମଧ୍ୟରେ ହେଲେ ୬୦ ସେ.ମି. ଅଧିକ ଉଚ୍ଚତା ରଖିବା ଦରକାର ।

ବନ୍ଧ ବସିଯିବା

ବନ୍ଧର ଦୃଢ଼ତା ବୃଷ୍ଟିରୁ ମାଟିକୁ ୧୫ ରୁ ୨୦ ସେ.ମି.ର ସ୍ତର ସ୍ତର କରି ପକାଯାଇଥାଏ । ପ୍ରତି ସ୍ତରକୁ ଭଲ ଭାବରେ ଚାପି ଦିଆଯାଇ ତା ଉପର ସ୍ତରକୁ ଭଲ ଭାବରେ ଚାପିଦିଆଯାଇ ତା ଉପର ସ୍ତର ମାଟିକୁ ପକାଯାଏ । ଏହା କରିବା ସତ୍ତ୍ୱେ ମଧ୍ୟ ବନ୍ଧର ମାଟି ରେ ରେ ଅଧିକ ଘନୀଭୂତ ହୋଇ ବନ୍ଧ ଉଚ୍ଚତାର କିଛିଟା ହ୍ରାସ କରାଇଥାଏ । ଏହା ବନ୍ଧ ନିର୍ମାଣର ପରେ ଦେଖାଯାଇ ଥିବାରୁ ବନ୍ଧ ତିଆରି ସମୟରେ ବନ୍ଧ ଉଚ୍ଚତାର ଶତକଡ଼ା ୫ ଭାଗ ଅଧିକ ରଖାଯାଇଥାଏ । ଯେଉଁ ବନ୍ଧର ମାଟି ରୋଲର ସାହାଯ୍ୟରେ ଚପାଯାଇ ନଥାଏ। କିମ୍ବା ବ୍ୟବହୃତ ମାଟି ଢିଲା ଥାଏ, ସେ କ୍ଷେତ୍ରରେ ଶତକଡ଼ା ୧୦ ଭାଗ ଅଧିକ ଉଚ୍ଚତା ରଖାଯାଇଥାଏ ।

ଜଳଯୋଗାଣ ଓ ଅପସାରଣ ପ୍ରକ୍ରିୟା

ଜଳ ପ୍ରବେଶ ପଥ

ବୈଜ୍ଞାନିକ ପ୍ରଣାଳୀରେ ମାଛଚାଷ ପାଇଁ ପୋଖରୀରେ ଜଳ ଯୋଗାଣ ଓ ଅପସାରଣ ପ୍ରକ୍ରିୟା କେତେ ଯେ ଗୁରୁତ୍ଵପୂର୍ଣ୍ଣ ତାହା ପୂର୍ବରୁ ଆଲୋଚନା ହୋଇଛି । ତେଣୁ ପ୍ରତ୍ୟେକ ମାଛଚାଷୀ ଓ ସଂସ୍ଥା ନିର୍ଦ୍ଦିଷ୍ଟ ଜଳର ବନ୍ଦୋବସ୍ତ କରି ଖୋଲା ନାଳୀ ବା ପାଇପ୍ ସାହାଯ୍ୟରେ ପୋଖରୀ ପର୍ଯ୍ୟନ୍ତ ପହଞ୍ଚାଇବା ବ୍ୟବସ୍ଥା କରିବା ଦରକାର । ଯେଉଁଠାରେ ପ୍ରାକୃତିକ ଜଳ ଉସ କିମ୍ବା ସରକାରୀ ଜଳସେଚନର ବ୍ୟବସ୍ଥା ନଥାଏ, ସେ କ୍ଷେତ୍ରରେ କୂପ, ବାମ୍ପି, ଗଣ୍ଡ ଇତ୍ୟାଦି ପାଖରେ ପାଣି ପମ୍ଭ ବସାଇ ଜଳ ଅପସାରଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥାଏ । ଆଜିକାଲି ଏଥିପାଇଁ ପବନ ଚାଳିତ କଳ ଓ ସୋଲାର ପମ୍ପ ମଧ୍ୟ ବ୍ୟବହାର କରାଗଲାଣି । ମାଟି ଉପରେ ଖୋଲା ନାଳୀଦ୍ଵାରା କମ୍ ଖର୍ଚ୍ଚରେ ପାଣି ନିଆଯାଇପାରେ କିନ୍ତୁ ବନ୍ଧ ବାଡ଼ ଇତ୍ୟାଦିର ସୁରକ୍ଷା ଦୃଷ୍ଟିରୁ ଓ ପାଣିର ସଦୁପଯୋଗ ନିମିତ୍ତ ମାଟି, ସିମେଣ୍ଟ କଂକ୍ରିଟ୍ ପ୍ଲାଷ୍ଟିକ୍, ପି.ଭି.ସି. ଓ ଲୁହା ପ୍ରଭୃତି ବ୍ୟବହାର କରାଯାଇପାରେ ।

ଏହି ପ୍ରବେଶ ପଥରେ ଗଠନ ସାଧାରଣ ଓ କମ୍ ଖର୍ଚ୍ଚରେ ନିର୍ମାଣ କରାଯାଇପାରେ, ଯାହାଦ୍ଵାରା କି ପୋଖରୀ ବାହାରର ଅନାବଶ୍ୟକ ଜୀବମାନଙ୍କୁ ଅଲଗା କରିବା ସହିତ ଜଳଗତିପଥ ମଧ୍ୟ ନିୟନ୍ତ୍ରଣ କରାଯାଏ ।

ଜଳ ନିର୍ଗମ ପଥ

ପୋଖରୀ ମଧ୍ୟରୁ ଜଳ ନିଷ୍କାସନ ପାଇଁ ଦୁଇଟି ବାଟ ରହିବା ଦରକାର । ଗୋଟିଏ ବାଟ ପୋଖରୀ ଜଳର ଉପର ସ୍ତରରେ ଓ ଅନ୍ୟଟି ପୋଖରୀର ଜଳ ପତ୍ତନରେ । ଉପର ବାଟର କାମହେଲା ସର୍ବାଧିକ ଜଳସ୍ତରରୁ ଯେତିକି ଅଧିକ ପାଣି ହେବ ତାହା ସଙ୍ଗେ ସଙ୍ଗେ ବାହାର କରିଦେବା । ପୋଖରୀ ଜଳସ୍ତରରେ ଥିବା ବାଟ ଦ୍ଵାରା ପୋଖରୀରେ ଜଳସ୍ତରକୁ ଉପର ତଳ କରିବା ସହିତ ପୁରାପୁରି ନିଷ୍କାସନ କରାଯାଇପାରେ । ବ୍ୟବସ୍ଥା ଏପରି କରିବାକୁ ହେବ ଯେପରି କି ପୋଖରୀ ତଳସ୍ତରର ବା ତଳବାଟ ଦେଇଯିବ।

 

