ବିଲାତିବାଇଗଣ (Tomato) ର ତଳି ପ୍ରସ୍ତୁତି …

ବିଲାତି ବାଇଗଣ ବା ଟମାଟୋ ରେ ପୁଷ୍ଟିସାର, ଶ୍ୱେତସାର ଛଡା କ୍ୟାଲସିଅମ, ମ୍ୟାଗ୍ନେସିଅମ, ଲୌହ, ଫସ୍‌ଫରସ୍ ଆଦି ଧାତବ ଲବଣ ମଧ୍ୟ ରହିଥାଏ । ଏଥିସହିତ ଭିଟାମିନ୍ ଏ, ବି, ସି ମଧ୍ୟ ବିଲାତିବାଇଗଣରେ ରହିଥାଏ। ବିଲାତିବାଇଗଣ ଏକ ଶୀତଦିନିଆ ଫସଲ । କିନ୍ତୁ ଆମର ପାହାଡ଼ିଆ ଅଞ୍ଚଳରେ ବର୍ଷାଦିନେ ମଧ୍ୟ ଏହା ଚାଷ କରାଯାଇପାରେ । ପୁରୀ, ଗଞ୍ଜାମ, ବାଲେଶ୍ୱର, କଟକ ପ୍ରଭୃତି ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷାଦିନେ ଲଗାଇଲେ ଏଥିରେ ଫୁଲ ଧରେ । କିନ୍ତୁ ଦିନବେଳା ଗରମ ହେଉଥିବାରୁ ଫଳ ନଧରି ଫୁଲ ଝଡ଼ିଯାଏ । ତେଣୁ ଏହି ସବୁ ଜିଲ୍ଲାମାନଙ୍କରେ ସେପ୍ଟେମ୍ବର ଅକ୍ଟୋବର ମାସରେ ବିଲାତିବାଇଗଣ ଲଗାଇବା ଉଚିତ୍ । ବାଲିଆ, ଦୋରସା ବା ପଟୁମାଟିରେ ବିଲାତିବାଇଗଣ ଭଲ ହୁଏ । ପାଣି ଜମି ରହୁଥିବା ଜମିରେ ବିଲାତି ବାଇଗଣ ଚାଷ କରିବା ଉଚିତ୍ ନୁହେଁ । ଛାଇ ଜାଗା ମାନଙ୍କରେ ବିଲାତି ବାଇଗଣ ଲଗାଇଲେ ଗଛ ଡେଙ୍ଗା ହୁଏ, କିନ୍ତୁ ଅମଳ ଭଲ ହୁଏନାହିଁ ।


ଆପଣ ଏହି ଲିଙ୍କ ମାଧ୍ୟମରେ ଟମାଟୋ ମଞ୍ଜି, ସାର , ବିଶୋଧନ ଔଷଧ ପାଇପାରିବେ…https://amzn.to/39fSOKa


