ଅନ୍ତଃ ଫସଲ ଚାଷ (Inter Cropping)

ଅନ୍ତଃ ଫସଲ ଚାଷ କଣ: 

ଦୁଇ  ବା  ତହିଁରୁ   ଅଧିକ  ଫସଲକୁ  ଗୋଟିଏ   ଜମିରେ  ଏକ  ସମୟରେ   ବିକଳ୍ପ   ଧାଡିରେ   ଚାଷ   କରିବାକୁ   ଅନ୍ତଃ   ଫସଲ   ଚାଷ   କୁହାଯାଏ   । ଅନ୍ତଃ  ଫସଲକୁ   ଚାଷ   ସଂଯୁକ୍ତ   ଫସଲର  ଗଛ   ସଂଖ୍ୟା   ଭିତ୍ତିରେ  ଦୁଇ  ଭାଗରେ  ବିଭକ୍ତ  କରାଯାଇଛି  – ସଂଯୋଜୀ ଅନ୍ତଃ   ଫସଲ  ଓ   ପ୍ରତିସ୍ଥାପନ   ଅନ୍ତଃ   ଫସଲ   । ପ୍ରଥମ  ପଦ୍ଧତିରେ   ଗୋଟିଏ  ଫସଲର   ନିରୁତା  ଚାଷ  ପାଇଁ  ଅନୁମୋଦିତ   ଗଛ  ସଂଖ୍ୟା   ଅକ୍ଷୁର୍ଣ୍ଣ  ରଖାଯାଏ   ।  ଏହି  ଫସଲକୁ  ମୂଳ  ଫସଲ  କୁହାଯାଏ   ମୂଳ  ଫସଲର  ଦୁଇ  ଧାଡି  ମଧ୍ୟରେ   ଆଉ   ଗୋଟିଏ   ଫସଲକୁ  ଲଗାଯାଏ   । ଏହାକୁ   ଅନ୍ତଃ  ଫସଲ   କୁହାଯାଏ   । ଅନ୍ତଃ  ଫସଲର   ଗଛ  ସଂଖ୍ୟା   ନିରୁତା   ଫସଲ  ପାଇଁ  ଅନୁମୋଦିତ  ଗଛ   ସଂଖ୍ୟାଠାରୁ  କମ୍  ରହେ   । ଦ୍ଵିତୀୟ   ପଦ୍ଧତିରେ  ଉଭୟ  ଫସଲକୁ  ସଂଯୁକ୍ତ  ସଂଖ୍ୟା   ନିରୁତା   ଫସଲ   ତୁଳନାରେ   କମ୍  ହୁଏ   ।

 

 

ଅନ୍ତଃ ଫସଲ ଚାଷର  ଉପକାର:

ନିରୁତା  ଫସଲଠାରୁ  ଅନ୍ତଃ  ଫସଲ  ଚାଷରୁ  ଅଧିକ  ଆଦାୟ   ମିଳେ । 

ଉତ୍ପାଦନରେ  ଅଧିକ  ନିଶ୍ଚିତତା   ଓ  ସ୍ଥିରତା   ଆସେ, କାରଣ   ଗୋଟିଏ   ଫସଲ  ନଷ୍ଟ  ହୋଇଗଲେ   ଅନ୍ୟ  ଫସଲ   ଦ୍ଵାରା   ଏହି   କ୍ଷତି   ଅନେକାଂଶରେ  ଭରଣା  ହୋଇପାରେ I

ଜୀବନ  ଧାରଣ କୃଷିରେ   ଉତ୍ପାଦନର  ନିଶ୍ଚିତତା  ଏବଂ   ସ୍ଥିରତା   ବିଶେଷ   ଗୁରୁତ୍ଵପୂର୍ଣ୍ଣ  । ଅନ୍ତଃ   ଫସଲ   ଚାଷ   ଯୋଗୁ  ସ୍ଥାନ  ଓ  ସମୟର  ସର୍ବାଧିକ   ଉପଯୋଗ   ହୋଇଥାଏ । 