ପୋଖରୀ କରିବା ସମୟ ଓ ଆନୁସଙ୍ଗିକ ବ୍ୟବସ୍ଥା

ପୋଖରୀଟିଏ ଖୋଳିବା କିମ୍ବା ବନ୍ଧ ତିଆରି କରି ପୋଖରୀ କରିବାର ସମୟ । ମୋଟାମୋଟି ସେହି ଜାଗାର ଭୂ-ବିବରଣୀ ଉପରେ ନିର୍ଭ କରେ । ଜଳସେଚିତ ଅଞ୍ଚଳର କେନାଲପାଣି ଯୋଗାଣ ବନ୍ଦ ଥିବା ସମୟରେ (ବର୍ଷାଦିନ ବ୍ୟତିତ) ପୋଖରୀଟି କଲେ ଅସୁବିଧା ହୋଇ ନଥାଏ । ଜଳପାଟ ବା ବର୍ଷସାରା ପାଣି ଜମି ରହୁଥିବା ଜାଗାରେ ବନ୍ଧ କରିବାକୁ ଗ୍ରୀଷ୍ମଋତୁ ହିଁ ଶ୍ରେୟସ୍କର । କାରଣ ଏହି ସମୟରେ ଜଳସ୍ତର କମିଯାଇଥାଏ ଏବଂ ପାଣି ସୁଖେଇବା ଦରକାର ପଡ଼ିଲେ ଏ ବାବଦ ଖର୍ଚ୍ଚ କମ୍ ହୋଇଥାଏ । ଅଣ ଜଳସେଚିତ ଜାଗାରେ ପୋଖରୀ ଖୋଳିବାକୁ ହେଲେ ବର୍ଷାଦିନ ପରେ (ଗ୍ରୀଷ୍ମଋତୁରେ) କରିବା ଦରକାର କାରଣ ମାଟି ନରମ ଥାଏ । ତେଣୁ ମାଟି ଖେଳିବା ସହଜ ହୋଇଥାଏ । ଯଦି ବର୍ଷା ହିଁ ପୋଖରୀ ପାଇଁ ଏକମାତ୍ର ଉତ୍ସ ହୋଇଥାଏ । ତେବେ ଗ୍ରୀଷ୍ମଋତୁରେ ଶେଷଭାଗକୁ ପୋଖରୀ ଖୋଳା ଶେଷ କଲେ ବର୍ଷା ହେବା ସଙ୍ଗେ ପୋଖରୀଟିରେ ଜଳ ରହିଥାଏ ।

ପୋଖରୀ କରିବା ପୂର୍ବରୁ ଜାଗାଟିରେ ଥିବା ସମସ୍ତ ଗଛପତ୍ର ଇତ୍ୟାଦି କଟାଯିବା ଉଚିତ୍ । ବନ୍ଧ ଲାଇରେ ଯଦି ଗଛର ମୂଳ ପଡୁଥାଏ ତାହା ହେଲେ ତାକୁ ଖୋଳି ବାହାର କରିଦେଲେ ଭବିଷ୍ୟତରେ ପଚିସଢ଼ି ତାହା ସମସ୍ୟା ସୃଷ୍ଟି କରେ ନାହିଁ ।

ପାଣି ପାଟ ବା ଗଣ୍ଡ ଇତ୍ୟାଦି ଜାଗାରେ ଖୋଳା ବା ବନ୍ଧ ପକାଇବା କାମ ଏପରି ଭାବରେ ଯୋଜନା କରିବାକୁ ପଡ଼ିବ ଯାହା ଫଳରେ ବର୍ଷାଦିନ ପୂର୍ବରୁ ପାଣି ସୁଖା ଜଳ ଓ ପଙ୍କ କଢ଼ା ଓ ବନ୍ଧ ତିଆରି ଇତ୍ୟାଦି ସବୁକାମ କରାଯିବ । ନଚେତ୍ ବଳକା କାମ ବର୍ଷା ଋତୁରେ କିମ୍ବା ତା ପରବର୍ଷ କରିବା ବ୍ୟୟବହୁଳ ହେବ । ପାଣି ପାଟର ଆକାର ବୃହତ୍  ହୋଇଥିଲେ କିମ୍ବା ଜଳ ଶୁଖାଇବା ସମ୍ଭବପର ନ ହେଲେ ପାଣି ଜାଗାକୁ ବାହାର ମାଟିଦ୍ୱାରା ବନ୍ଧ ନିର୍ମାଣ କରି ଭାଗ ଭାଗ କରାଯାଏ । ତାପରେ ପ୍ରତିଭାଗରୁ ପମ୍ଭ ସାହାଯ୍ୟରେ ପାଣି ଶୁଖାଇ ଜଳ ସଫା ଓ ପଙ୍କ ଉଧାର କାମ କରାଯାଇଥାଏ ।

ବନ୍ଧ ତିଆରି କରିବା ପୂର୍ବରୁ ନକ୍ସା ନିର୍ଦ୍ଦେଶ ପୂର୍ବକ ଭୂମି ଉପରେ ବନ୍ଧ ଆକୃତିର ଚିହ୍ନ ଦଉଡ଼ି, କଳା ଓ ବାଉଁଶ ସାହାଯ୍ୟରେ ପ୍ରତି ୨୦ମି. ବ୍ୟବଧ୍ୟାନରେ କରିବା ଉଚିତ୍ ।

ଏପରି ଚିହ୍ନଦେବା ଦ୍ଵାରା କାମ କରିବାରେ ସୁବିଧା ହୁଏ । ମାଟି ଏଣେତେଣେ ପଡ଼ି ଦୋହରା କାମ ହୋଇ ନଥାଏ ।   ଶେଷରେ ବନ୍ଧ ଉପରୁ ମାଟି ଧୋଇ ନଯିବା ପାଇଁ ଓ ହୁଡ଼ାର ମଜୁବୁତ ଓ ସୌନ୍ଦର୍ଯ୍ୟ । ପାଇଁ ଉପର ଘାସ ଚେକା ସୁନ୍ଦର ଭାବରେ ବିଛାଇ ଘାସ ବଞ୍ଚିବା ପର୍ଯ୍ୟନ୍ତ ଜଳ ଛିଞ୍ଚିବାର ବ୍ୟବସ୍ଥା କରାଯିବା ଉଚିତ୍ ।

ମାଛ ପୋଖରୀର ରକ୍ଷଣାବେକ୍ଷଣ

ପୋଖରୀ ଓ ତାର ବନ୍ଧବାଡ଼ର ସୁରକ୍ଷା ଓ ନିୟମିତ ମରାମତି ମତ୍ସ୍ୟଚାଷ କ୍ଷେତ୍ରରେ ଏକ ପ୍ରଧାନ ଭୂମିକା ଗ୍ରହଣ କରିଥାଏ । କାରଣ ଏହାଦ୍ଵାରା ପୋଖରୀରେ ବଡ଼ ଧରଣର ଅସୁବିଧାକୁ ଏଡ଼ାଇ ଦିଆଯାଇପାରେ । ଆମ ଦେଶରେ ପୋଖରୀ- ଗଡ଼ିଆ ଆକାରରେ ୧୮.୮ ଲକ୍ଷ ଏକରରୁ ଅଧିକ ଜଳକ୍ଷେତ୍ର ପଡ଼ିରହିଛି । ଯେଉଁଥିରେ ମାତ୍ର ୨୦ ଭାଗ ମାଛଚାଷରେ ବ୍ୟବହାର ହେଉଛି । ବଳକା ୮୦ ଭାଗରେ ମାଛଚାଷ ହେଉ ନାହିଁ କେବଳ ଏଗୁଡ଼ିକର ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଏଗୁଡ଼ିକର ଅଧିକାଂଶ ବନ୍ଧବାଡ଼ ଭାଙ୍ଗିଗଲେଣି ଓ ଆଉ କେତେକରେ ଜଳ ରହୁନାହିଁ । କେତେକ ମଧ୍ୟ ଦଳ ଓ ଘାସ ଦ୍ଵାରା ପରିପୂର୍ଣ୍ଣ । ଏ କ୍ଷେତ୍ରରେ ବନ୍ଧବାଡ଼ ଗୁଡ଼ିକର ମରାମତି ତୁରନ୍ତ ଦରକାର । ଦ୍ଵିତୀୟରେ ପୋଖରୀରୁ ପାଣି ସୁଖାଇ ଘାସ ଓ ଦଳ ଗୁଡ଼ିକର ମୂଳୋତ୍ପାଟନ କରିବା ଆବଶ୍ୟକ । ଯଦି ଦରକାର ପଡ଼େ, କେତେକ କ୍ଷେତ୍ରରେ ପଙ୍କ ଉଧାର କାର୍ଯ୍ୟ ମଧ୍ୟ କରିବା ଦରକାର ।

