ମେଥି (Fenugreek)ଚାଷ ଓ ତାର ଔଷଧିୟ ଗୁଣ….

ମେଥି ଏକ ଶୀତଦିନିଆ ଫସଲ । ମେଥି ର ବ୍ୟବହାର ପ୍ରତିଦିନ କଲେ ସ୍ୱାସ୍ଥ୍ୟ ପାଇଁ ବହୁ ହିତକର ହୋଇଥାଏ । 

 

ମେଥି ର ବ୍ୟବହାର—

ରୋଷେଇରେ ମେଥିକୁ ମୁଖ୍ୟତଃ ତିନି ପ୍ରକାରରେ ପ୍ରୟୋଗ କରାଯାଏ : ଜଡ଼ିବୁଟି (ଶୁଖିଲା ପତ୍ର ବା ସଜ ପତ୍ର) ଭାବରେ, ମସଲା (ମଞ୍ଜି) ଭାବରେ ଆଉ ପରିବା/ଶାଗ (ସଜ ପତ୍ର, ଗଜା ମେଥି) ଭାବରେ। ମେଥିପତ୍ରକୁ ଶାଗ ହିସାବରେ ବ୍ୟବହାର କରାଯାଏ ଏବଂ ମଞ୍ଜିକୁ ତରକାରୀ, ଡାଲି ଓ ବିଭିନ୍ନ ବ୍ୟଞ୍ଜନରେ ଛୁଙ୍କ ଦେଲାବେଳେ ରନ୍ଧା ଯାଏ। ଆଚାରରେ ଏହାକୁ ବ୍ୟବହାର କରାଯାଏ । ଏହାର ବ୍ୟବହାର ବ୍ୟଞ୍ଜନରେ ବାସ୍ନାକୁ ବହୁଗୁଣିତ କରାଇଥାଏ । ଏହାର ପତ୍ରକୁ ଶୁଖାଇ ପୁରୀ, ଡାଲି ଇତ୍ୟାଦି ବ୍ୟଞ୍ଜନରେ ବ୍ୟବହାର କରାଯାଏ । ମେଥି ଦାନା ଓ ଶାଗର ଔଷଧୀୟ ଗୁଣ ସଂପର୍କରେ ଅନେକେ ପରିଚିତ ନୁହନ୍ତି । ଏଣୁ ଏହାର ଔଷଧୀୟ ଗୁଣ ଅମୃତ ସମାନ । ଏଣୁ ଖାଦ୍ୟରେ ଏହାର ବହୁଳ ବ୍ୟବହାର ଓ ଚାଷର ପ୍ରୋତ୍ସାହନ ଦ୍ଵାରା ଏକ ସୁସ୍ଥ ସମାଜ ଗଢାଯାଇପାରିବ । ମେଥିର ସେବନ ଶରୀରରେ କ୍ଷତିକାରକ, କୋଲେଷ୍ଟରଲ, ପରିମାଣ କମାଇଥାଏ ଏବଂ ଏଥିରେ ଥିବା ସାପୋନିନ କୋଲେଷ୍ଟରଲ, ଓ ଟ୍ରାଇଗ୍ନି ସରିଡକୁ ରକ୍ତରେ ଶୋଷିତ ହେବାକୁ ଦିଏନାହିଁ ।

 

 

କିଣନ୍ତୁ

 

 

