ମୁଗ ଏକ ଡାଲି ଜାତୀୟ ଫସଲ ଓ ଆମ ରାଜ୍ୟ ରେ ଡାଲି ତଥା ଅନ୍ୟ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ପାଇଁ ଉପଯୋଗ କରାଯାଇଥାଏ । ଓଡିଶା ରେ ଉତ୍ପାଦନ ତୁଳନା ରେ ଆବଶ୍ୟକ ହେଉଥିବା ଡାଲି ଜାତୀୟ ଶସ୍ୟ ଯଥେଷ୍ଟ କମ । ତେଣୁ ଏହାର ଅଧିକ ବଜାର ଚାହିଦା ରହିଛି । ଚାଷୀ ଭାଇ ମାନେ ଏହାର ସୁଯୋଗ ନେଇ ଉନ୍ନତ ଚାଷ ପ୍ରଣାଳୀ ଦ୍ଵାରା ମୁଗ ଚାଷ କଲେ ନିଶ୍ଚୟ ଲାଭବାନ ହେଇ ପାରିବେ ।
୧୦୦ ଗ୍ରାମ ମୁଗରେ ୫୯.୯ ଗ୍ରାମ ଶ୍ଵେତସାର, ୨୪.୫ ଗ୍ରାମ ପୃଷ୍ଟିସାର ,୧.୨ ଗ୍ରାମ ଚର୍ବସାର ଓ ୩୪୫ କିଲୋ କ୍ୟାଲୋରୀ ଶକ୍ତି ଯୋଗାଇଥାଏ । ଏହା ବ୍ୟତୀତ ଗଜା ମୁଗରେ ଆକ୍ସାବିକ ଏସିଡ ରାଇବଫ୍ଲାବିନ ଓ ଥାଇୟାବିନ ପ୍ରଭୁତି ଭିଟାମିନ ମିଳିଥାଏ । ଏହା ବ୍ୟତୀତ ମୁଗ ଫସଲରେ ଛୁଇଁ ଖୋଳପାରେ ଓ ଭୁସାରେ ମଧ୍ୟ ପୃଷ୍ଟିସାର ଯଥେଷ୍ଟ ପରିମାଣରେ ରହିଥାଏ । ଏହା ଗାଈଗୋରୁ ମାନଙ୍କ ପାଇଁ ଉତ୍କୁଷ୍ଟ ଖାଦ୍ୟ ଅଟେ । ମୁଗ ଫସଲ ପ୍ରାଣୀମାନଙ୍କୁ ବିଭିନ୍ନ ପ୍ରକାର ଖାଦ୍ୟସାର ଯୋଗାଇଥାଏ । ସେହିପରି ମୁଗ ଫସଲ କଲେ ମୃତ୍ତିକାକୁ ୩୦ କି ଗ୍ରା ହେକ୍ଟର ପ୍ରତି ଯବକ୍ଷାରଜାନ ଗ୍ୟାସକୁ ସଂଗ୍ରହ କରି ସ୍ଥିର କରିଥାନ୍ତି । ଏହାଦ୍ଵାରା ଗୋଟିଏ ଏକର ଜମିକୁ ୬-୧୪ କ୍ଵିଣ୍ଟାଲ ଜୈବିକ ପଦାର୍ଥ (ଚେର) ମାଟିକୁ ମିଳିଥାଏ ।
ଜଳବାୟୁ
ମୁଗ ଚାଷ ଖରିଫ୍, ରବି ଏବଂ ଗ୍ରୀଷ୍ମ ଋତୁରେ କରାଯାଏ । ଏହା ଉଷ୍ଣ ଜଳବାୟୁ ଆବଶ୍ୟକ କରେ ଏବଂ ଜଳୀୟାଂଶ ଅଭାବକୁ ମଧ୍ୟ ସହ୍ୟ କରିପାରେ । ୫୦ – ୭୦ ସେ.ମି. ବୃଷ୍ଟିପାତ ହେଉଥିବା ସ୍ଥାନ ମୁଗ ଚାଷ ପାଇଁ ସର୍ବୋକୃଷ୍ଟ ବୋଲି ବିବେଚିତ ହୋଇଥାଏ । ସମୁଦ୍ର ପତ୍ତନ ଠାରୁ ହାରାହାରି ୨୦୦୦ ମିଟର ମଧ୍ୟରେ ଏହା ସଫଳ ଭାବରେ ଚାଷ କରାଯାଇପାରିବ ।
ମୃତ୍ତିକା