ଯେଉଁ ପୋଖରୀଗୁଡ଼ିକରେ ଜଳ ରହୁ ନାହିଁ ତାର କାରଣ ଅନେକ ପ୍ରକାରର ହୋଇପାରେ।

ମୂଷା ଓ କଙ୍କଡ଼ା ଇତ୍ୟାଦି ଜୀବମାନଙ୍କ ଦ୍ଵାରା ମାଟି ବନ୍ଧ ମଧ୍ୟରେ ହୋଇଥିବା ଗର୍ଭ ଏକ କାରଣ ହୋଇପାରେ ତେଣୁ ସେଗୁଡ଼ିକ ଠିକ୍‌ଭାବେ ନିରିକ୍ଷଣ କରି ଶକ୍ତିମାଟି ବା ଚୂନ ଓ ମାଟି ମିଶାଇ ଅବା ଗୋଡ଼ି ସିମେଣ୍ଟ ଇତ୍ୟାଦିର ପ୍ରୟୋଗ କରି ବନ୍ଧ କରାଯିବା ଉଚିତ୍। କଙ୍କଡ଼ା ଗାତ ମୁହଁରେ କ୍ୟାଲସିୟମ କାର୍ବାଇଡ୍ ରଖି ତା ଉପରେ ପାଣି ଢାଳିଲେ ସାଧାରଣତଃ କଙ୍କଡ଼ା ବାହାରକୁ ବାହାରି ଆସିଥାନ୍ତି । ବର୍ଷାଜଳ ଭରି କରିବାର ବ୍ୟବସ୍ଥା ସହିତ କୂପ ଓ  ଜଳପମ୍ପର ବ୍ୟବସ୍ଥା କରି ପୋଖରୀର ଜଳ ସମସ୍ୟା ସମାଧ୍ୟାନ କରାଯାଇପାରେ ।

ପୋଖରୀଟି ଯଦି ଠିକ୍ ସ୍ଥାନରେ ନିର୍ମିତ ହୋଇ ନଥାଏ ଓ ମାଟିର ଭେଦ୍ୟତା ହାର ଅଧିକ ହେତୁ ଜଳ ରହୁ ନଥା ଏ, ତାହାହେଲେ ସେ କ୍ଷେତ୍ରରେ ନିମ୍ନଲିଖିତ କେତୋଟି ପ୍ରଣାଳୀ ମଧ୍ୟରୁ ଯେଉଁଟି ସୁବିଧା ଜନକ ତାର ପ୍ରୟୋଗ କରି ମାଟିର ଜଳ ଭେଦ୍ୟତା ହାର କମାଯାଇପାରେ ।

ପୋଖରୀଟିକୁ ଭଲ ଭାବରେ ଚାଷ କରି ନିଅନ୍ତୁ ଯେପରିକି ୨୦ ରୁ ୨୫ ସେ.ମି. ଗଭୀରତା ପର୍ଯ୍ୟନ୍ତ ମାଟି ଚଷି ହୋଇଯିବ । ଗୋଡ଼ି, ପଥର, ଘାସ, ଚେରମୂଳ ଇତ୍ୟାଦି ଥିଲେ ଭଲ ଭାବରେ ବାଛି ନିଅନ୍ତୁ । ତଳ ମାଟିର ଶତକଡ଼ା, ଏକ ଗୁଣ ଗୋବର ଓ ୫ ଭାଗ ପଙ୍କୁ ଆ ବା ଚିକିଟା କାଦୁଆ ମାଟି ସଂଗ୍ରହ କରି ପୋଖରୀର ତଳ ଓ ପାଖରେ ସମ ପରିମାଣରେ ପକାଇ ଉପରେ ଚାଷ କରି ବା ଅନ୍ୟ ଉପାୟ ରେ ମିଶାଇ ଦିଅନ୍ତୁ । ଗୋଟିଏ ହାତ ରୋଲର ସାହାଯ୍ୟରେ ୫/୬ ଥର ରୋଲିଙ୍ଗ କରିନିଅନ୍ତୁ । ମାଟି ପୁରାପୁରି ସୁଖ ଯାଇଥିଲେ ରୋଲିଂପୂର୍ବରୁ ଅଳ୍ପପାଣି ଛିଞ୍ଚିବାକୁ ପଡ଼ିଥାଏ । ଯଦି ରୋଲର ନ ମିଳେ ବା ଛୋଟ ପୋଖରୀ ହୋଇଥାଏ । ଲୋକମାନଙ୍କ ସାହାଯ୍ୟରେ କାଠ ବା ଲୁହାର ପିଟଣା ଦ୍ଵାରା ଉପରେ ବାଡ଼େଇ ବାଡ଼େଇ ମାଟି ଦୃଢ଼ୀଭୂତ କରି ନିଅନ୍ତୁ ଯଦ୍ଵାରା ପାଣି ଝରି ଯିବାର ସମ୍ଭାବନା ରହିବ ନାହିଁ । ଅତି ବାଲିଆ ମାଟି ହୋଇଥିଲେ କାଦୁ ଆ ଚିକିଟା ମାଟିର ପରିମାଣ ବଢ଼ାଇ ଦିଅନ୍ତୁ । ସ୍ଥଳ ବିଶେଷରେ ମାଟିର ନମୂନା ଅନୁଯାୟୀ ଏହା ଶତକଡ଼ା ୧୦ ରୁ ୨୦ ଭାଗକୁ ବୃଦ୍ଧି ପାଇଥାଏ । କାଦୁଆ ମାଟି ମିଳିବାର ବିଶେଷ ଅସୁବିଧା ହେଲେ ସେ କ୍ଷେତ୍ରରେ । ମାଟିର ପ୍ରକାରକୁ ନେଇ ସିମେଣ୍ଟ ଶତକଡ଼ା ଏକରୁ ଦୁଇଭାଗ ଓ ଗୋବର ଏକରୁ ୫ ଭାଗ ମଧ୍ୟରେ ବ୍ୟବହାର କରି ଉପରୋକ୍ତ ମତେ ଚାଷ ମିଶ୍ରଣ ଓ ରୋଲିଂ କଲେ ମାଟିରେ ଜଳର ଭେଦ୍ୟତା ହାର କମି ଯାଇଥାଏ ।

ବେଣ୍ଟୋନାଇଟ୍ ର ବ୍ୟବହାର

ପୋଖରୀ ମାଟି ମଧ୍ୟ ଦେଇ ପାଣି ଝରି ଯିବାକୁ ରୋକିବା ପାଇଁ ବେଣ୍ଟୋନାଇଟ୍ ବ୍ୟବହାର କରାଯାଇପାରେ । ଏହାର ପାଉଡର ଓଦା ହୋଇଗଲେ ଏହା ନିଜ ଓଜନର ଯଥେଷ୍ଟ ଅଧିକ ହାରରେ ଜଳ ଶୋଷି ନେଇ ଆୟତନକୁ ୮ ରୁ ୧୦ ଭାଗ ବୃଦ୍ଧି କରିଥା।

ତେଣୁ ବେଣ୍ଟୋନାଇଟ୍ ସୂକ୍ଷଗୁଣ୍ଡ ଗୁଡ଼ିକ ମାଟିର ଥିବା ରନ୍ଧ୍ର ମଧ୍ୟରେ ପଶି ପାଣି ଝରି ଯାଉଥିବା ବାଟଗୁଡ଼ିକ ସିଲ୍‌ କରିଦିଏ । ଏହାର ବ୍ୟବହାର ପୂର୍ବରୁ ପୋଖରୀଟିକୁ ଭଲ ଭାବରେ ସଫାକରି ମାଟି ଚାଷ କରି ଗୁଣ୍ଡକରି ଦିଆଯାଇଥାଏ । ପନ୍ଦର ସେ.ମି. ଗଭୀର । ମାଟିରେ ବେଣ୍ଟୋନାଇଟ୍ ସମ ପରିମାଣରେ ମିଶାଇ ମାଟିକୁ ଭଲ ଭାବରେ ରୋଲିଂଙ୍ଗ ବା ପିଟଣା ଦ୍ଵାରା ସମତୁଲ କରି ଦିଆଯାଏ । ତା ପରେ ରେ ରେ ପୋଖରୀକୁ ଜଳପୂର୍ଣ୍ଣ କରାଯାଇଥାଏ । ବେଣ୍ଟୋନାଇଟ୍ ପ୍ରତିବର୍ଗ ମିଟର ପ୍ରତି ୫ ରୁ ୧୫ କି.ଗ୍ରା. ମଧ୍ୟରେ ଲାଗିଥାଏ । ପୋଖରୀରୁ ପାଣି ଶୁଖିଗଲେ ବେଣ୍ଟୋନାଇଟ୍ ତାର ପୂର୍ବ ରୂପକୁ ଫେରିଆସି ପୋଖରୀରେ ଫାଟ ସୃଷ୍ଟି କରିଥାଏ ।

