କୁଙ୍କୁମ (Bixa Orellana)

ବୈଜ୍ଞାନିକ ନାମ : ବିକ୍ସା ଓରେଲାନା (Bixa Orellana)

ବଂଶ : ବିକ୍ସେସୀ

ଆଞ୍ଚଳିକ ଭାଷାଗତ ନାମ :

ଓଡିଆ : କୁଙ୍କୁମ

ସଂସ୍କୃତ : ସିନ୍ଦୁରୀ ,

ବଙ୍ଗଳା : ଲଟକନ ,

ମରାଠୀ – ଶେନ୍ଦ୍ରୀ

ହିନ୍ଦୀ – ସିନ୍ଦୂରିୟା

ତେଲୁଗୁ/ ତାମିଲ – ଜାଫର

ଇଂରାଜୀ – ଆନାଟୋ

କୁଙ୍କୁମ ଏକ ପ୍ରା କୃତିକ ରଙ୍ଗ । ଏହି ରଙ୍ଗ କୁଙ୍କୁମ ଗଛ ମଞ୍ଜିରୁ ପ୍ରସ୍ତୃତ ହୋ ଇଥା ଏ । ବଜାରରେ ରଙ୍ଗ ମିଶା ପ୍ରସ୍ତୁତ ଖାଦ୍ୟ ଓ ପାନୀୟର ଆଦର ଅଧିକ ହୋଇଥାଏ । ଖାଦ୍ୟପାନୀୟରେ ମିଶୁଥିବା ରଙ୍ଗ ଦୁଇ ପ୍ରକାରର – ପ୍ରାକୃତିକ ଓ କୃତ୍ରିମ ।

ପ୍ରାକୃତିକ ରଙ୍ଗ ତୁଳନାରେ କୃତ୍ରିମ ରଙ୍ଗ ଶସ୍ତା କିନ୍ତୁ ସ୍ୱାସ୍ଥ୍ୟ ପକ୍ଷେ ଏହାର ଦ୍ରବ୍ୟଗୁଣ ହାନିକାରକ ବୋଲି ଜଣାପଡିଛି । ଏହି ପରିପ୍ରେକ୍ଷୀରେ ବିଶ୍ଵସ୍ୱାସ୍ଥ୍ୟ ସଂଗଠନ ୨୦୦୪ରେ ଖାଦ୍ୟ – ପାନୀୟରେ କୃତ୍ରିମ ରଙ୍ଗ ବ୍ୟବହାର ଉପରେ ନିଷେଧାଜ୍ଞା ଜାରି କରିଛନ୍ତି । ତେଣୁ ବର୍ତ୍ତମାନ ପ୍ରାକୃତିକ ରଙ୍ଗର ଆବଶ୍ୟକତା ଅତି ମାତ୍ରା ରେ ବଢିଛି : କିନ୍ତୁ ଆବଶ୍ୟକତା ଅନୁସାରେ ରଙ୍ଗ ମିଳିବା ସମ୍ଭବ ହେଉନାହିଁ । କୁଙ୍କୁମ ଅତି ଉଚ୍ଚକୋ ଟିର ପ୍ରାକୃତିକ ରଙ୍ଗ ହୋଇଥିବା ରୁ ବୈଜ୍ଞାନିକ ପଦ୍ଧତିରେ ଏହାର ଚାଷ କରାଗଲେ ଏଥିରେ ଯଥେଷ୍ଟ ବ୍ୟବସାୟିକ ଲାଭ ଚାଷୀ ମାନେ ପାଇପାରିବେ ।

 

