ଗ୍ଲାଡିଓଲସ୍ (Gladiolus) ଫୁଲ ଚାଷ

ଗ୍ଳାଡିଓଲସ ନାମଟି ଲାଟିନ ଶବ୍ଦ ଗ୍ଲୋଡିୟସ ରୁ ଆସିଅଛି ଯାହାର ଅର୍ଥ ତଲୱାର ହୋଇଥାଏ l କାରଣ ଏହାର ପତ୍ରର ସ୍ୱରୂପ ଖଣ୍ଡା ଭଳି ହୋଇଥାଏ l ଏହାକୁ ଫୁଲମାନଙ୍କର ରାଣୀ ବୋଲି ମଧ୍ୟ କୁହାଯାଏ l

ଓଡ଼ିଶାରେ ‘ଗ୍ଲଡିଓଲସ୍’ ଫୁଲର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ଲଗାଯାଇଥବା ଫସଲରେ ଫୁଲ ଭଲ ହୁଏ । ବୁକେ, ଘରସାଜସଜା, ଉତ୍ସବଗୁଡିକରେ ଫୁଲର ବେଶ ଆଦର ଓ ଚାହିଦା ରହିଛି ।

ମୃତ୍ତିକା ଓ ଜଳବାୟୁ 

ଏହି ଚାଷ ପାଇଁ ନିଗିଡ଼ା ଦୋରସା ମାଟି ଗ୍ଲାଡିଓଲସ୍ ପାଇଁ ସର୍ବୋତ୍ତମ । ମାଟି ବାଳିଆ ଥିଲେ ଅଧିକ କମ୍ପୋଷ୍ଟ ଦେଇ ଚାଷ କରାଯାଏ । ସୂର୍ଯ୍ୟକିରଣର ଅଭାବ ହେଲେ ଫୁଲ ବଙ୍କା ଓ ବିକୃତ ହୁଏ। ଏହା ଶୀତଦିନିଆ ଫୁଲ ହେଲେ ମଧ୍ୟ କମ୍ ତାପମାତ୍ରାରେ ପାର୍ବତ୍ୟ ଅଞ୍ଚଳରେ ଖରାଦିନେ ଓ ବର୍ଷା ଦିନେ ଚାଷ କରି ହେଉଛି। ଏହି ଫୁଲ ଚାଷର ଅଢେଇ ମାସରୁ ତିନି ମାସ ଭିତରେ ଫୁଟିଥାଏ ।

ବିଭିନ୍ନ ପ୍ରକାର କିସମ 

ଏହି ଫୁଲ ଧଳା, ଲାଲ, ନାରଙ୍ଗି, ଗୋଲାପି, ବାଇଗଣୀ, ବାଦାମୀ ଆଦି ରଙ୍ଗର ଦେଖ୍ବାକୁ ମିଳିଥାଏ । ଏହି ଫୁଲର ୨୦୦ କିସମ ଉପଲବ୍ଧ ହେଉଥୁବା ବେଳେ ବ୍ୟବସାୟ ପାଇଁ ହାଇବ୍ରିଡ୍ କିସମକୁ ବ୍ୟବହାର କରାଯାଏ । ଡ୍ରିମଗାର୍ଲି, ଇଷ୍ଟର୍ଣ୍ଣଷ୍ଟାର, କ୍ଲାସ୍‌ମେଟ, ଡେରିକ୍ଵିନ, ଫତିମା, ଗୋଲଡେନ, ଅଗ୍ନିରେଖା, ଜ୍ଵାଳା, ସେଟିଙ୍ଗସନ, ଜିପ୍ସି, ଆମେରିକା, ସୁଗାର ବେବି, ବ୍ଲୁବାର୍ଡ଼ , ଚାଇନାବ୍ଲୁ , ଏନେଲ୍ ଆଇଜ ଆଦି କିସମ ଚାଷ ପାଇଁ ଉପଯୋଗୀ ହୋଇଥାଏ ।ବ୍ୟାବସାୟିକ କିସମ ନର୍ସରୀରେ ଉପଲବ୍ଧ ହୁଏ ।ଗୋଟିଏ ଏକରରେ ୮୦ ହଜାର ଗଛ ଲାଗିପାରେ । କେତେକ କ୍ଷେତ୍ରର୍ରେ ରିହାତି ଦରରେ ସରକାର ମଧ୍ୟ ଯୋଗାଇ ପାରନ୍ତି । ବଜାରରେ ୩ଟଙ୍କାରୁ ୭ଟଙ୍କା ମଧ୍ୟରେ କନ୍ଦା(bulb) ଉପଲବ୍ଧ ହୁଏ ।

ଏହି ଲିଙ୍କ ମାଧ୍ୟମରେ ଆପଣ ସବୁ ପାଇପାରିବେ https://amzn.to/39fSOKa

ଲଗାଇବା ପ୍ରଣାଳୀ 

ଗୁଣ୍ଡ ଚାଷ ପରେ ଗଛକୁ ଗଛ ୨୦ ସେମି ଧାଡ଼ିକୁ ଧାଡି ୩୦ ସେମି ଦୂରତାରେ ପଟାଳୀରେ କରାଯାଏ। ପ୍ରତି ସପ୍ତାହରେ ଜଳସେଚନ କରାଯାଏ । ଗୋବରଖତ ଜମି ପ୍ରସ୍ତୁତି ସମୟରେ ଦିଆଯାଏ ଏବଂ ଯବକ୍ଷାରଜାନ, ଫସଫରସ୍ ଓ ପଟାସ ସାର ଏକର ପ୍ରତି ମୃତ୍ତିକା ଓ ଜଳବାୟୁ ହିସାବରେ ଦିଆଯାଏ । ବାକି ଅଧା ପଟାସ୍ ଓ ଯବକ୍ଷାରଜାନ ଲଗାଇବାର ୨୫-୩୦ ଦିନ ମଧ୍ୟରେ କୋଡା ଖୁସା ବେଳେ ଦିଆଯାଏ ।

ଅମଳ ପରବର୍ତ୍ତି ଫୁଲ ର ଯତ୍ନ 

ଗୋଟିଏ ସ୍ତବକରେ ୧୦ ରୁ ୧୬ ପର୍ଯ୍ୟନ୍ତ ଫୁଲ ରହିଥାଏ । ଫୁଲର ସଂଖ୍ୟା କନ୍ଦା ର ଆକାର ଓ ଗଛର ଯତ୍ନ ଉପରେ ନିର୍ଭର କରେ । ସକାଳୁ ତଳ ଦୁଇଟି କଢ ଫୁଲ ଫୁଟିଥିବା ଅବସ୍ଥାରେ କାଟି, ପାଣି ବାଲଟିରେ ରଖାଯାଏ । ଲମ୍ବା ଅନୁସାରେ ବାଛି ବିଡ଼ା ବାନ୍ଧି ପ୍ୟାକିଙ୍ଗ୍ କରି କାର୍ଟୁନ୍ ରେ ରଖି ଦୂର ସ୍ଥାନକୁ ପଠାଯାଏ ।


AgriChat mobile app. A friend for Farmer student Businessman, NGOs, and experts. Please downloa from playstore and use it.

Leave a Comment

Your email address will not be published. Required fields are marked *

Language»
error: Content is protected !!