ମାଟି ଉପରେ ବିଭିନ୍ନ ଆବରଣର ପ୍ରୟୋଗ

ମାଟିର କ୍ଷୟ ଓ ଜଳର କ୍ଷରଣକୁ କମାଇବା ପାଇଁ ବିଭିନ୍ନ ପ୍ରକାରର ଆବରଣର ପ୍ରୟୋଗ ଯଦିଓ ଖର୍ଚ୍ଚ ସାପେକ୍ଷ ତଥାପି ମାଛ ପୋଖରୀର ପରିଚାଳନା ଦୃଷ୍ଟିରୁ ଯୁକ୍ତିଯୁକ୍ତ ହୋଇଥାଏ । ତେଣୁ ମାଟିର ଅବସ୍ଥା ଓ ପାଣ୍ଠି ର ବ୍ୟବସ୍ଥାନୁଯାୟୀ ନିମ୍ନପ୍ରକାରର ଯେ କୌଣସି ଆବରଣର ପ୍ରୟୋଗ କରାଯାଇଥାଏ ।

ସିମେଣ୍ଟ କଙ୍କ୍ରିଟ୍ 

ଇଞ୍ଜିନିୟରିଂ ନିୟମ ଅନୁଯାୟୀ ବାଲି, ଗୋଡ଼ି ଓ ସିମେଣ୍ଟର ମିଶ୍ରଣ କରି ୪ ଇଞ୍ଚ ( ୧୦ ସେ.ମି.) ମୋଟାରେ ପ୍ରୟୋଗ କରାଯାଇପାରେ ।

ପଥର ବା ଇଟା, ବାଲି, ସିମେଣ୍ଟର ମୋଟାର ସାହାଯ୍ୟରେ ଦରକାର ମୁତାବକ ଆବରଣ  କରାଯାଇପାରେ ।

ପ୍ଲାଷ୍ଟିକ୍ ଜାତୀୟ ଜଳ ନିରୋଧକ ବସ୍ତୁ ଯଥା ପଲିଥିନ, ଭିନାଇଲ୍ ଓ ରବର ପ୍ରଭୃତିକୁ ଉପଯୁକ୍ତ ଭାବରେ ବ୍ୟବହାର କରାଯାଇପାରେ । ଏଗୁଡ଼ିକ ଶତକଡ଼ା ଶହେଭାଗ ଜଳ ନିରୋଧକ ।

ପୋଖରୀର ଉତ୍ପାଦନ କ୍ଷମତା ବୃଦ୍ଧି ନିମିତ୍ତ ପଦକ୍ଷେପ

ବିଭିନ୍ନ ଅନ୍ତର୍ଦେଶୀୟ ମାଛଚାଷ ମଧ୍ୟରେ ପୋଖରୀ ମାଛଚାଷ ସର୍ବାଧିକ ଏବଂ ସର୍ବତ୍ର । ଆଦୃତ ହୋଇପାରିଛି ଏବଂ ଭବିଷ୍ୟତରେ ଏହା ଯେ ଅଧିକ ଲୋକପ୍ରିୟ ହୋଇପାରିବ ଏହା ନିଃସନ୍ଦେହରେ କୁହାଯାଇପାରେ । ଯଦିଓ ପୋଖରୀ ମାଛଚାଷ ଏକ ସୌଖୁନ୍ ରୂପେ ଆରମ୍ଭ ହୋଇଥିଲା ବର୍ତ୍ତମାନ ତାହା ଏକ ଲାଭଜନକ ବ୍ୟବସାୟ ରୂପେ ମୁଣ୍ଡ ଟେକିଲାଣି । ଏବଂ ଏହାର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାକୁ ଲାଗିଛି । ପୋଖରୀରେ ମାଛ ଉତ୍ପାଦନ କ୍ଷମତା ପୋଖରୀର ଉର୍ବରତା ଉପରେ ନିର୍ଭର କରୁଥିବା ହେତୁ କେତେକ ଦରକାରୀ ରାସାୟନିକ ଓ ଜୈବିକ ସାର ଯଥା ଯବକ୍ଷାରଜାନ, ଫଫର, ଗୋବର ଇତ୍ୟାଦି ପ୍ରୟୋଗ କରାଯାଇ ପୋଖରୀର ଉର୍ବରତା ବୃଦ୍ଧି କରିବାକୁ ପଡ଼େ । ଯାହାଦ୍ଵାରାକି ପୋଖରୀରେ ପ୍ରଚୁର ପରିମାଣରେ ପ୍ରାକୃତିକ ଖାଦ୍ୟ ସୃଷ୍ଟି ହୋଇ ମାଛ ଉତ୍ପାଦନ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

ପୋଖରୀ ପ୍ରସ୍ତୁତି କରଣ

ସାଧାରଣତଃ ପୋଖରୀ ଉଚ୍ଚ ବା ସମତଳ ସ୍ଥାନରେ ଖୋଳି କିମ୍ବା ଖାଲୁଆ ଜାଗାରେ ଚତୁଃପାର୍ଶ୍ଵ ବନ୍ଧ ଦେଇ ପ୍ରସ୍ତୁତ କରାଯାଏ । ଗ୍ରାମାଞ୍ଚଳରେ ସାଧାରଣତଃ ପୋଖରୀରେ ମାଛଚାଷ ସଙ୍ଗେ ସଙ୍ଗେ ଗ୍ରାମବାସୀମାନେ ପୋଖରୀ ଜଳକୁ ବ୍ୟବହାର କରିଥାନ୍ତି । ଏପରିସ୍ଥଳେ ପୋଖରୀରେ ନାଳ ନର୍ଦ୍ଦମା ପାଣି ପ୍ରବେଶ ନ କରିବା ପାଇଁ ଦୃଷ୍ଟି ଦେବା ଏକାନ୍ତ ଆବଶ୍ୟକ । ମାଛ ଚାଷ ପାଇଁ ଉପଯୁକ୍ତ ପୋଖରୀର ଆୟତନ ଏକ ହେକ୍ଟର । (ଅଢ଼େଇ ଏକର )ରୁ ଅଧିକ ହେବା ଉଚିତ୍ ନୁହେଁ ଏବଂ ପୋଖରୀ ଗଭୀରତା ଏକ ମିଟରରୁ ଦେଢ଼ ମିଟର ମଧ୍ୟରେ ରହିବା ଉଚିତ୍ । ପୋଖରୀରେ ଯାଆଁଳ ଛାଡ଼ିବା ପୂର୍ବରୁ ସମସ୍ତ । ପ୍ରକାରର ଦଳ ସଫା କରିବା ଏବଂ ସମସ୍ତ ପ୍ରକାରର ମାଛ ତଥା କ୍ଷତିକାରକ ପୋକ ସବୁକୁ ମାରିଦେବା ନିତାନ୍ତ ଜରୁରୀ ।

ପୋଖରୀରୁ ଶିକାରୀ ଏବଂ ଅଦରକାରୀ ମାଛ ମାରି ସଫା କରିବା

ପୋଖରୀରେ ଦୁଇ ତିନି ଥର ଜାଲ ପକାଇ ସାରିବା ପରେ ମହୁଲ ପିଡ଼ିଆ ଏକ ହେକ୍ଟର ପ୍ରତି ୨୦୦୦ ରୁ ୨୫୦୦ କିଲୋ ପ୍ରୟୋଗ କଲେ ସମସ୍ତ ପ୍ରକାରର ମାଛି।