ମୁଗ ବିଭିନ୍ନ ପ୍ରକାର ମାଟିରେ ଚାଷ କରାଯାଇପାରେ ଯଥା – ନାଲି ଲାଟେରାଇଟ, କୃଷ୍ଣ କାର୍ପାସ ଏବଂ ବାଲିଆ ମାଟି । ଦୋରସା, ବାଲିଆ ଦୋରସା ମାଟି ମୁଗ ଚାଷ ପାଇଁ ସର୍ବୋକୃଷ୍ଟ ବୋଲି ବିବେଚନା କରାଯାଏ । ମାଟିରେ ଉତ୍ତମ ଭାବରେ ଜଳ ନିଷ୍କାସିତ ହେଉଥିବା ଦରକାର । ଏପରିକି ସାମୟିକ ଭାବେ ଜଳ ଜମି ଗଲେ ଫସଲର କ୍ଷତି ଘଟିଥାଏ । ଲୁଣିକ୍ଷାରୀ ଏବଂ ଅମ୍ଳମାଟି ମୁଗ ଚାଷ ପାଇଁ ଅନୁପଯୁକ୍ତ ।
କିସମ
ବିଭିନ୍ନ ଋତୁ ପାଇଁ ବହୁ ଉନ୍ନତ କିସମ ବିହନ ଚାଷ କରାଯାଇ ପାରିବ । ବିଭିନ୍ନ ଅଞ୍ଚଳରେ ଫସଲ ପର୍ଯ୍ୟାୟରେ ସ୍ଥାନୀୟ କିସମଗୁଡିକ ଗୃହିତ ହୋଇଛନ୍ତି । ଫସଲ ପର୍ଯ୍ୟାୟ, ମୃତ୍ତିକାରେ ଜଳଧାରଣ କ୍ଷମତା ଓ ସ୍ଥାନୀୟ ଆଗ୍ରହ ଅନୁଯାୟୀ ଫସଲ ଓ କିସମ ଚୟନ କରାଯିବା ଆବଶ୍ୟକ । ଅନୁମୋଦିତ ଉନ୍ନତ କିସମ ସମ୍ବନ୍ଧୀୟ କିଛି ସୂଚନା ଏଠାରେ ପ୍ରଦାନ କରାଯାଇଛି ।
ବିଭିନ୍ନ ଋତୁ ପାଇଁ ଚିହ୍ନଟ / ବିକାଶ କରାଯାଉଥିବା କିସମ
ଖରିଫ (ଜୁନ୍ – ଜୁଲାଇ)
କିସମ |
ଅବଧି (ଦିନ) |
ସମ୍ଭାବ୍ୟ ଅମଳ (କ୍ଵି.ହେ.) |
ହାରାହାରି ଅମଳ (କ୍ଵି.ହେ) |
ବିଶେଷ ଗୁଣାବଳୀ |
କାମଦେବ (ଓ.ୟୁ.ଏମ୍.-୧୧–୫) |
୫୫ – ୬୦ |
୧୧.୦୫ |
୭.୪ |
ସହଳ, ସାହେବୀ ରୋଗ ସହଣୀ |
ଦୂର୍ଗା (ଓବିଜିଜି – ୫୨) |
୬୦ – ୬୫ |
୧୩.୦ |
୮.୦ |
ସାହେବୀ ରୋଗ ସହଣୀ |
ଧଉଳି |
୬୦ – ୬୫ |
୧୫.୦ |
୭.୫ |
ସାହେବୀ ରୋଗ ପ୍ରତିରୋଧୀ |
ସୁଜାତା (ଏଚ୍.ୱାଇ.ବି – ୧୨ -୪) |
୬୦ – ୬୫ |
୧୦.୦ |
୭.୫ |
ସାହେବୀ ରୋଗ ସହଣୀ |
ସମ୍ରାଟ (ପିଡିଏମ୍ ୮୪-୧୩୯) |
୬୦ – ୬୫ |
୧୦.୦ |
୮.୦ |
ସାହେବୀ ରୋଗ ପ୍ରତିରୋଧୀ |
ଏମ୍ ଏଲ – ୧୩୧ |
୬୦ – ୬୫ |
୧୦.୦ |
୭.୦ |
ସାହେବୀ ରୋଗ ପ୍ରତିରୋଧୀ |
ହମ୍ – ୧ |
୬୦ – ୬୫ |
୧୦.୦ |
୭.୦ |
ସାହେବୀ ରୋଗ ପ୍ରତିରୋଧୀ |
କେ – ୮୫୧ |
୬୦ – ୭୦ |
୧୦.୦ |
୮.୦ |
ସାହେବୀ ରୋଗ ସହଣୀ |
ପ୍ରାକ୍ ରବି ଋତୁ (ସେପ୍ଟେମ୍ବର – ଅକ୍ଟୋବର)