ତଳି ପ୍ରସ୍ତୁତି 

ବିଲାତିବାଇଗଣ ପାଇଁ ପ୍ରଥମେ ତଳି ପ୍ରସ୍ତୁତି କରିବା ଉଚିତ୍ । ମଞ୍ଜିକୁ ପ୍ରଥମେ କାପଟାନ, ଥିରାମ ବା ଏମିସାନ୍ ପ୍ରଭୃତି ଔଷଧ ଗୋଳାଇ ବିଶୋଧନ କରନ୍ତୁ । ଉଚ୍ଚା ଜାଗାରେ ତଳି ପକାନ୍ତୁ । ଜମିକୁ ଭଲ ଭାବରେ ଚାଷ କରି ମାଟିଗୁଣ୍ଡ କରନ୍ତୁ । ୧୦ ଫୁଟ ଲମ୍ବା ଓ ୩ ଫୁଟ ଚଉଡ଼ାର ୧୦ଟି ପଟି ତିଆରି କରନ୍ତୁ । ପଟିଗୁଡ଼ିକ ସାଧାରଣତଃ ଜମିଠାରୁ ୪ ରୁ ୬ ଇଞ୍ଚ ଉଚ୍ଚା କରନ୍ତୁ । ପ୍ରତି ପଟିରେ ଖତ ଦୁଇ ଝୁଡ଼ି, ୩୫ ଗ୍ରାମ୍ ୟୁରିଆ, ୧୦୦ ଗ୍ରାମ୍ ସିଙ୍ଗଲ ସୁପର ଫସ୍‌ଫେଟ୍ ଓ ୨୦ ଗ୍ରାମ୍ ମ୍ୟୁରେଟ ଅଫ୍ ପଟାସ୍ ଦେଇ ଭଲ ଭାବରେ ମିଶାଇ ଦିଅନ୍ତୁ । ପ୍ରତି ପଟିରେ ୩ ଇଞ୍ଚ ବ୍ୟବଧାନରେ ସିଆର ଟାଣି ସେଥିରେ ମଞ୍ଜି ପକାଇ ଖତ ଓ ମାଟି ଦେଇ ଘୋଡ଼େଇ ଦିଅନ୍ତୁ ।ବର୍ତ୍ତମାନ ପଟିଗୁଡ଼ିକୁ ଛଣ ଦ୍ଵାରା ଘୋଡ଼ାଇ ଝରାରେ ଅଳ୍ପ ପାଣି ଦିଅନ୍ତୁ । ତଳି ଘରା ଚାରିପଟେ ଗାମାକ୍ସିନ୍ ପକାଇ ଦେଲେ ପିମ୍ପୁଡ଼ି ମଞ୍ଜିକୁ ନଷ୍ଟ କରିବେ ନାହିଁ । ମଞ୍ଜିରୁ ଗଜା ହେଲାପରେ ନଡ଼ା ଗୁଡ଼ିକୁ କାଢ଼ିନେବା ଉଚିତ୍ । ଆଗରୁ କୁହାଯାଇଅଛି ଯେ ନିଗିଡ଼ା ଜମିରେ ବିଲାତିବାଇଗଣ କରିବା ଉଚିତ୍ । ପ୍ରଥମେ ଜମିକୁ ଭଲ ଭାବରେ ଚାଷ କରି ମାଟି ଗୁଣ୍ଡ କରି ଦିଅନ୍ତୁ । ମଇ ଦେଇ ଜମିକୁ ସମତଳ କରନ୍ତୁ ଏବଂ ଜମିରୁ ଅଧିକ ପାଣି ଚାଲିଯିବା ପାଇଁ ନାଳର ବ୍ୟବସ୍ଥା କରନ୍ତୁ ।ଏକ ଏକର ଜମି ପାଇଁ ୧୦ ଗାଡ଼ି ହିସାବରେ ଖତ ଦେଇ ମାଟିରେ ମିଶାଇ ଦିଅନ୍ତୁ । ତଳି ରୋଇବା ପୂର୍ବରୁ ଏକର ପିଛା ୨୨ କିଲୋଗ୍ରାମ୍ ୟୁରିଆ, ୧୨୫ କିଲୋଗ୍ରାମ୍ ସିଙ୍ଗଲ ସୁପର ଫସ୍‌ଫେଟ୍ ଓ ୧୬ କିଲୋଗ୍ରାମ୍ ମ୍ୟୁରେଟ୍ ଅଫ୍ ପଟାସ୍ ସିଆରରେ ଦେଇ ମାଟି ମିଶାଇ ଦିଅନ୍ତୁ । ମନେ ରଖନ୍ତୁ ସିଆରରେ ସାର ଭଲ ଭାବରେ ନ ମିଶିଲେ ତଳି ମରିଯିବାର ସମ୍ଭାବନା ଥାଏ।