ଦୁଇତିନି ଘଣ୍ଟା ମଧ୍ୟରେ ମରିଯାଆନ୍ତି ଯଦିଓ ଏହି ମାଛଗୁଡ଼ିକ ଖାଦ୍ୟଉପଯୋଗୀ ଅଟେ । ପୋଖରୀରେ ମହୁଲ ପିଡ଼ିଆ ବିଷର ପ୍ରଭାବ ପ୍ରାୟ ୨୧ ଦିନ ପର୍ଯ୍ୟନ୍ତ ରୁହେ ଏବଂ ତାପରେ ପୋଖରୀ ଯାଆଁଳ ଛାଡ଼ିବା ପାଇଁ ଉପଯୁକ୍ତ ଅବସ୍ଥାକୁ ଆସିଥାଏ।

ବିଶେଷ କରି ଗ୍ରାମବାସୀମାନେ ବ୍ୟବହାର କରୁଥିବା ପୋଖରୀକୁ ମହୁଲ ପିଡ଼ିଆ ପରିବର୍ତ୍ତେ ବୈଚି ପାଉଡ଼ର ପକାଇ ମାଛ ମାରିବା ଉଚିତ୍ । ଏକ ହେକ୍ଟର ମିଟର ପୋଖରୀରେ ଶତକଡ଼ା ୩୦ ଭାଗ କ୍ଲୋରିନ୍ ଅବା କ୍ଲିଚି ପାଉଡ଼ର ୩୦୦ ରୁ ୩୫୦ କିଲୋ ପ୍ରୟୋଗ କରିବାକୁ ହୁଏ । ପାଉଡ଼ରକୁ ପାଣିରେ ଗୋଳାଇ ପୋଖରୀରେ ପ୍ରୟୋଗ ହୁଏ ଏବଂ ଏହାର ପ୍ରଭାବରେ ଏକ ବା ଦୁଇ ଘଣ୍ଟା ମଧ୍ୟରେ ମାଛ ମରିଯାନ୍ତି । ଏହି ମାଛ ମଧ୍ୟ ଖାଦ୍ୟଉପଯୋଗୀ । ଏହି କ୍ଲୋରିନ୍ ବିଷର ପ୍ରଭାବ ପୋଖରୀରେ ଏକ ସପ୍ତାହ ପର୍ଯ୍ୟନ୍ତ ରୁହେ।

ପୋଖରୀରୁ ମାଛ ମାରିଲେ ଆଉ ଏକ ଶସ୍ତା ଏବଂ ସହଜ ଉପାୟ ହେଉଛି ୟୁରିଆ ସାର ଓ ବ୍ଲିଚିଂ ପାଉଡର ମିଶ୍ରଣର ପ୍ରୟୋଗ । ପ୍ରଥମେ ୟୁରିଆ ସାରକୁ ଏକ ହେକ୍ଟର ପୋଖରୀ ପ୍ରତି ୧୦୦ କିଲୋ ହିସାବରେ ପାଣିରେ ଗୋଳାଇ ପ୍ରୟୋଗ କରାଯାଏ ଏବଂ ଏହାର ୨୪-୪୮ ଘଣ୍ଟା ମଧ୍ୟରେ ୧୭୫ କିଲୋ ବୈ ପାଉଡ଼ର (ଶତକଡ଼ା ୩୦ ଭାଗ ଥିବା କ୍ଲୋରିନ୍‌ ପ୍ରୟୋଗ) କରାଯାଏ । ଅଧଘଣ୍ଟା ପରେ ପୋଖରୀରେ ଥିବା ସମସ୍ତ ପ୍ରକାରର ମାଛ ମରିଯାନ୍ତି ଏବଂ ଏହି ବିଷର ପ୍ରଭାବ ପୋଖରୀରେ ଏକ ସପ୍ତାହ ପର୍ଯ୍ୟନ୍ତ ରୁହେ । ତା ଛଡ଼ା ୟୁରିଆ ସାର ବ୍ୟବହାର ଯୋଗୁଁ ପୋଖରୀର ଉର୍ବରତା ମଧ୍ୟ ବୃଦ୍ଧି ପାଇଥାଏ ।

ପୋଖରୀ ଅବସ୍ଥାର ଉନ୍ନତି କରଣ :

ଅତିଅଳ୍ପ ଅମ୍ବରୁ ଅତି ଅଳ୍ପ କ୍ଷାର ମାଟି ଯାହାର ପି.ଏଚ୍. ୬.୫ ରୁ ୭.୫ ମଧ୍ୟରେ ଥାଏ ମାଛାଚାଷ ନିମିତ୍ତ ଅନୁକୂଳ । କିନ୍ତୁ ମାଟିର ଅମ୍ଳତ୍ଵ ଯଦି ୬.୫ ରୁ କମ୍, କ୍ଷାରତ୍ଵ ୭.୫ ରୁ ଅଧିକ ହୁଏ, ଜୈବିକ ଅଙ୍ଗାରର ଶତକଡ଼ା ଭାଗ ୪ ରୁ ଅଧିକ ହୁଏ ଏବଂ ବାଲି ଅଂଶ ଶତକଡ଼ା ୭୫-୮୦ ଭାଗରୁ ଅଧିକ ହୁଏ, ପୋଖରୀରେ ମାଛ ଉତ୍ପାଦନ ଆଶାତୀତ ଭାବେ ହ୍ରାସ ପାଇଥାଏ । ଯେଉଁଥି ପାଇଁ କେତେକ ଜରୁରୀ ପଦକ୍ଷେପ ନେବାକୁ ପଡ଼େ ।

ଚୂନମାଟି ଅମ୍ଳତ୍ଵର ମାନକୁ ହ୍ରାସ କରେ । ତେଣୁ ପଥର ଚୂନ କିମ୍ବା ସିପ ଚୂନ ସାରଣୀ-୧ରେ ଦର୍ଶାଥିବା ପରିମାଣ ପୋଖରୀରେ ୩/୪ ଥର ଦୁଇତିନି ଦିନ ଅନ୍ତରରେ ପ୍ରୟୋଗ କରିବାର ୧୫ ଦିନ ପରେ ଯାଆଁଳ ଛାଡ଼ିବାକୁ ହୁଏ ।

ସାରଣୀ-୧ : ମାଟିର ଅମ୍ଳତ୍ଵ ଓ ଚୂନ ପରିମାଣ ପ୍ରଯୋଗ ।

ମାଟିର ଅମ୍ଳତ୍ଵର ସଂଭାଗ

ମାଟିର ପ୍ରକୃତି

ଚୂନ ପରିମାଣ ଆବଶ୍ୟକ କିଲୋ/ହେକ୍ଟର ପିଛା

୪.୦-୫.୦

ବେଶୀ ଅମ୍ଳ

୨୦୦୦

୫.୦-୬.୦

ଅଳ୍ପ ଅମ୍ଳ

୧୨୦୦

୬.୦-୬.୫

ସାଧାରଣ ଅମ୍ଳ

୧୦୦୦

୬.୫-୭.୫

ନିରପେକ୍ଷ

୪୦୦

ଅତିବେଶୀ କ୍ଷାର ମାଟି ଯାହାର ପି.ଏଚ୍. ୮.୫ ରୁ ଅଧିକ, ଗୋବର ହେକ୍ଟର ପିଛା ୧୦-୨୦ ଟନ୍ କିମ୍ବା ଜିସମ୍ ହେକ୍ଟର ପିଛା ୫-୬ ଟନ୍ ହିସାବରେ ପ୍ରୟୋଗ କରାଯାଇ ପୋଖରୀର କ୍ଷାରତ୍ କମାଯାଇ ମାଛଚାଷ ଉପଯୋଗୀ କରାଯାଇପାରେ । ମାଟିରେ ବାଲି ଅଂଶ ଅଧିକ ପରିମାଣରେ ଥିଲେ, ଜୈବିକ ସାର, ବାୟୋଗ୍ୟାସ୍ ମଳ ପ୍ରୟୋଗ କରାଯାଇ ତାର ଉତ୍ପାଦନ ମାନ ବୃଦ୍ଧି କରାଯାଇପାରେ ।

