ଛତୁ ଚାଷ ର ଆବର୍ଜନାରୁ ଜିଆଖତ ବା ଭର୍ମୀ କମ୍ପୋଷ୍ଟ ପ୍ରସ୍ତୁତି

ପାଳଛତୁ ହେଉ ବା ଧିଙ୍ଗରିଛତୁ ପାଇଁ ବ୍ୟବହୃତ ନଡାଶଯ୍ୟା (bed) ଛତୁ ଚାଷ ଅନୁପଯୋଗୀ ହେଲା ପରେ ଏହାକୁ ନଷ୍ଟ ନକରି ଏଥିରୁ ଉତ୍କୃଷ୍ଠମାନର ଭର୍ମିକମୋଷ୍ଟ ବା ଜିଆଖତ ପ୍ରସ୍ତୁତି କରାଯାଇପାରେ । ଛତୁ ଚାଷୀମାନଙ୍କ ସୁବିଧାକୁ ଆଖି ଆଗରେ ରଖି ଏକ ସରଳ ଜିଆଖତ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଆସନ୍ତୁ ଜାଣିବା।

ପ୍ରଥମେ ୧୨ ରୁ ୨୪ ଫୁଟ ଲମ୍ବ ଓ ୬ ଫୁଟ ଓସାରରେ ୨ ଫୁଟ ଗଭୀରତା ରଖି ଏକ ଖାତ ଖୋଳନ୍ତୁ । ଏହାକୁ ଏକ ବଡ ପଲିଥିନ୍ ଦ୍ଵାରା ଘୋଡେଇ ଦିଅନ୍ତୁ ।ଆପଣ ଚାହିଁଲେ ତଳେ ପଲିଥିନ ବିଛାଇ ତା ଉପରେ ଖତ ପ୍ରସ୍ତୁତି କରିପାରିବେ। ଛତୁ ଫାର୍ମରୁ ବାହାରୁଥିବା ଚାଷ ଅନୁପଯୋଗୀ ନଡାଗୁଡିକୁ ଏହି ଖାତରେ ୮ରୁ ୧୦ ଇଞ୍ଚ ବହଳରେ ବିଛାଇ ଦିଅନ୍ତୁ । ତା’ ଉପରେ ୩ ଇଞ୍ଚ ବହଳର ଗୋବରରୁ ପ୍ରସ୍ତୁତ ଖତ ବିଛାଇ ଦିଅନ୍ତୁ । ପ୍ରାୟ ୫୦ ପ୍ରତିଶତ ଜଳୀୟ ଅଂଶ ରହିବା ଭଳି ଓଦା କରି ଝୋଟ ଅଖାକୁ ଘୋଡାଇ ଦିଅନ୍ତୁ । ଦୁଇରୁ ଅଢେଇ ସପ୍ତାହ ମଧ୍ୟରେ ଏହି ଛତୁ ନଡାଗୁଡିକ ପ୍ରାୟ ଅର୍ଦ୍ଧ କୋମ୍ପାଷ୍ଟରେ ପରିଣତ ହେବାକୁ ଲାଗିଥାଏ । ଏହି ସମୟରେ ୧ କେଜି ଜିଆ (୧୦୦ଟି) ଛାଡି ଦିଅନ୍ତୁ ।

ଲାମ୍ପିଟୋ ମାରୁଟି, ପେରିଓନିକ୍ସ, ଏକ୍ସକାଭାଟସ୍, ଡ୍ରାୱିଡା ୱିଲସ୍ ଗ୍ଲାଇଫେଡ୍ରିଲସ୍ ପ୍ରଜାତିର ଜିଆ ବ୍ୟବହାର କରନ୍ତୁ । ଜିଆମାନଙ୍କର ଜଳ ଆବଶ୍ୟକତାକୁ ଆଖି ଆଗରେ ରଖି ମଝିରେ ମଝିରେ ୫୦ ପ୍ରତିଶତ ଜଳୀୟ ଅଂଶ ରହିବା ଭଳି ପାଣି ଛିଞ୍ଚନ୍ତୁ ।

ପ୍ରାୟ ଏକ ମାସ ହେବା ପରେ ଦୁଇ ମାସ ଭିତରେ ଏହା ଜିଆଖତ ବା ଭର୍ମିକମ୍ପାଷ୍ଟରେ ପରିଣତ ହେବ । ଏହି ଜିଆ ଖତରେ ୧.୫ ପ୍ରତିଶତରୁ ୨ ପ୍ରତିଶତ ଯବକ୍ଷାରଯାନ, ୦.୮ରୁ ୧ ପ୍ରତିଶତ ଫସଫରସ୍ ଓ ୧.୨%ରୁ ୧.୫% ପଟାସ୍ ଥାଏ ।ରାସାୟନିକ ସାର ପରିବର୍ତ୍ତେ ଏହି ଜିଆଖତ ବହୁତ ଚାଷ ଉପଯୋଗୀ ଅଟେ ଏବଂ ଜମି ବା ମାଟିର ଉର୍ବରତା ଭଲ ରହିଥାଏ।

ଏହା ସ୍ୱାସ୍ଥ୍ୟ ଓ ପରିବେଶ ଅନୁକୂଳ ହେଇ ଥିବାରୁ ଏହାର ଉପଯୋଗ କରିବା ଉଚିତ I

AgriChat mobile app. A friend for Farmer student Businessman, NGOs, and experts. Please downloa from playstore and use it.

Leave a Comment

Your email address will not be published. Required fields are marked *

Language»
error: Content is protected !!