ଛୁଇଁ   ଜାତୀୟ  ଫସଲକୁ   ଅନ୍ତଃ  ଫସଲଭାବେ  ଚାଷ   କରିବା   ଦ୍ଵାରା   ମୃତ୍ତିକା  ଉର୍ବରତା   ସୁରକ୍ଷିତ  ରହେ  । 

ସଂଯୁକ୍ତ   ଫସଲଗୁଡିକର   ଚେର   ପଦ୍ଧତିରେ   ତାରତମ୍ୟ   ହେତୁ  ମୃତ୍ତିକାର  ବିଭିନ୍ନ   ସ୍ତରର   ଖାଦ୍ୟସାର , ଜଳ  ଦକ୍ଷତାର  ସହିତ  ବିନିଯୋଗ   କରିହୁଏ  । 

ମୃତ୍ତିକା  ଉପରିସ୍ଥ – ପରିବେଶର  ବିଭିନ୍ନ  ଉପାଦାନ   ଯଥା : ଆଲୋକ, ଟାପ, ଅଙ୍ଗାରକାମ୍ଳ ଓ  ବୃଷ୍ଟିଜଳକୁ  ଅଧିକ  ବିନିଯୋଗ   କରି ହୁଏ   ।

ଅଧିକ   ଦିନରେ  ଅମଳ  ହେଉଥିବା  ଏବଂ   ଅଧିକ  ବ୍ୟବଧାନରେ  ଲଗାଯାଉଥିବା  ଫସଲ  ପ୍ରଥମାବସ୍ଥାର  ମନ୍ଥର   ବୃଦ୍ଧି  ସମକୁ   ବିନିଯୋଗ କରିହୁଏ । 

ଶସ୍ୟ ଓ  ଛୁଇଁ   ଜାତୀୟ  ଫସଲକୁ   ଏକାଠି   ଚାଷ   କରିବା  ଦ୍ଵାରା  ସୁଷମ  ଖାଦ୍ୟ  ଓ  ଗୋ – ଖାଦ୍ୟ   ମିଳେ । 

ଆନ୍ତଃ  ଫସଲ   ଚାଷ  ଦ୍ଵାରା   ମୃତ୍ତିକାର   ଅବିଚ୍ଛିନ୍ନ  ଆଚ୍ଛାଦନ  ଯୋଗୁଁ  ମୃତ୍ତିକା  କ୍ଷୟ  କମ୍  ହୁଏ  । 

ଅନ୍ତଃ  ଫସଲ   ଚାଷ  ଶ୍ଵାସରୋଧ   ତୃଣକକୁ   ମଧ୍ୟ  ନିୟନ୍ତ୍ରଣ  କରେ । 

ଅନ୍ତଃ   ଫସଲରେ  ଗୋଟିଏ   ଫସଲ  ଆଉ  ଗୋଟିଏ  ଫସଲକୁ  ପୋଷଣ   କରେ  କିମ୍ବା  ଆଶ୍ରୟ  ଦିଏ  । 

ସଂଯୁକ୍ତ   ଫସଲ  ମଧ୍ୟ  ବାୟୁଜନିତ  ଅନିଷ୍ଟକାରୀ  କୀଟ  ଏବଂ  ରୋଗ  ସୃଷ୍ଟିକାରୀ  ଜୀବକୁ  ଅବରୋଧ  କରେ । 

ଅସମତଳ  ଗଡାଣିଆ  ଜମିରେ  ପର୍ଯ୍ୟାୟକ୍ରମେ  ଚାରଣ  ପାଇଁ  ଘାସ  ସହିତ  ଛୁଇଁ   ଜାତୀୟ   ଗୋ – ଖାଦ୍ୟ  ଫସଲକୁ  ଅନ୍ତଃ ଚାଷ  କରିବା  ଦ୍ଵାରା  ପ୍ରାନ୍ତୀୟ  ଜମି  ର  ଅଧିକ  ବିନିଯୋଗ   ହୁଏ । 

ଭୂକ୍ଷୟ   ପ୍ରଶୟୀ ଓ  ଭୂକ୍ଷୟ   ନିରୋଧୀ   ଫସଲର  ପଡିଦାର  ଚାଷ   ଦ୍ଵାରା  ଭୂ – ଉନ୍ନୟନ  କରିହୁଏ । 