କିସମ |
ଅବଧି (ଦିନ) |
ସମ୍ଭାବ୍ୟ ଅମଳ (କ୍ଵି.ହେ.) |
ହାରାହାରି ଅମଳ (କ୍ଵି.ହେ) |
ବିଶେଷ ଗୁଣାବଳୀ |
ଜ୍ୟୋତି |
୬୦ – ୬୫ |
୮.୦ |
୭.୦ |
କଳାମଞ୍ଜି, ସାହେବୀ ରୋଗ ସହଣୀ |
ଟାର୍ମ – ୧ |
୬୫ – ୭୦ |
୯.୦ |
୭.୦ |
ପାଉଁଶିଆ ରୋଗ ସାହେବୀ ରୋଗ ସହଣୀ |
ଟାର୍ମ – ୨ |
୬୫ – ୭୦ |
୯.୦ |
୭.୦ |
ପାଉଁଶିଆ ରୋଗ ଓ ସାହେବୀ ରୋଗ ସହଣୀ |
ପୁଷା – ୯୦୭୨ |
୬୫ – ୭୦ |
୧୦.୦ |
୯.୦ |
ସାହେବୀ ରୋଗ ପ୍ରତିରୋଧୀ |
କାମଦେବ (ଓୟୁଏମ୍ – ୧୧-୫) |
୬୦ – ୬୫ |
୧୧.୫ |
୭.୫ |
ସାହେବୀ ରୋଗ ସହଣୀ |
ଧଉଳି |
୬୦ – ୬୫ |
୧୨.୦ |
୮.୦ |
ସାହେବୀ ରୋଗ ପ୍ରତିରୋଧୀ |
ରବି ଋତୁ (ଅକ୍ଟୋବର – ନଭେମ୍ବର )
କିସମ |
ଅବଧି (ଦିନ) |
ସମ୍ଭାବ୍ୟ ଅମଳ (କ୍ଵି.ହେ.) |
ହାରାହାରି ଅମଳ (କ୍ଵି.ହେ) |
ବିଶେଷ ଗୁଣାବଳୀ |
ଟାର୍ମ – ୧ |
୬୫ – ୭୦ |
୯.୦ |
୭.୦ |
ପାଉଁଶିଆ ରୋଗ ଓ ସାହେବୀ ରୋଗ ସହଣୀ |
ଟାର୍ମ – ୨ |
୬୫ – ୭୦ |
୯.୦ |
୭.୦ |
ପାଉଁଶିଆ ରୋଗ ଓ ସାହେବୀ ରୋଗ ସହଣୀ |
ପୁଷା – ୯୦୭୨ |
୬୫ – ୭୦ |
୧୦.୦ |
୯.୦ |
ସାହେବୀ ରୋଗ ପ୍ରତିରୋଧୀ |
ଏଲ.ଜି.ଜି. – ୪୬୦ |
୬୫ – ୭୦ |
୧୦.୦୦ |
୮.୦ |
ସାହେବୀ ରୋଗ ପ୍ରତିରୋଧୀ ଏବଂ ଅମୁହାଁ (ପାଇରା) ଫସଲ ପାଇଁ ଉପଯୁକ୍ତ |
ସିଓ – ୪ |
୭୦ – ୭୫ |
୧୦.୦୦ |
୮.୦ |
ସାହେବୀ ରୋଗ ଓ ପାଉଁଶିଆ ରୋଗ ସହଣୀ ଏବଂ ଅମୁହାଁ (ପାଇରା) ଫସଲ ପାଇଁ ଉପଯୁକ୍ତ |
ଧଉଳି |
୬୫ – ୭୦ |
୧୦.୦ |
୮.୦ |
ସାହେବୀ ରୋଗ ସହଣୀ |
ଏଲଜିଜି – ୪୧୦ |
୬୫ – ୭୦ |
୧୦.୦ |
୮.୦ |
ସାହେବୀ ରୋଗ ପ୍ରତିରୋଧୀ ଏବଂ ଅମୁହାଁ (ପାଇରା) ଫସଲ ପାଇଁ ଉପଯୁକ୍ତ |
ପ୍ରଜ୍ଞା (ଆର.ୟୁ.ଏମ୍ – ୧-୨୦) |
୬୫ – ୭୦ |
୧୦.୦ |
୮.୦ |
ଅମୁହାଁ (ପାଇରା) ଫସଲ ପାଇଁ ଉପଯୁକ୍ତ |
ଖରାଦିନିଆ