କୁଙ୍କୁମ ୧୦ ରୁ ୧୨ ଫୁଟ ଉଚ୍ଚତା ବିଶିଷ୍ଟ ଏକ ଗ୍ରୀଷ୍ମ ମଣ୍ଡଳୀୟ ଗୁଳ୍ମ । ଏହି ଛୋଟ ବୃକ୍ଷଟି ଦକ୍ଷିଣ ଭାରତ , ପଶ୍ଚିମବଙ୍ଗ ଏବଂ ଆସାମ ପ୍ରଭୃତି ରାଜ୍ୟରେ ପ୍ରାକୃତିକ ଭାବରେ ଦେଖାଯାଏ । ମହୀଶୂରରେ ଏହାକୁ ଅଧିକ ପରିମାଣରେ ଚାଷ କରାଯାଉଛି ।

କୁଙ୍କୁମ ଗଛର ଶାଖା ପ୍ରଶାଖା ଗୁଡିକ ସଘନ ଏବଂ ସୁନ୍ଦର ଅଟେ । ଏହା ର ପତ୍ରଗୁଡିକ ହୃଦୟା କୃତି ,ଲମ୍ବାଗ୍ର ଏବଂ ୪ ରୁ ୬ ଇଞ୍ଚ ଲମ୍ବ ବିଶିଷ୍ଟ ଅଟେ । ଫୁଲ ଗୁଡିକ ଛୋଟ, ଗୋଲାପି, ବା ରକ୍ତବର୍ଣ୍ଣ ଯୁକ୍ତ ୬ ସେମି ବ୍ୟାସ ବିଶିଷ୍ଟ ଏବଂ ଏହା ଡାଳର ଅଗ୍ରଭାଗ ହୋଇଥା ଏ । ଫୁଲର ୫ ଟି ଦଳ ଓ ୫ ଟି ବୃତ୍ତି ଥାଏ । ଫଳ ବାଦାମି ରୁ ରକ୍ତିମ ବାଦାମି ରଙ୍ଗଯୁକ୍ତ , ଚୋପା ଉପରେ ଛୋଟ ଟାଣ ଲୋମ ଥାଏ । ଫଳ ଦୁଦୁରା ଫଳପରି ମୃଦୁ କଣ୍ଟକିତ । ଏଥିରେ ପାଖା ପାଖି ୫୦ ଲେଖାଏଁ ଛୋଟ ସିନ୍ଦୁର ବର୍ନର ବୀଜ ଥାଏ । ଏହି ବୀଜର ବ୍ୟାସ ୫ ମି ମି ଚୋପା , ପତଳା ,ମାଂସାଳ, ଓ ରଙ୍ଗୀନ ଅଟେ । ଏହି ବୀଜରୁ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରାଯାଏ ।

 

ପ୍ରୟୋଗନୀୟ ଅଂଶ : ବୀଜ,ପତ୍ର, ଫୁଲ, ମୂଳ ।

 

ରାସାୟନିକ ସଂଗଠନ :ବୀଜରେ ମୁଖ୍ୟତଃ ରଞ୍ଜକ ଦ୍ରବ୍ୟ ବିକ୍ଵିନ ତଥା ସ୍ନେହରାଳ ଓ ତିକ୍ତ ପଦାର୍ଥ ମିଳିଥାଏ ।

କୁଙ୍କୁମ ମଞ୍ଜିରୁ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରାଯାଉଥିବା ରୁ ଏହାର ଚାହିଦା ଅଧିକ ରହିଥିଲେ ମଧ୍ୟ ଔଷଧୀୟ ଗୁଣଧର୍ମ ଦୃଷ୍ଟିରୁ ଏହା ପାରମ୍ପରିକ ଚିକିତ୍ସା ରେ ଆଦୃତ ହୋଇଆସୁଛି ।ଏହାର ବୀଜ ଓ ମୂଳ, ରୋଚକ, ଜ୍ଵରଘ୍ନ ଓ ଗ୍ରାହୀ ଅଟେ । ମୂଳର ଛାଲି ଜ୍ଵର ରୋଗୀ ପାଇଁ ଲାଭଦାୟକ । ଏହାର ବୀଜକୁ ଯେକୌଣସି ଶୋଥ ବା ଫୁଲା ସ୍ଥାନରେ ବାଟି ଲେପ ଦିଆଯା ଏ । ପତ୍ର ମଧ୍ୟ କାମଳ ରୋଗୀ ପାଇଁ ହିତକର ।