ଜମିରୁ  ଆୟ   ବାଣ୍ଟି  ହୋଇ  ମିଳେ  ଏବଂ  ବଜାର  ଦର  କମ୍  ରହିଲେ   କ୍ଷତି   ସହିବାକୁ   ପଡେ  ନାହିଁ । 

ଅଧିକ  କର୍ମ   ଦିବସ  ସୃଷ୍ଟି  ହୁଏ  ଏବଂ  ସଂଯୁକ୍ତ  ଫସଲକୁ   ଲଗାଇବା  ଏବଂ  ଅମଳ  କରିବାରେ  ବ୍ୟବଧାନ  ହେତୁ  ଅଧିକ  ଶ୍ରମ   ଆବଶ୍ୟକ   କରୁଥିବା  ଚାଷକାର୍ଯ୍ୟ   ବାଣ୍ଟିହୋଇ  ରହେ   । ଏଣୁ   ଚାଷକାର୍ଯ୍ୟ  ସୁରୁଖୁରୁରେ  ସମ୍ପାଦନ  କରିହୁଏ ।

 

 

ଅନ୍ତଃ ଫସଲ ଚାଷର ଅପକାର:

ଯାନ୍ତ୍ରିକ  ପ୍ରଣାଳୀରେ  ଚାଷ   କରାଯାଉଥିଲେ  ଅଥବା   ସଂଯୁକ୍ତ   ଫସଲଗୁଡିକର  ସାର, ଜଳ, ବୁଣିବା  ଗଭୀରତା  ଏବଂ  ବୁଣିବା  ପରବର୍ତ୍ତୀ   ଯତ୍ନ   ଆବଶ୍ୟକତା   କିନ୍ତୁ   ଭିନ୍ନ   ହେଉଥିଲେ   ଅନ୍ତଃଫସଲ   ଚାଷକୁ   ପରିଚାଳନା କରିବାରେ ଅସୁବିଧା  ଦେଖାଦିଏ   । ସଂଯୁକ୍ତ   ଫସଲ  ଗୁଡିକର  ଅମଳ   ସମୟ  ଭିନ୍ନ  ଭିନ୍ନ  ହୋଇଥିଲେ   ଅମଳ  କରିବାରେ   ମଧ୍ୟ   ଅସୁବିଧା   ଦେଖାଦିଏ   । ଅନ୍ତଃଫସଲ  ଚାଷରୁ   ଯଦିଓ  ଅଧିକ   ଆଦାୟ  ମିଳେ   କିନ୍ତୁ  ଉତ୍ପନ୍ନ   ଦ୍ରବ୍ୟରୁ  ଗୁଣାତ୍ମକମାନ   କମିଥାଏ   । ସାଧାରଣତଃ  ସମ୍ବଳ   କମ୍  ଥିବା  ଛୋଟ  ଚାଷୀମାନେ  ଅନ୍ତଃ  ଫସଲ  ଚାଷରୁ  ବିଶେଷ   ଉପକୃତ   ହୋଇଥାନ୍ତି   ।

 

ଅନ୍ତଃ  ଫସଲ  ଚାଷକୁ   ତିନି ଭାଗରେ  ବିଭକ୍ତ   କରାଯାଇପାରେ –

ସମାନ୍ତରାଳ ଫସଲ ଚାଷ

ଏହା  ପଦ୍ଧତିରେ  ଏପରି  ଦୁଇଟି  ଫସଲକୁ  ଏକତ୍ର  ଚାଷ  କରାଯାଏ  ଯେଉଁମାନଙ୍କର  ବଢିବା  ଢଙ୍ଗ ରେ   ପାର୍ଥକ୍ୟ   ଥାଏ  ଏବଂ  ପରସ୍ପର  ମଧ୍ୟରେ  ପ୍ରତିଯୋଗିତା  ଆଦୌ  ନଥାଏ   । ଉଭୟ  ଫସଲ   ସେମାନଙ୍କର  ସର୍ବାଧିକ  ଆଦାୟ   କ୍ଷମତା  ପ୍ରଦର୍ଶନ  କରନ୍ତି, ଯଥା – ମକା + ମୁଗ  କିମ୍ବା  ବିରି  ଏବଂ  କପା+ମୁଗ  କିମ୍ବା  ବିରି   ।