ସାଧାରଣତଃ ପୁରୁଣା ପୋଖରୀରେ ଅଧିକ ପରିମାଣରେ ଜୈବିକ ଅଙ୍ଗାର ଦେଖିବାକୁ ମିଳିଥାଏ ଏହାଦ୍ଵାରା ମାଟିରେ ବାନ୍ଧି ହୋଇଥିବା ସାର ସହଜରେ ପାଣି ମାଧ୍ୟମକୁ ଆସିପାରେ ନାହିଁ । ତା ଛଡ଼ା ଜୀବ-ରାସାୟନିକ ପ୍ରକ୍ରିୟା ଦ୍ଵାରା ସୃଷ୍ଟି ହୋଇଥିବା ବିଭିନ୍ନ ବିଷାକ୍ତ ଗ୍ୟାସ୍ ନିର୍ଗତ ହୋଇ ପୋଖରୀର ଉତ୍ପାଦନ କ୍ଷମତା ହ୍ରାସ କରିଥାଏ । ତେଣୁ ଏହି କ୍ଷେତ୍ରରେ ପୋଖରୀରେ ଥିବା ପାଣି ଶୁଖାଇ ପଙ୍କକୁ ହଳ କରିଦେବା ନଚେତ୍ ପଙ୍କକୁ ବାହାରକୁ ବାହାର କରିଦେବା ଉଚିତ୍ । ଯେଉଁ କ୍ଷେତ୍ରରେ ଏହା ସମ୍ଭବ ନୁହେଁ ସେ କ୍ଷେତ୍ରରେ ପୋଖରୀରେ ପ୍ରତି ୧୫ ଦିନରେ ବିଦା ବୁଲାଇ ହେକ୍ଟର ପିଛା ୧ ଟନ୍ ହିସାବରେ ଚୂନ ପ୍ରୟୋଗ କଲେ ପୋଖରୀ ଉତ୍ପାଦନକ୍ଷମ ହୁଏ ।

ପୋଖରୀରେ ସାର ପ୍ରୟୋଗ :

ମାଛ ଚାଷ ସମୟରେ ପୋଖରୀରେ ପ୍ରାକୃତିକ ମାଛ ଖାଦ୍ୟ ଉତ୍ପାଦନ କ୍ଷମତା ସମାନ ରଖିବା ବା ବଜାୟ ରଖିବା ନିମିତ୍ତ ଜୈବିକ ଓ ରାସାୟନିକ ସାରର ପ୍ରୟୋଗ ଆବଶ୍ୟକ ପଡ଼େ । ସାର ପ୍ରୟୋଗ ଦ୍ୱାରା ପୋଖରୀରେ ପ୍ରାକୃତିକ ଖାଦ୍ୟ (ଯଥା- ଫ୍ଲାଙ୍କଟନ୍, ପେରିଫାଇଟନ୍ ଓ ବେନଥୋଜ) ବହୁପରିମାଣରେ ବୃଦ୍ଧି ହୋଇଥାଏ  ଯାହାକି ମାଛର ପ୍ରଧାନ ଖାଦ୍ୟ।

ଯେ କୌଣସି ଏକ ସାଧାରଣ ପୋଖରୀରେ ଚୂନ ବର୍ଷକୁ ହେକ୍ଟର ପିଛା ୪୦୦ କିଲୋ ହିସାବରେ ପ୍ରୟୋଗ କରିବା ଦରକାର । ଯାଆଁଳ ଛାଡ଼ିବା ପୂର୍ବରୁ ହେକ୍ଟର ପିଛା ୧୦୦ କିଲୋ ଏବଂ ଅବଶିଷ୍ଟ ୩୦୦ କିଲୋ ସମାନ ମାସିକିଆ କିସ୍ତିରେ ପ୍ରୟୋଗ କରାଯାଏ। ପୋଖରୀରେ ରାସାୟନିକ ସାରର ପ୍ରୟୋଗ ସଙ୍ଗେ ସଙ୍ଗେ ଜୈବିକ ସାରର ବ୍ୟବହାର ଏକାନ୍ତ ଆବଶ୍ୟକ । ବିଭିନ୍ନ ପୋଖରୀରେ ସାର ପ୍ରୟୋଗର ପରିମାଣ ସାରଣୀ-୨ ରେ ଦର୍ଶାଯାଇଛି ।

ସାରଣୀ-୨ : ପୋଖରୀ ମାଟିର ଗୁଣାତ୍ମକ ମାନ, ମୌଳିକ ପଦାର୍ଥ ଜୈବିକ

ମତ୍ସ୍ୟ ଉତ୍ପାଦନ

କ୍ଷମତା

ମାଟିର ରାସାୟନିକ ଅବସ୍ଥା

ଅମ୍ଳତ୍ଵ

ଜୈବିକ ଅଙ୍ଗାର

ସହଜରେ ମିଳୁଥିବା ଯବକ୍ଷାରଜାନ (ମି.ଗ୍ରା. / ୧୦୦ ଗ୍ରା. ମାଟିରେ)

ଦରକାରୀ ମୌଳିକ ପଦାର୍ଥ ଫଫରସ୍ (ମି.ଗ୍ରା.୧୦୦ ଗ୍ରା. ମାଟିରେ)

କମ୍ ଉତ୍ପାଦନକ୍ଷମ ପୋଖରୀ

୫.୫ ରୁ କମ୍

୦.୫ ରୁ କମ୍

୨୫.୦ରୁ କମ୍

୩.୦ରୁ କମ୍

ସାଧାରଣ ଉତ୍ପାଦନ କ୍ଷମ ପୋଖରୀ

୫.୫ ରୁ ୬.୫

୦.୫ ୧.୫

` ୨୫.୦-୫୦.୦

.୦-୬.୦

ବେଶୀ ଉତ୍ପାଦନକ୍ଷମ ପୋଖରୀ

୬.୫ ରୁ ୭.୫

୧.୫-୨.୦

୫୦.୦ ରୁ ଅଧିକ

୬.୦ ରୁ ଅଧିକ

ରାସାୟନିକ ସାରର ପରିମାଣ

ପୋଖରୀ ପାଇଁ ଆବଶ୍ୟକ ମୌଳିକ ପଦାର୍ଥ ଓ ଜୈବିକ ଅଙ୍ଗାର ପରିମାଣ କିଲୋଗ୍ରାମ/ହେକ୍ଟର

ପୋଖରୀରେ ପ୍ରୟୋଜନ ରାସାୟନିକ ସାର ଓ ଜୈବିକ ସାର କିଲୋଗ୍ରାମ/ହେକ୍ଟର ବର୍ଗରେ

ଯବକ୍ଷାରଜାନ ୨୦୦-୨୫୦

କାଲସିୟମ୍ ଆମୋନିୟମ୍ ନାଇଟ୍ରେଟ୍

୫୦୦-୬୦୦ କିମ୍ବା ୟୁରିଆ ୨୨୫ ରୁ ୨୯୦

ଫସଫରସ ୧୦୦- ୧୨୫

 

ସିଙ୍ଗଲ ସୁପର ଫସଫେଟ୍  ୩୧୫ – ୪୦୫ କିମ୍ବା

ଟ୍ରିପଲ ସୁପର ଫସଫେଟ୍ ୧୧୦-୧୪୫

ଜୈବିକ ଅଙ୍ଗାର ୬୦୦-୭୦୦

 