କିସମ |
ଅବଧି (ଦିନ) |
ସମ୍ଭାବ୍ୟ ଅମଳ (କ୍ଵି.ହେ.) |
ହାରାହାରି ଅମଳ (କ୍ଵି.ହେ) |
ବିଶେଷ ଗୁଣାବଳୀ |
ପିଡିଏମ୍ ୧୧ |
୬୦ – ୬୫ |
୯.୦ |
୬.୫ |
ସାହେବୀ ରୋଗ ପ୍ରତିରୋଧୀ |
ପିଡିଏମ୍ ୫୪ |
୬୦ – ୬୫ |
୯.୦ |
୭.୦ |
ସାହେବୀ ରୋଗ ପ୍ରତିରୋଧୀ |
ପିଡିଏମ୍ ୮୪ – ୧୪୩ |
୬୦ – ୬୫ |
୧୦.୦ |
୮.୦ |
ସାହେବୀ ରୋଗ ପ୍ରତିରୋଧୀ |
ଏସଏମ୍ ଏଲ ୬୬୮ |
୫୫ – ୬୦ |
୧୦.୦ |
୮.୦ |
ସାହେବୀ ରୋଗ ଏବଂ ହୃଷ୍ଟପୁଷ୍ଟ ବିହନ |
ହମ୍ ୧୨ |
୬୦ – ୬୫ |
୧୦.୦ |
୮.୦ |
ସାହେବୀ ରୋଗ ପ୍ରତିରୋଧୀ |
ଜମି ପ୍ରସ୍ତୁତି
ମୁଗ ଚାଷ ପାଇଁ ଥରେ ଗଭୀର ହଳ କରି ଦୁଇ ତିନି ଥର ହାରୋଇଙ୍ଗ କରି ଓ ମଇ ଦେଇ ଉପଯୁକ୍ତ ଭାବରେ ଜମି ପ୍ରସ୍ତୁତି କରାଯାଏ । ଜମି ଭଲ ଭାବରେ ସମତୁଲ ଏବଂ ଘାସ ମୁକ୍ତ ହେବା ଦରକାର । ହାରୋଇଙ୍ଗ ସମୟରେ ସଢା ଗୋବର ଖତ (ହେକ୍ଟର ପ୍ରତି ୨ ଟନ୍) ପ୍ରୟୋଗ କରାଯିବା ଉଚିତ୍ । ପାଇରା ଫସଲ ପାଇଁ ଆଦୌ ହଳ କରିବା ଆବଶ୍ୟକ ପଡି ନଥାଏ ।
ଫସଲ ଚକ୍ରୀକରଣ
ମୌସୁମୀ ବର୍ଷା ଆରମ୍ଭରେ ବର୍ଷାଦିନିଆ ମୁଗ ବୁଣାଯାଇଥାଏ । ରବି ଫସଲ ଅମଳ ପରେ ଏହା ବୁଣାଯାଇ ପାରେ । ରବି ଫସଲ ଅମଳ ଓ ଖରିଫ ଫସଲ ବୁଣା ହେବ ମଧ୍ୟରେ ଖରା ଦିନିଆ ମୁଗ ଚାଷ କରାଯାଏ । ତେଣୁ ଫସଲ ଚକ୍ରୀକରଣ ଦ୍ଵାରା ମୃତ୍ତିକାର ସ୍ୱାସ୍ଥ୍ୟ ବୃଦ୍ଧି ଘଟେ ଏବଂ ପ୍ରତି ଏକକ ଜମିରେ ଉତ୍ପାଦନ ବୃଦ୍ଧି କରିହୁଏ । ନିମ୍ନରେ କେତେକ ମୁଖ୍ୟ ଫସଲ କ୍ରମ ପ୍ରଦାନ କରାଯାଇଛି ।
ମୁଗ – ସୋରିଷ – ବିରି
ଧାନ – ଗହମ – ମୁଗ
ଧାନ – ସୂର୍ଯ୍ୟମୁଖୀ – ମୁଗ
ଧାନ – ଚିନାବାଦାମ – ମୁଗ
ଧାନ ପନିପରିବା – ମୁଗ
ମକା – ସୋରିଷ – ମୁଗ
ଧାନ – ମୁଗ –କୋଳଥ
ଅନ୍ତଃଫସଲ