ସରି  ଫସଲ  ଚାଷ

ଏହି  ପଦ୍ଧତିରେ  କୌଣସି  ଫସଲ   ଅନ୍ୟ  ଫସଲର  ଆଦାୟ   ଉପରେ  ପ୍ରତିକୂଳ  ପ୍ରଭାବ  ପକାଏ   ନାହିଁ   । ମୁଖ୍ୟ  ଫସଲର   ଆଦାୟ   ନିରୁତା   ଫସଲ   ଆଦାୟ   ସଙ୍ଗେ  ସମାନ   ହୁଏ   । ଏ  ପଦ୍ଧତିରେ  ମୁଖ୍ୟ  ଫସଲର   ଆବଶ୍ୟକ   ଗଛ  ସଂଖ୍ୟା   ରକ୍ଷା   କରାଯାଏ  କିନ୍ତୁ  ଗୌଣ  ଫସଲର  ଧାଡି  ସଂଖ୍ୟା   ନିରୁତା  ଫସଲ   ତୁଳନାରେ   କମ୍ ହୁଏ   । ଆଖୁ + ସୋରିଷ, ଆଖୁ + ଗହମ , ଆଖୁ + ଆଳୁ    ।

ବହୁତଳ   ଫସଲ  ଚାଷ

ଗୋଟିଏ   ଜମିରେ  ଏକ   ସମୟରେ   ବିଭିନ୍ନ   ଉଚ୍ଚତା   ବିଶିଷ୍ଟ   ଫସଲ  ଚାଷ   କରିବାକୁ  ବହୁତଳ  ଫସଲ   ଚାଷ  କୁହାଯାଏ   । ସାଧାରଣତଃ  ଫଳ  ବଗିଚାମାନଙ୍କରେ  ଏବଂ  ରୋପଣ  ଫସଲରେ  ଏହି   ପଦ୍ଧତି   ଅବଲମ୍ବନ  କରାଯାଇଥାଏ   । ନଡିଆ + ଗୋଲମରିଚ+ସପୁରୀ ଏହି  ଫସଲ  ପଦ୍ଧତିର  ଏକ  ଉଦାହରଣ   ।  ନଡିଆ  ଗଛ ୧୦-୩୦  ମିଟର  ଉଚ୍ଚତା   ବଢେ   । ଏହା  ଫସଲ   କୋଠାର   ଶୀର୍ଷ  ହେଲା  ଗଠନ  କରେ   । ଗୋଲମରିଚ   ଗଛ   ନଡିଆ  ଗଛରେ  ମାଡି  ୬-୮  ମିଟର  ଉଚ୍ଚତା   ପର୍ଯ୍ୟନ୍ତ  ବଢେ   ଏବଂ   ଫସଲ – କୋଠାର  ଦ୍ଵିତୀୟ   ମହଲା   ଗଠନ  କରେ   । ଗୋଲମରିଚ  ଗଛର  ପାର୍ଶ୍ଵ  ବୃଦ୍ଧି   ବହୁତ   କମ୍  ହୁଏ   । କୋକୋ  ଏବଂ  ଡାଲଚିନି  ୧.୫ ରୁ ୨.୫  ମିଟର   ଉଚ୍ଚତା   ପର୍ଯ୍ୟନ୍ତ   ବଢେ   ଏବଂ  ଫସଲ – କୋଠାର  ପ୍ରଥମ  ମହଲା  ଗଠନ  କରେ    । ସପୁରୀ  ଏବଂ  ମୂଳ  ଜାତୀୟ   ଫସଲ  ଏକ  ମିଟରରୁ  କମ୍ ଉଚ୍ଚ  ବଢେ  ଏବଂ  ଫସଲ  କୋଠାର  ତଳ  ମହଲା  ଗଠନ କରେ  ।  ନଡିଆ  ଗଛକୁ  ୭.୫ ମିଟର X ୭.୫ ମିଟର  ବ୍ୟବଧାନରେ  ଲଗାଯାଏ   । କିନ୍ତୁ  ଗୋଟିଏ  ପରିପକ୍ଵ   ନଡିଆ  ଗଛର  ଚେର   ଦୁଇ  ମିଟର   ବ୍ୟାସାର୍ଦ୍ଧ  ମଧ୍ୟରେ  ସୀମିତ   ରହେ  ଏବଂ  ମୃତ୍ତିକା  ଉପର  ୩୦ ସେ.ମି.  ମଧ୍ୟରେ   କାର୍ଯ୍ୟକ୍ଷମ  ଚେର  ପ୍ରାୟ  ନଥାଏ   । ଏଣୁ   ଦିଆଯାଉଥିବା   ବ୍ୟବଧାନକୁ  ନଡିଆ  ଗଛ   ଦକ୍ଷତାର  ସହିତ  ବିନିଯୋଗ   କରିପାରେ  ନାହିଁ   । ବହୁତଳ  ଫସଲ  ଚାଷ  ପଦ୍ଧତି  ଦ୍ଵାରା  ନଡିଆ   ବଗିଚାର  ଅବ୍ୟବହୃତ   ସ୍ଥାନର  ସଦ୍ ବିନିଯୋଗ   କରିହୁଏ   । ଓଲୁଅ, ସାକରକଳା, କନ୍ଦମୂଳ, ଅଦା, ହଳଦୀ,  ମାଟିଆଳୁ,  କଦଳୀ  ଆଦି  ଫସଲକୁ   ମଧ୍ୟ  ନଡିଆ  ବଗିଚାରେ  ଚାଷ   କରାଯାଇପାରିବ   । ଇଉକାଲିପଟାସ+ ଅମୃତଭଣ୍ଡା+ ବରସିମ୍  ବହୁତଳ  ଫସଲ  ଚାଷର  ଆଉ  ଏକ   ଉଦାହରଣ   । ବିଲ   ଫସଲରେ   ମଧ୍ୟ  ସମୟ  ସମୟରେ  ବହୁତଳ  ଫସଲ   ଚାଷ  ପଦ୍ଧତି   ଅବଲମ୍ବନ   କରାଯାଏ  ।