ତଳିକୁ ରୋଇବା ପାଇଁ ଉପାଡ଼ିବାର ୫/୬ ଦିନ ଆଗରୁ ଖୁବ୍ କମ୍ ପାଣି ଦେବା ଉଚିତ୍ । ସାଧାରଣତଃ ୩ ଇଞ୍ଚରୁ ୪ ଇଞ୍ଚ ଉଚ୍ଚତାର ତଳି ରୋଇବା ପାଇଁ ଉପରୋକ୍ତ ହୋଇଥାଏ ।ଧାଡିକୁ ଧାଡ଼ଇ ବ୍ୟବଧାନ ୨ ଫୁଟ (୬୦ ସେ.ମି.) ଓ ଧାଡ଼ି ଭିତରେ ବ୍ୟବଧାନ ଏକରୁ ଦେଢ଼ ଫୁଟ (୪୫ ସେ.ମି.) ରଖି ତଳି ରୁଅନ୍ତୁ । ତଳି ରୋଇବାର ୧୫ ଦିନପରେ ଜମିକୁ ହାଲୁକା ଭାବେ କୋଡ଼ାଖୁସା କରି ୩୩ କିଲୋଗ୍ରାମ୍ ୟୁରିଆ ଓ ୧୬ କିଲୋଗ୍ରାମ୍ ମ୍ୟୁରେଟ ଅଫ୍ ପଟାସ୍ ଦେଇ ହୁଡ଼ଶ ଟେକି ଦିଅନ୍ତୁ । ତଳି ରୋଇବାର ୩୦ ରୁ ୩୫ ଦିନ ପରେ ଆହୁରି ୩୩ କିଲୋଗ୍ରାମ୍ ୟୁରିଆ ଦିଅନ୍ତୁ । ମନେରଖନ୍ତୁ ପ୍ରତିଥର ସାର ଦେଇ ସାରିବା ପରେ ପାଣି ଦେବା ଏକାନ୍ତ ଆବଶ୍ୟକ ।ସବୁବେଳେ ଉପରବେଳା ଚାରା ଉପାଡ଼ି ଲଗାଇବା ଉଚିତ୍ । ଯଦି ଝାଉଁଳା ରୋଗ ଲାଗିବାର ସମ୍ଭାବନା ଥାଏ, ତେବେ ୧୦ ଲିଟର (ପ୍ରାୟ ଏକ ବାଲତି) ପାଣି ରେ ୬ ଗ୍ରାମ୍ ଆଗ୍ରୋମାଇସିନ୍ କିମ୍ବା ୧୦ ଗ୍ରାମ୍ ପ୍ଲାଣ୍ଟୋମାଇସିନ୍ ମିଶାଇ ତଳି ର ଚେ ର ଅଂଶକୁ ଔଷଧ ମିଶା ପାଣିରେ ୧୫ ମିନିଟ୍ ବୁଡ଼ାଇ ରୋଇବା ଉଚିତ୍ । ତଳି ରୋଇ ସାରିବା ପରେ ଝରାରେ ପାଣି ଦେବା ଦରକାର ।ରୋଇବାର ୧୫ ଦିନ ପରେ କୋଡ଼ା ଖୁସା କରି ଘାସ ବାଛି ହୁଡ଼ା ଦିଅନ୍ତୁ । ଏହି ହୁଡ଼ା ଦେବା ସମୟରେ ଗଛ ମୂଳରୁ ୨/୩ ଇଞ୍ଚ ଛାଡ଼ି ସାର ଦେବା ଦରକାର । ଦ୍ଵିତୀୟ ଥର ସାର ଦେଲାବେଳେ ମଧ୍ୟ ସେହି ପରି ଜମିକୁ ଖୁସାଇ ହୁଡ଼ା ଦେବା ଉଚିତ୍ ।

AgriChat mobile app. A friend for Farmer student Businessman, NGOs, and experts. Please downloa from playstore and use it.

Leave a Comment

Your email address will not be published. Required fields are marked *

Language»
error: Content is protected !!