ମୁଗ ସାଧାରଣତଃ ଖରିଫ ଋତୁରେ ମକା, ହରଡ, ମିଲେଟ୍, ପର୍ଲମିଲେଟ୍, ଯଅ ସହିତ ଏବଂ ରବି ଋତୁରେ ଚିନାବାଦାମ ସହିତ ଅନ୍ତଃଫସଲ ଭାବରେ ଚାଷ କରାଯାଏ । ମୁଗ ଅନ୍ତଃଫସଲ ପଦ୍ଧତି ଅମଳ ବଢାଇବା ସହିତ ଅର୍ଥକାରୀ ମଧ୍ୟ ହୋଇଥାଏ । ଫଳପ୍ରଦ ଅନ୍ତଃଫସଲ ପଦ୍ଧତିଗୁଡିକ ହେଲା –
ହରଡ + ମୁଗ
ମକା + ମୁଗ
ଚିନାବାଦାମ + ମୁଗ
ଶସ୍ୟ (ମିଲେଟ୍) + ମୁଗ
ବୁଣିବା ସମୟ
ଖରିଫ୍ – ଜୁନ୍ ୩୦ରୁ ଜୁଲାଇ – ୧୫ ମଧ୍ୟରେ ବୁଣିଲେ ଅଧିକ ଅମଳ ଦିଏ ।
ପ୍ରାକ୍ ରବି – ୧୫ ସେପ୍ଟେମ୍ବରରୁ – ୩୦ ସେପ୍ଟେମ୍ବର
ରବି – ୧ମ ଅକ୍ଟୋବରରୁ – ୫ ଅକ୍ଟୋବର
ଖରାଟିଆ – ଫେବୃୟାରୀ ଶେଷ ସପ୍ତାହରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଉପଯୁକ୍ତ ।
ଉଭୟ ସହଳ ଓ ବିଳମ୍ବ ବୁଣା ଅମଳ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ।
ବିହନ ହାର – ହେକ୍ଟର ପ୍ରତି ୨୫ – ୩୦ କି.ଗ୍ରା.
ବ୍ୟବଧାନ – ଆବଶ୍ୟକୀୟ ଗଛ ସଂଖ୍ୟା ରଖିବା ପାଇଁ ଉପଯୁକ୍ତ ବ୍ୟବଧାନ ଆବଶ୍ୟକ ।
ଖରିଫ୍ – ୩୦ ସେ.ମି. X ୧୦ ସେ.ମି. (ପ୍ରତି ବର୍ଗ ମିଟରରେ ୩୩ ତି ଗଛ) ।
ରବି – ୨୫ ସେ.ମି. X ୧୦ ସେ.ମି. (ପ୍ରତି ବର୍ଗ ମିଟରରେ ୩୩ ତି ଗଛ) ।
ଖରାଟିଆ – ୩୦ ସେ.ମି. X ୧୦ ସେ.ମି. (ପ୍ରତି ବର୍ଗ ମିଟରରେ ୩୩ ତି ଗଛ) ।
ବିହନ ବିଶୋଧନ ଏବଂ ଜୀବାଣୁସାର ଉପଚାର
ବୁଣିବା ପୂର୍ବରୁ ବିହନ ବିଶୋଧନ ସହିତ ରାଜୋବିୟମ କଲଚର (ଜୀବାଣୁ ସାର) ଉପଚାର କଲେ ଗଜାଶକ୍ତି ଏବଂ ଗୁଟିକା (ନୋଡ୍ୟୁଲ) ଅଧିକ ହୁଏ । ଅବଶେଷରେ ଜୈବ ବିବନ୍ଧିତ ଯବକ୍ଷାରଜାନ ଫସଲ ବୃଦ୍ଧିରେ ସାହାଯ୍ୟ କରେ । ସମସ୍ତ ଛୁଇଁ ଜାତୀୟ ଫସଲରେ ଗୁଟିକା ସଂଖ୍ୟା ଭଲଭାବରେ ବୃଦ୍ଧି ପାଏ । ଅଧିକ ସଂଖ୍ୟକ ଗୁଟିକା ଥିଲେ ଅଧିକ ଅମଳ ହୁଏ । ଛୁଇଁ ଜାତୀୟ ଫସଲର ପ୍ରତ୍ୟକ ଥର ବୁଣିବା ସମୟରେ ରାଇଜୋବିୟମ ଉପଚାର କରିବା ଏକାନ୍ତ ଆବଶ୍ୟକ ।