 

 

ଅନ୍ତଃ  ଫସଲ ଓ  ମିଶ୍ରିତ ଫସଲ ଚାଷ  ପାଇଁ  ଫସଲ  ନିର୍ବାଚନରେ   ସତର୍କତା:

ଆଲୋକ, ପୋଷାକ  ଉପାଦାନ , ଜଳ, ବାୟୁ ଓ  ସ୍ଥାନ   ପାଇଁ   ଗୋଟିଏ  ଫସଲ  ଆଉ  ଗୋଟିଏ   ଫସଲ  ସହିତ  ପ୍ରତିଯୋଗୀତା   କରୁ  ନଥିବା   ଉଚିତ   ।

ଗୋଟିଏ  ଫସଲ  ଅନ୍ୟ   ଫସଲର  କୌଣସି  କ୍ଷତି   କରୁନଥିବା   ଉଚିତ   ।

ଅନ୍ତଃଚାଷ  ଆବଶ୍ୟକତାରେ  ବିଭିନ୍ନତା   ଥିବା   ଫସଲକୁ   ଏକତ୍ର   ଚାଷ   କରିବା  ଅନୁଚିତ   ।

ଅନିଷ୍ଟକାରୀ  କୀଟ  ଏବଂ  ପରଜୀବୀ   ତୃଣକ   ପାଇଁ କୌଣସି  ଫସଲ   ବିକଳ୍ପ  ପୋଷକ  ଉଦ୍ଭିଦ   ରୂପେ  କାର୍ଯ୍ୟ   କରୁନଥିବା   ଉଚିତ   ।

ମୂଳୀରୁ  ପୁନଃ  ବଢୁଥିବା ଫସଲ, ମଞ୍ଜିର   ଜଡତା  ନଥିବା   ଫସଲ  ଏବଂ  ମଞ୍ଜିଝଡା  ଦେଉଥିବା   ଫସଲ   ମିଶ୍ରିତ  ଚାଷ   ପାଇଁ   ଅନୁପଯୁକ୍ତ   ।