ଗୋବର ୧୦,୦୦୦-୧୨,୦୦୦ କିମ୍ବା

ଗୋବର ଗ୍ୟାସ୍ ମଳ ୧୬,୦୦୦-୨୦,୦୦୦

ଯବକ୍ଷାରଜାନ  –  ୧୫୦ ୨୦୦

କ୍ୟାଲସିୟମ ଆମୋନିୟମ୍ ନାଇଟ୍ରେଟ୍

୩୫୦-୫୨୦ କିମ୍ବା ୟୁରିଆ ୧୫୫ ରୁ ୨୨୫

ଫସ୍‌ଫରସ୍ ୭୫୧୦୦

ସିଙ୍ଗଲ ସୁପର ଫସଫେଟ୍ ୨୨୦ – ୩୧୫ କିମ୍ବା

ଟ୍ରିପଲ ସୁପର ଫସଫେଟ୍ ୭୫ ୧୧୦

ଜୈବିକ ଅଙ୍ଗାର ୪୮୦ – ୬୦୦

ଗୋବର ,୦୦୦- ୧୦,୦୦୦ କିମ୍ବା

ଗୋବର ଗ୍ୟାସ୍ ମଳ ୧୬,୦୦୦-୨୦,୦୦୦

ଯବକ୍ଷାରଜାନ ୧୦୦-୨୦୦

ୟୁରିଆ ୧୧୦-୧୫୫ କିମ୍ବା

ଆମୋନିୟମ୍ ସଲଫେଟ୍ ୨୨୫ ରୁ ୩୩୦

ଫସ୍‌ଫରସ୍ – ୫୦-୭୫

 

ସିଙ୍ଗଲ ସୁପର ଫଫେଟ୍ ୧୫୫-୨୨୦ କିମ୍ବା

ଟ୍ରିପଲ୍ ସୁପର ଫସଫେଟ୍ ୫୫-୭୫

ଜୈବିକ ଅଙ୍ଗାର ୩୦୦ – ୪୮୦

ଗୋବର ,୦୦୦-୮,୦୦୦ କିମ୍ବା ଗୋବର ଗ୍ୟାସ୍ ମଳ ୧୦,୦୦୦- ୧୬,୦୦୦ ପୋଖରୀ

ଯେଉଁ ପୋଖରୀରେ ମହୁଲ ପିଡ଼ିଆ ବ୍ୟବହାର କରି ମାଛ ମାରି ଦିଆଯାଏ ସେ ପୋଖରୀରେ ଜୈବିକ ସାର ୧୧ ମାସ ପର୍ଯ୍ୟନ୍ତ ମାସିକିଆ କିସ୍ତିରେ ବ୍ୟବହାର କରିବା ଉଚିତ୍ । କିନ୍ତୁ ୟୁରିଆ ସାର ଏବଂ ବ୍ଲିଚିଂ ପାଉଡ଼ର ଦ୍ଵାରା ମାଛ ମରାଯାଇ ଥିବା ପୋଖରୀରେ ଜୈବିକ ସାର ପ୍ରଥମ କିସ୍ତିରେ ଶତକଡ଼ା ୨୦ ଭାଗ ପ୍ରୟୋଗ ପରେ ଅବଶିଷ୍ଟ ୮୦ ଭାଗ ୧୦ ମାସ ପର୍ଯ୍ୟନ୍ତ ମାସିକିଆ କିସ୍ତିରେ ପ୍ରୟୋଗ କରାଯାଏ। ସାରଣୀ-୨ ରେ ଥିବା ବିଭିନ୍ନ ସାର ପ୍ରୟୋଗର ପରିମାଣ ଯଦିଓ ମିଶ୍ରିତ ମାଛଚାଷ ପାଇଁ ଉର୍ଦ୍ଧିଷ୍ଟ ତଥାପି ସମ୍ବର୍ଦ୍ଧନୀ (ନର୍ସରୀ) ଓ ଅଭିପାଳନ (ରିଅରିଂ) ପୋଖରୀ ପାଇଁ ଆବଶ୍ୟକ ସ୍ଥଳେ ପରିମାଣ ସାମାନ୍ଯ ପରିବର୍ତ୍ତନ କରି ପ୍ରୟୋଗ କରାଯାଇପାରେ ।

ଜୈବିକ ସାର ସାଧାରଣତଃ ପୋଖରୀର ଚାରିକୋଣରେ ଜମାକରି ରଖାଯାଏ। କିନ୍ତୁ ରାସାୟନିକ ସାର ପାଣିରେ ମିଶାଇ ପୋଖରୀରେ ପ୍ରୟୋଗ କରାଯାଏ । ଜୈବିକ ସାର ପ୍ରୟୋଗ କରିବାର ୧୫ ଦିନ ପରେ ରାସାୟନିକ ସାର ପ୍ରୟୋଗ  କରିବା ଉଚିତ୍ । କେଉଁ ପ୍ରକାର ଯବକ୍ଷାରଜାନ ସାର ପ୍ରୟୋଗ କରିବାକୁ ହେବ ତାହା ମାଟିର ଅମ୍ଳତ୍ଵ (ପି.ଏଚ୍) ଉପରେ ନିର୍ଭର କରେ । ଅମ୍ଳ ମାଟିରେ କ୍ୟାଲସିୟମ ଆମୋନିୟମ୍ ନାଇଟ୍ରେଟ୍, ନିରପେକ୍ଷ ମାଟିରେ ୟୁରିଆ ଓ କ୍ଷାର ମାଟିରେ ଆମୋନିୟମ୍ ସଲ୍‌ଫେଟ ବ୍ୟବହାର କରିବା ଉଚିତ୍ । ପୋଖରୀରେ ପ୍ରାକୃତିକ ମାଛ ଖାଦ୍ୟ ଓ  ଶିଉଳି ପରିମାଣ ବେଶୀ ହେଲେ ଏବଂ ପୋଖରୀ ପଙ୍କରେ ଜୈବିକ ବସ୍ତୁର ପରିମାଣ ବୃଦ୍ଧି ପାଇଲେ, ପାଣିରେ ଅମ୍ଳଜାନର ଅଭାବ ପଡ଼େ ଯାହାଦ୍ଵାରା ପୋଖରୀରେ ମାଛ ଉପର ମୁହାଁ ହୋଇ ପହଁରିବାକୁ ଆରମ୍ଭ କରନ୍ତି ଏବଂ ମରନ୍ତି ।

ଏହି ସମୟରେ ସମସ୍ତ ପ୍ରକାର ସାରର ପ୍ରୟୋଗ ତୁରନ୍ତ ବନ୍ଦ ରଖିବା ଉଚିତ୍ । ପୋଖରୀ ପାଣି ଏବଂ ମାଟିର ଗୁଣାତ୍ମକ ମାନ ପରୀକ୍ଷାର ସୁବିଧା ନ। ଥିଲେ ନିମ୍ନୋକ୍ତ ସାରଣୀ-୩ ରେ ଦର୍ଶାଯାଇଥିବା ପରିମାଣ ସାର ପ୍ରୟୋଗ କଲେ ଉତ୍ପାଦନ ବଢ଼ିଥାଏ।

ସାରଣୀ-୩ : ଜୈବିକ ଓ ରାସାୟନିକ ସାରର ପରିମାଣ

୧.

ଗୋବର

ପ୍ରଥମ କିସ୍ତି

ମାସିକିଆ କିସ୍ତି

ହେକ୍ଟର ପିଛା

ହେକ୍ଟର ପିଛା

୨୦୦୦ କିଲୋ

୧୦୦୦ କିଲୋ

୨.

ୟୁରିଆ

ମାସିକିଆ କିସ୍ତି

ହେକ୍ଟର ପିଛା

୨୫ କିଲୋ

୩.