୬୦୦ ମି.ଲି. ପାଣିରେ ୨୦୦ ଗ୍ରାମ୍ ରାଇଜୋବିୟମ କଲଚର ଓ ୨୫୦ ଗ୍ରାମ୍ ଫସଫେଟ୍ ଦ୍ରବୀଭୂତ କରୁଥିବା ବ୍ୟାକ୍ଟେରିଆ ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ । ତା ପରେ ୧୦ କି.ଗ୍ରା. ମଞ୍ଜି ଉପରେ ବୁନ୍ଦା ବୁନ୍ଦା କରି ମଣ୍ଡ ଢାଳନ୍ତୁ ଓ ଏକ ସମାନୁପାତିକ ଆସ୍ତରଣ ସୃଷ୍ଟି ହେବା ପର୍ଯ୍ୟନ୍ତ ହାତରେ ଗୋଳାଇ ଦିଅନ୍ତୁ । ବିହନ ଉପଚାର କଲାବେଳେ ଅଧିକ ସଂଖ୍ୟକ ଗୁଟିକା ସୃଷ୍ଟି ହେବା ପାଇଁ ପ୍ରତି ୧୦ କି.ଗ୍ରା. ବିହନରେ ୩ ଗ୍ରାମ୍ ହିସାବରେ ଆମୋନିୟମ କିମ୍ବା ସୋଡିୟମ ମଳିବଡେଟ୍ ଆକାରରେ ମଲିବଡିନମ୍ ମିଶାନ୍ତୁ । ଏକ ପରିଷ୍କାର ଲୁଗା, କାଗଜ କିମ୍ବା ପଲିଥିନ୍ ଉପରେ ଉପଚାରିତ ବିହନକୁ ଛାଇରେ ଶୁଖାଇ ଦିଅନ୍ତୁ ଓ ଏହାକୁ ସଙ୍ଗେ ସଙ୍ଗେ ବିଶେଷତଃ ଅପରାହ୍ନରେ ବୁଣି ଦିଅନ୍ତୁ ।
ଉତ୍ତମ ଅମଳ ପାଇବା ପାଇଁ ଓ ଫସଲକୁ ଚାରା ସଢା ରୋଗ, ଚାରା ପୋଡା ଆଦି ରୋଗରୁ ମୁକ୍ତ ରଖିବା ପାଇଁ ପ୍ରତି କି.ଗ୍ରା. ବିହନରେ ଭିଟାଭାକ୍ସ ପାୱାର ୧.୫ ଗ୍ରାମ୍ କିମ୍ବା (କାର୍ବେଣ୍ଡାଜିମ୍ ୧.୦ ଗ୍ରାମ୍ + ଥିରାମ୍ ୧.୫ ଗ୍ରାମ୍) ମିଶାଇ ବିଶୋଧନ କରାଯିବା ଆବଶ୍ୟକ । ସଘନ ହରଡ ଚାଷ ଅଞ୍ଚଳରେ ଚେରଗଣ୍ଠି ଓ ବୃକକ୍ ସୂତ୍ରଜୀବ ଆକ୍ରମଣରୁ ରକ୍ଷାକରିବା ପାଇଁ ରାଇଜୋବିୟମ କଲଚରରେ ଉପଚାର କରିବାର ୧ ସପ୍ତାହ ପୂର୍ବରୁ କାର୍ବୋସଲଫାନ୍ ୨୫ ଇ.ସି. ୦.୨% ହିସାବରେ ମିଶାଇ ବିଶୋଧନ କରିବା ଆବଶ୍ୟକ ।
ଖାଦ୍ୟସାର ପରିଚାଳନା
ମୁଗଚାଷ ସାଧାରଣତଃ ବିନା ସାରରେ ଚାଷ କରାଯାଏ । ବିଭିନ୍ନ ସ୍ଥାନରେ କରାଯାଇଥିବା ପରୀକ୍ଷାରୁ ଜଣାଯାଇଛି ସାର ପ୍ରୟୋଗ ଦ୍ଵାରା ମୁଗ ଫସଲର ଉତ୍ପାଦନ ବୃଦ୍ଧି କରାଯାଇ ପାରିବ । ମୁଗ ଫସଲ ପାଇଁ ଅନୁମୋଦିତ ସାର ହେକ୍ଟର ପ୍ରତି ୨୦ କି.ଗ୍ରା. ଯବକ୍ଷାରଜାନ ୪୦ କି.ଗ୍ରା. ଫସଫରସ୍ ୨୦ କି.ଗ୍ରା. ପଟାସ୍ ଏବଂ ୨୦ କି.