ବିହନ  ଫସଲ  ସହିତ   ମିଶ୍ରିତ   ଚାଷ   ଅନୁଚିତ  ।

ପୃଷ୍ଠଭାଗ  ବନ୍ଧୁର  ଥିବା   ଫସଲ  ସହିତ   ପୃଷ୍ଠଭାଗ  ନରମ  ଓ  କୋମଳ   ଥିବା   ଫସଲର  ଅନ୍ତଃ   ଫସଲ   ଚାଷ   ଅନୁଚିତ   ।

ସଙ୍କର  ବିହନ   ଉତ୍ପାଦନ   ପାଇଁ   ଚାଷ   କରାଯାଉଥିବା   ଫସଲ  ସହିତ   ଜିନ୍  ସଂଯୋଗକ୍ଷମ   ଫସଲକୁ   ଅନ୍ତଃଫସଲ   ଚାଷ   କରିବା  ଅନୁଚିତ   ।

ବାରମ୍ବାର   ତୋଳା  ଆବଶ୍ୟକ   କରୁଥିବା   ଫସଲ  ସହିତ   ଏକ  ସମୟରେ   ତୋଳା  ଆବଶ୍ୟକ   କରୁଥିବା  ଫସଲକୁ  ଅନ୍ତଃଚାଷ   କରିବା  ଅନୁଚିତ   ।

ଅସମୟରେ   ପଡିଯାଉଥିବା  ଫସଲର  ଅନ୍ତଃଚାଷ   ପାଇଁ   ସତର୍କତା   ଅବଲମ୍ବନ   କରିବା  ଉଚିତ   ।

ଆରୋହଣ   କରୁଥିବା  କିମ୍ବା   ଅନ୍ୟ  ଫସଲ   ଉପରେ   ମାଡୁଥିବା   ଫସଲକୁ   ଅନ୍ତଃଚାଷ   କଲେ  ଦେଖିବାକୁ   ହେବ  ଯେପରି   ଏହି   ଫସଲ  ଯୋଗୁ   ଅନ୍ୟ   ଫସଲର   ବିଶେଷ   କ୍ଷତି  ନ ଘଟେ   ।

 

ଅନ୍ତଃ  ଫସଲ   ଚାଷର   କେତେକ  ଉଦାହରଣ

 ପ୍ରକାର ଫସଲ

ଧାଡି ଅନୁପାତ 

ଧାନ  ସହିତ  ଅନ୍ତଃ  ଫସଲ  ଚାଷ

ଧାନ + ହରଡ

ଧାନ + ମୁଗ

ଧାନ + ବିରି

୫:୨

୩:୧

୩:୧

ହରଡ ସହିତ  ଅନ୍ତଃ ଫସଲ ଚାଷ

ହରଡ + ମୁଗ

ହରଡ + ବିରି

ହରଡ + ମକା

୨:୨-୩

୨:୨-୩

୨ : ୨

ଚିନାବାଦାମ ସହିତ   ଅନ୍ତଃ  ଫସଲ  ଚାଷ

ଚିନାବାଦାମ + ହରଡ

ଚିନାବାଦାମ + ଜଡା

ଚିନାବାଦାମ + ରାଶି

ଚିନାବାଦାମ + ସୂର୍ଯ୍ୟମୁଖୀ

୬ :୨

୬ : ୧

୬: ୧

୬ : ୧

ମକା  ସହିତ  ଅନ୍ତଃ  ଫସଲ  ଚାଷ

ମକା + ମୁଗ

ମକା + ବିରି

ମକା + ବରଗୁଡି

୧ : ୧

୧ : ୧

୧ : ୧

ଗୋଖାଦ୍ୟ  ଫସଲ  ସହିତ  ଅନ୍ତଃ  ଫସଲ  ଚାଷ

ମକା + ବରଗୁଡି

ଟିଓସିଣ୍ଟେ + ବରଗୁଡି

୨ : ୨

୧ : ୧

ଅଧିକ ଜାଣିବା ପାଇଁ କମେନ୍ଟ ବକ୍ସ ରେ ଲେଖି ଜଣାନ୍ତୁ

AgriChat mobile app. A friend for Farmer student Businessman, NGOs, and experts. Please downloa from playstore and use it.

Leave a Comment

Your email address will not be published. Required fields are marked *

Language»
error: Content is protected !!