ସିଙ୍ଗଲ ସୁପର ଫସଫେଟ୍

ମାସିକିଆ କିସ୍ତି

ହେକ୍ଟର ପିଛା

୩୦ କିଲୋ

ସାର ପ୍ରୟୋଗ ପରିମାଣ ନିର୍ଣ୍ଣୟ କରିବା ପୂର୍ବରୁ ପୋଖରୀ ସମ୍ପର୍କରେ ସମ୍ୟକ୍ ଧାରଣା ଏକାନ୍ତ ଆବଶ୍ୟକ । ଅତି ପୁରୁଣା ପୋଖରୀରେ ସାର ପ୍ରୟୋଗ ପରିମାଣ ସାଧାରଣତଃ କମ୍ ହୋଇଥିବା ବେଳେ ନୂଆ ପୋଖରୀରେ ଅଧିକ ପରିମାଣ ସାରର ଆବଶ୍ୟକ ହୋଇଥାଏ ।

ପୋଖରୀ ପରିବେଶର ସମାନତା ରକ୍ଷା :

ମାଛ ଚାଷ ପାଇଁ ପୋଖରୀରେ ପାଣିର ଗଭୀରତା ସର୍ବଦା ସମାନ ରହିବା । ଉଚିତ୍ କାରଣ ପୋଖରୀରେ ପାଣିର ଗଭୀରତା ସାଧାରଣତଃ ଜଳର ବାଷ୍ପିକରଣ ଓ ନିମ୍ନଗାମୀ ଧର୍ମ ଯୋଗୁ ହିଁ କମିଥାଏ । ପାଣିର ଗଭୀରତା କମିଗଲେ ଜୈବିକ ଓ ରାସାୟନିକ ସାରର ପ୍ରୟୋଗ ତଥା ମାଛ ମାନଙ୍କ ପାଇଁ କୃତ୍ରିମ ଖାଦ୍ୟ ବୃବହାର ହେତୁ ଅତ୍ୟକ ପରିମାଣରେ ଶିଉଳି (ଆଲଗି) ହୋଇ ପାଣିରେ ଅମ୍ଳଜାନର ପରିମାଣ କମାଇଥାଏ ଯାହାକି ପୋଖରୀରେ ଥିବା ମାଛମାନଙ୍କ ପାଇଁ କ୍ଷତିକାରକ । ତେଣୁ ପୋଖରୀକୁ ସଙ୍ଗେ ସଙ୍ଗେ ପାଖ ନାଳ କିମ୍ବା ଜଳାଶୟରୁ ପାଣି ଆଣି ଗଭୀରତା ରକ୍ଷା କରିବା ସଙ୍ଗେ ସଙ୍ଗେ ଏହି ଅମ୍ଳଜାନ ସମସ୍ୟା ଦୂର କରାଯାଇପାରିବ ।

ପୋଖରୀରେ ପ୍ରାକୃତିକ ଖାଦ୍ୟ ଉତ୍ପାଦନ ବଢ଼ାଇବା ପାଇଁ ପୋଖରୀରେ ନଡ଼ା ବାଉଁଶର ତଲେଇ ବା ପ୍ଲାଷ୍ଟିକ୍ ଚାଦରକୁ ପୋଖରୀ ପଙ୍କ ଉପରେ ବିଛାଇ ରଖିଲେ ପ୍ରାକୃତିକ ଖାଦ୍ୟ ଉତ୍ପାଦନ ବହୁ ପରିମାଣରେ ବୃଦ୍ଧି ଘଟିଥାଏ । ତା ଛଡ଼ା ପଚା ସଢ଼ା ଦଳ, କଷ୍ଟ ଖତ ଇତ୍ୟାଦି ବ୍ୟବହାର କଲେ ପୋଖରୀରେ ପ୍ରାଣୀଜ ପ୍ରାକୃତିକ ଖାଦ୍ୟ (ପ୍ଲାଙ୍କଟନ ଯଥା କ୍ଲାଡ଼େସେରାନ୍, ଓଲିଗୋକେଟେସ ଇତ୍ୟାଦି ) ଦୃତଗତିରେ ବୃଦ୍ଧିପାଏ ଯାହାକି ମାଛମାନଙ୍କର ଏକ ପ୍ରଧାନ ଉପାଦେୟ ଖାଦ୍ୟ । ଗ୍ରାକାର୍ପ ମାଛପାଇଁ ପ୍ରତିଦିନ ବୁଙ୍କୁ ଡ଼ିଆ ଜଳ ( ହାଇଡ୍ରେଲା, ଉଲଙ୍ଗିଆ, ନାଜାଜ୍, ସେରାଟୋଫାଇଲମ୍, ଉଲଫିଆ, ଇତ୍ୟାଦି) କିମ୍ବା ଭାସମାନ ଦଳ (ଲିମ୍ନା, ଷ୍ଟାଇରୋଡଲା, ଆଟ୍ରୋଲା ଇତ୍ୟାଦି) ଖାଦ୍ୟ ଆକାରରେ ଦେବାକୁ ହୁଏ । ଏହାଦ୍ଵାରା ଗ୍ରାସକାଏଁ ମାଛର ଆଶାତୀତ ଭାବେ ଅଭିବୃଦ୍ଧି ଘଟି ମାଛ ଉତ୍ପାଦନ ବହୁ ପରିମାଣରେ ବଢ଼ାଇବାରେ ସହାୟକ ହୁଏ । ପୋଖରୀରେ ଅତ୍ୟଧିକ ପରିମାଣରେ ଶିଉଳି ହେଲେ ଅତ୍ୟନ୍ତ ଭାଷମାନ ଦଳ (ଡଉଇଡ଼) ଆଣି ପାଣିର ଉପର ସ୍ତରକୁ ଆବୃତ କଲେ, ଶିଉଳି ପରିମାଣ କମିଥାଏ । ଏହି ସମୟରେ ସମସ୍ତ ପ୍ରକାରର ସାର ତଥା କୃତ୍ରିମ ଖାଦ୍ୟ ପ୍ରୟୋଗ ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ପଡ଼େ । ପୋଖରୀ ଜଳରେ ଅମ୍ଳଜାନ ଅଭାବ ସମୟ ସମୟରେ ପରିଲକ୍ଷିତ ହୋଇଥାଏ । ଏହାର ପ୍ରଭାବରେ ମାଛ ପାଣିର ଉପର ସ୍ତରକୁ ଆସି ଭାଷିବାକୁ ଲାଗନ୍ତି ଓ ମରିବା ଆରମ୍ଭ କରନ୍ତି । ଏହି ଅମ୍ଳଜାନ ଅଭାବ ସାଧାରଣତଃ ମେଘୁଆ ଦିନର ରାତି ଶେଷ ଭାଗରେ କିମ୍ବା ଭୋରୁ ହୋଇଥାଏ । ଏହି ସମୟରେ ତୁରନ୍ତ ପୋଖରୀ ପାଣିକୁ ଏକ ବାଡ଼ି ସାହାଯ୍ୟରେ ବଡ଼େଇବା ଉଚିତ୍ କିମ୍ବା ପାଣି ପମ୍ପ ଦ୍ଵାରା ପାଣିକୁ ପୋଖରୀରେ ସ୍ପ୍ରେ  କରିବା ନିତାନ୍ତ ଜରୁରୀ । ବାରମ୍ବାର ଜାଲ ପକାଇ ପାଣିକୁ ଉପର ତଳ ବା ତଳ ଉପର କରିବା ଦରକାର । ପଟାସିୟମ୍ ପରମାଙ୍ଗାନେଟ୍ ହେକ୍ଟର ପିଛା ୨ କିଲୋ ହିସାବରେ ପ୍ରୟୋଗ କଲେ ସୁଫଳ ମିଳିଥାଏ ।

ମାଛଚାଷ ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ଚାଷ ଯଥା ଧ୍ୟାନ, ରବି ଫସଲ ଇତ୍ୟାଦି, ଗୋପାଳନ, କୁକୁଡ଼ା ପାଳନ କିମ୍ବା ଘୁଷୁରି ପାଳନ କଲେ ତହିଁରୁ ମିଳୁଥିବା ଅଦରକାରୀ ପଦାର୍ଥ ଯଥା ନଡ଼ା, ମଳ ଇତ୍ୟାଦି କମ୍ପାଷ୍ଟ ଖତ କରାଯାଇ ମାଛଚାଷ ପୋଖରୀରେ ପ୍ରୟୋଗ କଲେ ମାଛ ଉତ୍ପାଦନ କମ୍ ଖର୍ଚ୍ଚରେ ଅଧିକ ହୁଏ ।

AgriChat mobile app. A friend for Farmer student Businessman, NGOs, and experts. Please downloa from playstore and use it.

Leave a Comment

Your email address will not be published. Required fields are marked *

Language»
error: Content is protected !!