ଗ୍ରା. ସଲଫର । ଏହାର ସର୍ବାଧିକ ବିନିଯୋଗ ପାଇଁ ସମସ୍ତ ଫସଫରସ୍ ଓ ସଲଫର ସହିତ ୫୦% ଯବକ୍ଷାରଜାନ ଓ ପଟାସ୍ ମୂଳସାର ଭାବେ ପ୍ରୟୋଗ କରାଯାଏ । ଅବଶିଷ୍ଟ ୫୦%ଯବକ୍ଷାରଜାନ ଓ ପଟାସ ସାରକୁ ୨-୩ ସପ୍ତାହ ପରେ ଅର୍ଥାତ୍ ଘାସ ବଛା ଓ ହୁଡା ଟେକା ସମୟରେ ପ୍ରୟୋଗ କରାଯାଏ ବୁଣିବା ପୂର୍ବରୁ ଜମି ପ୍ରସ୍ତୁତି ଶେଷ ଅବସ୍ଥାରେ ମୂଳସାରକୁ ମାଟିରେ ଭଲଭାବରେ ମିଶାଇବା ଦରକାର । ନାଳୀରେ ସାର ପ୍ରୟୋଗ କରିବା ଦ୍ଵାରା ଅଧିକ ଲାଭ ମିଳିଥାଏ ।
ବିହନ ବୁଣା
ଜମି ପ୍ରସ୍ତୁତି ପରେ ପରେ ବିହନ ଧାଡିରେ ବୁଣାଯିବା ଦରକାର । ମଇ ଦେଇ ମାଟିକୁ ନିଦା କରିବା ଦ୍ଵାରା ମଞ୍ଜି ମାଟିର ଜଳୀୟାଂଶ ସହିତ ନିବିଡ ସଂସ୍ପର୍ଶରେ ଆସିଥାଏ ଯାହାକି ଗଜା ହେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । ଅମଳ ସମୟରେ ଯେଉଁ ଜମି ଶୁଖିଯିବାର ଆଶଙ୍କା ଥାଏ ସେଥିରେ ଅମଳ ପୂର୍ବରୁ ବିହନ ବୁଣିବା ଦରକାର । ମାଟିରେ ଜଳୀୟାଂଶ କମ୍ ଥିଲେ ପୂର୍ବ ରାତିରେ ମଞ୍ଜିକୁ ଭିଜାଇ ବୁଣିବା ଦ୍ଵାରା ଗଜା ଶୀଘ୍ର ହୁଏ । ଧାଡିବୁଣା କରିବା ଦ୍ଵାରା କୋଡାଖୁସା ଓ ଘାସ ବଛା ଇତ୍ୟାଦି ଭାଲଭାବରେ କରିହୁଏ ।
ତୃଣକ ପରିଚାଳନା
ବୁଣିବାର ୧୫ ଦିନ ପରେ ୧ମ ଥର ଏବଂ ୩୦ ଦିନ ପରେ ୨ୟ ଥର କୋଡାଖୁସା ଓ ଘାସ ବଛା କରିବା ଯୋଗୁଁ ଘାସଦ୍ଵାରା ମାଟିରୁ ଅପସାରିତ ଖାଦ୍ୟସାରକୁ ପ୍ରତିହତ କରାଯିବା ସଙ୍ଗେ ସଙ୍ଗେ ଏହା ଜଳୀୟାଂଶ ସଂରକ୍ଷଣ ପୂର୍ବକ ଉତ୍ତମ ବୃଦ୍ଧି ଘଟାଇଥାଏ । ତେଣୁ ଧାଡି ବୁଣା କରିବା ଦ୍ଵାରା ଧାଡି ମଝିରେ କୋଡାଖୁସା ଓ ଘାସ ବଛା ସହଜରେ କରିହୁଏ । ପ୍ରାକ୍ ଗଜା ତୃଣନାଶକ ପେଣ୍ଡିମିଥାଲିନ୍ ହେକ୍ଟର ପ୍ରତି ୦.୭୫ କି.ଗ୍ରା. କିମ୍ବା ସଟର୍ଣ୍ଣ ୧ କି.ଗ୍ରା. କ୍ରିୟାଶୀଳ ଉପାଦାନ ସିଞ୍ଚନ କରିବା ସହିତ ବୁଣିବାର ୩୦ ଦିନ ପରେ ଥରେ ହାତରେ ବାଛିଦେଲେ ଘାସ ନିୟନ୍ତ୍ରଣ ହୋଇଥାଏ ।
ଜଳ ପରିଚାଳନା