ଓଡିଶାର ମୃତ୍ତିକା ଓ ଜଳବାୟୁ କୁଙ୍କୁମ ଚାଷ ପାଇଁ ଅତି ଉପଯୋଗୀ । ଗ୍ରାମାଞ୍ଚଳ ମାନଙ୍କରେ ଅନେକ ସ୍ଥାନରେ ଏହା ରାସ୍ତା କଡ ଓ ବାଡ ମାନଙ୍କରେ ମଧ୍ୟ ବଡୁଥିବାର ଦେଖାଯା ଏ । ନିମ୍ନରେ ଏହାର ଚାଷ ସମ୍ପର୍କିତ ତଥ୍ୟାବଳୀ ପ୍ରଦାନ କରା ଗଲା ।

ଜଳବାୟୁ ଓ ମୃତ୍ତିକା :

ଗ୍ରୀଷ୍ମ ମଣ୍ଡଳୀୟ ଉଷ୍ଣ ଶୁଷ୍କ ଜଳବାୟୁରେ ଏହା ଭଲ ବଢିପାରେ । ତେଣୁ ମୁଖ୍ୟତଃ ଥଣ୍ଡା ପ୍ରଧାନ ରାଜ୍ୟ ଯଥା – ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ହିମାଳୟ ପର୍ବତ୍ୟାଞ୍ଚଳ ଅନ୍ତର୍ଭୁକ୍ତ ରାଜ୍ୟ ଗୁଡିକୁ ବାଦ ଦ ଲେ ଏହାକୁ ଭାରତର ଅନ୍ୟ ଯେକୌଣସି ପ୍ରଦେଶରେ ଚାଷ କରା ଯାଇପାରିବ ।

ଏହା ଛଡା ମୃତ୍ତିକା ବିଚାର କଲେ ଏହା ଯ କୌଣସି ନିଗିଡା ଓ ନିର୍ବଳୁଆ କିନ୍ତୁ ବତର ଧରିରଖୁଥିବା ଜମିରେ ଚାଷ ହୋଇପାରେ ।

ରୋପଣ ସମୟ : 

ସାଧାରଣତଃ ଏପ୍ରିଲ- ମେ ମାସରେ ଚାରା ପକାଯାଏ । ଏବେ ବର୍ଷିକିଆ ସୁସ୍ଥ ଚାରା ବର୍ଷା ଆରମ୍ଭରେ ଲଗାଯାଏ । ବର୍ଷା ଋତୁ ଆରମ୍ଭରେ ଏହାର ଚାରା ରୋପଣ କରାଯାଉଥିବା ରୁ ଜଳସେଚନ ଆବଶ୍ୟକ ପଡେ ନାହିଁ ।

 

ବଂଶ ବିସ୍ତାର :

ମଞ୍ଜି ଓ ଅଙ୍ଗରୁ ଗଛ ହୁଏ । ଏଥିପାଇଁ ପଲିଥିନ ମୁଣି (ବ୍ୟାସ ୧ ଫୁଟ୨ଟି ମଞ୍ଜି ଓ ଉଚ୍ଚ ୧ ଫୁଟ) ରେ ମାଟି ଖତ ଓ ସାର ମିଶ୍ରଣ କରି ମାଟିରେ ୧ରୁ ୨ ଟି ମଞ୍ଜି ପୋତି ବରା ବର ପାଣି ଦିଆଯା ଏ । ପ୍ରା ୟ ୮-୧୦ ଦିନରେ ଗଜା ବାହାରିଥାଏ ।

