ଧିଙ୍ଗରି ଛତୁଚାଷ ପାଇଁ ବ୍ୟାଗ ପ୍ରତ, ୨ କଲୋଗ୍ରାମ ଉନ୍ନତମାନର ଶୁଖିଲା। ଧାନ ନଡ଼ା ଆବଶ୍ୟକ । ପ୍ରଥମେ ନଡ଼ାକୁ ୨ ଇଞ୍ଚ ଆକାରରେ କାଟି ଦିଅନ୍ତୁ ଏବଂ ସେହି କଟା ନଡ଼ାକୁ ପରିଷ୍କାର ପାଣିରେ ୬ ଘଣ୍ଟା ଭିଜାନ୍ତୁ । ଭିଜା ନଡ଼ାକୁ ପାଣିରୁ ଛାଣି ପରିଷ୍କାର ଜାଗାରେ ରଖ୍ ଗରମ ପାଣି କିମ୍ବା ବାଷ୍ପରେ ବିଶୋଧନ କରନ୍ତୁ । ସେହି ବିଶୋଧୂତ ନଡ଼ାକୁ ଛାଇରେ ଶୁଖାଇ ଦିଅନ୍ତୁ ଯେପରିକି ନଡ଼ାର ଜଳୀୟ ଅଂଶ ୫୫-୬୦ ପ୍ରତିଶତ ରହିବ । ଏକ ପରିଷ୍କାର ତାର ଦ୍ଵାରା ଛତୁମଞ୍ଜି ବୋତଲରୁ ୨୦୦ ଗ୍ରାମର ମଞ୍ଜିକୁ ବାହାର କରି ତାକୁ ଚାରି ଭାଗ କରିଦିଅନ୍ତୁ। ବ୍ୟାଗ୍ ପ୍ରସ୍ତୁତ ପାଇଁ ୮୦ ସେ.ମି. ଲମ୍ବ ଏବଂ ୪୦ ସେ.ମି. ଓସାର ପଲିଥିନର ଗୋଟିଏ ପାର୍ଶ୍ଵକୁ ସୁତୁଲି ଦ୍ଵାରା ବାନ୍ଧି ଦିଅନ୍ତୁ । ସେହି ମୁଣା ମଧ୍ୟରେ ଏକ ଚତୁର୍ଥାଂଶ ବିଶୋଧୂତ ନଡ଼ା ଭର୍ତ୍ତି କରନ୍ତୁ ଏବଂ ଏକ ଚତୁର୍ଥୀଙଶ ମଞ୍ଜି ନଡ଼ାର ଚାରିପାଖରେ ବିଛାଇ ଦିଅନ୍ତୁ । ଏହି ସମୟରେ ୨୦୦ ଗ୍ରାମର ସିଝା ଗହମକୁ ଚାରିଭାଗ କରି ପ୍ରତି ଭାଗକୁ ମଞ୍ଜି ସହ ଜୈବିକ ଖାଦ୍ୟ ଆକାରରେ ଦିଆଯାଇପାରିବ । ଏହିପରି ଚାରି ସ୍ତର ନଡ଼ା ଏବଂ ମଞ୍ଜି ଭର୍ତ୍ତି କରିସାରିଲା ପରେ ୨ ଇଞ୍ଚ ବହଳର ନଡ଼ା ଦେଇ ମୁଣାର ଉପରି ଭାଗକୁ ସୁତୁଲିରେ ବାନ୍ଧି ଦିଅନ୍ତୁ ।ବ୍ୟାଗ ପ୍ରସ୍ତୁତି ପରେ ବାୟୁ ଚଳାଚଳ ପାଇଁ ପଲିଥିନ ମୁଣାରେ ୧୦-୧୫ଟି କଣା କରି କମ ଆଲୋକ ବା ଅନ୍ଧାର ଘରେ ରଖିଦିଅନ୍ତୁ । ବ୍ୟାଗ ପ୍ରସ୍ତୁତିର ୧୫ ଦିନ ପରେ ନଡ଼ାରେ ଫିମ୍ପି ସମ୍ପୂର୍ଣ୍ଣ ରୂପେ ମାଡ଼ିଯାଏ । ଏହାପରେ ବ୍ୟାଗର ଉପରି ଭାଗ ଏବଂ ତଳଭାଗରେ ବନ୍ଧା ଯାଇଥିବା ସୁତୁଲି ଖୋଲି ପଲିଥିନକୁ ବାହାର କରିଦିଅନ୍ତୁ । ପ୍ଲାଷ୍ଟିକ ସୁତା ସାହାଯ୍ୟରେ ଏକ ଶିକା ପ୍ରସ୍ତୁତ କରି ସେଥିରେ ଫିମ୍ପି ମାଡ଼ିଥିବା ନଡ଼ା ପିଣ୍ଡୁଳାକୁ ବାନ୍ଧି କମ ଆଲୋକ ଏବଂ ବାୟୁ ଚଳାଚଳ କରୁଥିବା ସ୍ଥାନରେ ବାଉଁଶ ଥାକରେ ଝୁଲାଇ ଦିଅନ୍ତୁ । ନଡ଼ା ପିଣ୍ଡୁଳାରୁ ପଲିଥିନ ବାହାର କରିବା ପରଠାରୁ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ସିଞ୍ଚନ୍ତୁ । ପଲିଥିନ ଖୋଲିବାର ୩-୪ ଦିନ ପରେ କଢ଼ ଦେଖାଯାଏ ଏବଂ ଏହାର ୩-୪ ଦିନ ପରେ ଛତୁ ଅମଳ ଯୋଗ୍ୟ ହୋଇଥାଏ । ଏହି ଛତୁ ୪୫ ରୁ ୬୦ ଦିନର ଫସଲ ଚକ୍ର ମଧ୍ୟରେ ଏକ ବ୍ୟାଗରୁ ହାରାହାରି ୧.୫-୨ କିଲୋଗ୍ରାମ ପର୍ଯ୍ୟନ୍ତ ଅମଳ ହୋଇଥାଏ । ଏହିଭଳି ଏକ ବ୍ୟାଗ ପ୍ରସ୍ତୁତ କରିବା ପାଇଁ ୪୦ ଟଙ୍କା ଖର୍ଚ୍ଚ ହୋଇଥାଏ । ଜଣେ ବ୍ୟକ୍ତି ୧୦୦୦ ବଗ ଫୁଟ ସ୍ଥାନରୁ ପାଖାପାଖି ୨୦,୦୦୦ – ୪୦,୦୦୦ ଟଙ୍କା ଆୟ କରିପାରିବେ । ଧିଙ୍ଗରି ଛତୁର ବିଭିନ୍ନ ଚାଷୋପଯୋଗୀ କିସମ ଏବଂ ଚାଷ ପ୍ରଣାଳୀ ପାଇଁ ଭୁବନେଶ୍ଵରରେ ଥିବା ଛତୁ ଗବେଷଣା କେନ୍ଦ୍ରର ମୁଖ୍ୟଙ୍କ ସହ ଯୋଗାଯୋଗ କରିପାରିବେ ।
ଧିଙ୍ଗରି ଛତୁ ଚାଷ
AgriChat mobile app. A friend for Farmer student Businessman, NGOs, and experts. Please downloa from playstore and use it.