ଖରିଫ୍ ଋତୁରେ ଅଧିକ ଦିନ ପର୍ଯ୍ୟନ୍ତ ମରୁଡି ଅବସ୍ଥା ଦେଖା ନ ଦେଲେ ମୁଗ ଫସଲରେ ଜଳସେଚନ ଆବଶ୍ୟକ ହୋଇନଥାଏ । ସଫଳ ଚାଷ ନିମନ୍ତେ ମୁଗ ଜମିରୁ ଜଳ ନିଷ୍କାସନ କରିବା ଆବଶ୍ୟକ । ରବି ଋତୁ ଏବଂ ପ୍ରାକ୍ ରବି ଋତୁରେ ମୁଗ ବିଶେଷତଃ ଅବଶିଷ୍ଟ ଜଳୀୟାଂଶରେ ଚାଷ କରାଯାଏ । ବୃଦ୍ଧିର ସଙ୍କଟକାଳୀନ ଅବସ୍ଥାରେ ବେଳେ ବେଳେ ଜଳାଭାବ ଦେଖାଯାଏ ଏହା ଫଳରେ ଅମଳରେ ବାଧା ସୃଷ୍ଟି ହୁଏ । ଫୁଲ ଧରିବା ଓ ଛୁଇଁ ବଢିବା ଜଳ ଆବଶ୍ୟକତାର ସଙ୍କଟକାଳୀନ ଅବସ୍ଥା । ପର୍ଯ୍ୟାପ୍ତ ଜଳସେଚନ ସୁବିଧା ଥିବା ସ୍ଥାନରେ ରବି ଓ ଖରାଦିନରେ ମୁଗଚାଷ କରାଯିବା ଆବଶ୍ୟକ । ଖରାଦିନେ ସାଧାରଣତଃ ମୁଗ ଚାଷ ପାଇଁ ୩-୫ ତି ଜଳସେଚନର ଆବଶ୍ୟକତା ରହିଥାଏ ।
ଅମଳ ପରିମାଣ
ହେକ୍ଟର ପ୍ରତି ପ୍ରାୟ ୮ – ୧୦ କୁଇଣ୍ଟାଲ ମୁଗ ଅମଳ ହୋଇଥାଏ । ଖରିଫ୍ ଋତୁରେ ସାମାନ୍ୟ କମ୍ ଅମଳ ମିଳିଥାଏ । କିନ୍ତୁ ରବି ଓ ଖରାଟିଆ ମୁଗ ଚାଷ ଅଧିକ ଲାଭପ୍ରଦ ହୋଇଥାଏ । ମୁଗଚାଷ ଜମିର ଉର୍ବରତା ବୃଦ୍ଧି କରାଏ । ମୁଗ ଫସଲ ଚାଷ କରିବା ଦ୍ଵାରା ହେକ୍ଟର ପ୍ରତି ମାଟିକୁ ୩୦-୪୦ କି.ଗ୍ରା. ଯବକ୍ଷାରଜାନ ମିଳିଥାଏ । ଏହା ଦ୍ଵାରା ହେକ୍ଟର ପ୍ରତି ୩୦ କି.ଗ୍ରା. ଯବକ୍ଷାରଜାନ ଖର୍ଚ୍ଚ ବଞ୍ଚାଇ ହୁଏ ଏବଂ ଖାଉଟିମାନଙ୍କୁ ପୁଷ୍ଟିସାର ସମୃଦ୍ଧ ଖାଦ୍ୟ ଯୋଗାଇ ହୁଏ ।
ଅମଳ ଓ ଅମଳ ପରବର୍ତ୍ତୀ ପରିଚାଳନା
- ଛୁଇଁ ଫାଟି ଝଡି ନଯିବା ପାଇଁ ପାକଳ ଛୁଇଁ ତୋଳି ଆଣନ୍ତୁ ।
- ଅବଶିଷ୍ଟ ଛୁଇଁ ଥିବା ଗଛକୁ ଅମଳ କରାଯାଇ ପାରିବ ।
- ଛୁଇଁଗୁଡିକୁ ଖରାରେ ଶୁଖାଇ ମଞ୍ଜି ଅମଳ କରାଯାଏ ।
- ମଞ୍ଜିଗୁଡିକୁ ପରିଷ୍କାର କରି ଉପଯୁକ୍ତ ଭାବରେ ଖରାରେ ଶୁଖାଇବା ଦରକାର ।
- ମଞ୍ଜିରେ ଜଳୀୟାଂଶ ପରିମାଣ ୧୦ – ୧୨% ରହିବା ଦରକାର ।
- ସାଇତା କୋଠିରେ ମଞ୍ଜି ରହିବା ଦରକାର । ପଲ୍ସ ବିଟିଲ୍ ରୁ ମୁକ୍ତ ରଖିବା ପାଇଁ ଗୋଟାଏ ଇ.ଡିବି ଆମ୍ପୁଲ ରଖାଯାଏ ।
ବିଶେଷ ବାର୍ତ୍ତା
|