ଗୋଟିଏ ଚାରା ବଢିବା କୁ ଦିଆଯାଏ ଏବଂ ୨୦ସେମି ଉଚ୍ଚତାର ହୋଇଗଲେ ତାହା ରୋପଣଯୋଗ୍ୟ ହୋଇଥାଏ ।

ଜମି ପ୍ରସ୍ତୁତି :

ଚାଷ କରି ଜମି କୁ ପ୍ରଥମେ ସମତଳ କରିବ ଏବଂ ମାର୍ଚ୍ଚ ମାସ ଆରମ୍ଭରେ ୪.୫ ମି ଟରx ୪.୫ ମିଟର ବ୍ୟବଧାନରେ ୩୦x୩୦x୩୦ ସେମି ଗାତଖୋ ଳିବ । ଗାତରେ ମାଟି,ଖତ, ସାର, ମିଶ୍ରଣ ଭରି ଭିଜାଇ ରଖିବ ।

ଚାରା ରୋପଣ :

ଗାତମଝିରେ ଚାରା କୁ ସିଧା ପୋତି ସଙ୍ଗେ ସଙ୍ଗେ ପାଣି ଦେବାକୁ ହେବ । ହେକ୍ଟର ପ୍ରତି ୫୦୦ ଚାରା ଲଗା ଯାଇପାରିବ ।

ରୋପଣ ପରବର୍ତ୍ତୀ ଯତ୍ନ : ରୋପଣ ପରେ ଘାସ ବଛା ଓ ରୋଗପୋକ ନିୟନ୍ତ୍ରଣ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡେ । ଏଥିପାଇଁ ସର୍ବଦା ଗଛମୂଳରୁ ଘାସ ଉପଡି ସଫା କରିବା । ଘାସ ବାଛି ମୂଳରୁ ଖୁସାଇ ଦେଲେ ଗଛ ଭଲ ବଢିବ । ଏହା ଛଡା କୁଙ୍କୁମ ଫସଲରେ ରୋଗପୋକ ପ୍ରାୟତଃ ଆକ୍ରମଣ କରିବା ର ସମ୍ଭାବନା ଯଥେଷ୍ଟ କମଥାଏ । ଏପରି ସମସ୍ୟା ଦେଖା ଦେଲେ ନିମରୁ ପ୍ରସ୍ତୁତ ଜୈବକୀଟନାଶକ ସିଞ୍ଚନ କରାଯାଇ ପାରିବ ।

ଅମଳ :

ଚାରା ରୋପଣର ବର୍ଷେ ବା ଦୁଇବର୍ଷ ବ ଳକୁ ଫଳ ଧରେ । ଭବିଷ୍ୟତରେ ଭଲ ଅମଳ ପାଇଁ ପ୍ରଥମେ ବର୍ଷେ ଦୁଇବର୍ଷ ବେଳକୁ ଫଳ ଆସେ ଏବଂ ପ୍ରାୟ ୧୦ -୧୫ ବର୍ଷ ଯାଏ ଲାଭଜନକ ଅମଳ ମିଳିଥା ଏ । ସମ୍ପ୍ରତି କୁଙ୍କୁମ ମଞ୍ଜିରୁ ପ୍ରସ୍ତୃତ ପ୍ରାକୃତିକ ରଙ୍ଗର ଚାହିଦା ଉଭୟ ଜାତ ୟ ଓ ଆନ୍ତର୍ଜାତୀୟ ବଜ ରରେ ରହିଛି । ଭାରତର କୁଙ୍କୁମ ମଞ୍ଜି ରୁଷିଆକୁ ରପ୍ତାନି ହୁଏ । ତେଣୁ ଏହାର କୃଷିକରଣ ଚାଷୀମାନଙ୍କ ପାଇଁ ଅତ୍ୟ ନ୍ତ ଲାଭଦାୟକ ହୋଇପାରିବ ।

AgriChat mobile app. A friend for Farmer student Businessman, NGOs, and experts. Please downloa from playstore and use it.

Leave a Comment

Your email address will not be published. Required fields are marked *

Language»
error: Content is protected !!