ମେଥି ର ଔଷଧିୟ ଗୁଣ—

ମେଥି ପଲିସାକାରାଇଡ polysaccharide ଓ ଗାଲାକ୍ଟୋମାନନ galactomannanର ପ୍ରମୁଖ ଉତ୍ସ। ଏହାଛଡା ଏଥିରେ ଡାୟୋସଜେନିନ୍ diosgenin, ୟାମୋଜେନିନ yamogenin, ଗିଟୋଜେନିନ (gitogenin), ଟିଟୋଜେନିନ (tigogenin), ଓ ନିଓଟୋଜେନିନ୍ ପରି ଅନେକ ପ୍ରକାରର ସାପୋନିନ୍ saponin ରହିଥାଏ। ଏହାର ଅନ୍ୟ କେତୋଟି ଜୈବିକ ଉପାଦାନ ହେଉଛି ମୁସିଲେଜ mucilage, ଉଦ୍ବାୟୀ (ଯାହା ଉଡ଼ିଯାଏ) ତେଲ volatile oil, ଏବଂ କୋଲାଇନ୍ choline ଓ ଟ୍ରିଗୋନେଲାଇନ trigonelline ନାମକ ଆଲକାଲଏଡ୍ ବା କ୍ଷାର alkaloid।ଏହାର ଅନେକ ଔଷଧୀୟ ଗୁଣ ରହିଛି ।ମେଥିରେ ଥିବା ଗ୍ଲାକଟୋମନାନ ସ୍ଵାସ୍ଥ୍ୟଭଲ ରଖେ । ଏଥିରେ ଥିବା ପୋଟାସିୟମ ବ୍ଳଡ଼ ପ୍ରେସରକୁ ଆୟତ୍ତରେ ରଖେ । ଏଣୁ ବ୍ଳଡ଼ ପ୍ରେସର ଏବଂ ହୃଦରୋଗୀଙ୍କ ପାଇଁ ଏକ ବରଦାନ ଅଟେ । ମଧୁମେହ ବା ଡାଇବେଟିସ ପାଇଁ ଅମାଘ ଔଷଧ । ମେଥିରେ ରକ୍ତରେ ଥିବା ଆମୋନି ଏସିଡ ଇନସୁଲିନ କ୍ଷରମରେ ସାହାଯ୍ୟ କରେ । ଏହାର ହଜମଶକ୍ତିରେ ସହାୟକ କରେ । ଏହାର ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଓ ତନ୍ତୁର ଆଧିକ୍ୟ ପେଟରୁ ସମସ୍ତ ଖରାପ ବସ୍ତୁକୁ ବାହାର କରିଦିଏ । ଏସିଡିଟି, ଛାତି ଜଳାପୋଡା, ବଦହଜମି, କୋଷ୍ଠକାଠିନ୍ୟ ପାଇଁ ମଧ୍ୟ ଏହା ଅବ୍ୟର୍ଥ ଔଷଧ । ମେଦବହୁଳତା ପାଇଁ ମଧ୍ୟ ଏହା ଉପକାରୀ । ଗଳା ଦରଜ ପାଇଁ ଭିଜା ମେଥି ଦାନା ସହ ଲେମ୍ବୁ ଓ ମହୁ ଖାଇଲେ ଠିକ ହୋଇଯାଏ । ଯେକୌଣସି ଜ୍ଵର ପାଇଁ ଏହା ଏକ ସୁସ୍ଥ ଔଷଧ ଭଳି କାମ ଦିଏ । ମା’ମାନଙ୍କ ପାଇଁ ଏହା ଖିର ବର୍ଦ୍ଧନ କରିଥାଏ । ଏପିରିକି ଏହାର ସେବନ ଗର୍ଭବତୀଙ୍କ ପାଇଁ ମଧ୍ୟ ଅନେକ ଉପକାରୀ । ମିସକ୍ୟାରେଜ, ପ୍ରିମ୍ୟାଚୁର ଜନ୍ମ ରୋକିବାରେ ଏବଂ ଜନ୍ମ ସମୟରେ କଷ୍ଟ ଲାଘବ କରିଥାଏ । ଏଥିରେ ଓଷ୍ଟ୍ରୋଜେନ ଥିବାରୁ ମହିଳାଙ୍କ ପାଇଁ ଏହା ଏକ ବରଦାନ । ହରମୋନ କ୍ଷରମକାରୀ ହୋଇଥିବାରୁ ଜରାୟୁ ଓ ଓଭାରିଜନିତ ସମସ୍ତ ରୋଗରେ ଏହାର ବ୍ୟବହାର ଫଳପ୍ରଦ । ଚର୍ମଜନିତ ରୋଗ ମଧ୍ୟ ଏହାଦ୍ଵାରା ଠିକ ହୋଇଥାଏ । ଜଳାପୋଡା, ଏକଜିମା, ଫୋଟକା ପାଇଁ ଏହାର ବ୍ୟବହାର ଅତ୍ୟନ୍ତ ଉପଯୋଗୀ । ଏହାଛଡା କେଶ ଓ ସୌନ୍ଦର୍ଯ୍ୟ ବୃଦ୍ଧିରେ ଏହା ଅତ୍ୟନ୍ତ ଫଳପ୍ରଦ । ବାଡିବଗିଚାରେ ମେଥିଚାଷର ଚାଷର ପ୍ରସାର ହେବା ଜରୁରୀ । ଯଦ୍ଵାରା ଆମେ ଏହାକୁ ଦୈନନ୍ଦିନ ଖାଦ୍ୟରେ ଆମେ ବ୍ୟବହାର କରିପାରିବା ଏବଂ ଏହାର ଔଷଧୀୟ ଗୁଣର ଲାଭ ମିଳିପାରିବ ।

 

ମୃତ୍ତିକା କିପରି ହେବା ଉଚିତ—

ପ୍ରାୟ ସମସ୍ତ ପ୍ରକାର ମୃତ୍ତିକାରେ ମେଥିଚାଷ କରାଯାଉଥିଲେ ମଧ୍ୟ ନିଗିଡା, ଉର୍ବର, ଦୋରସାରୁ ବାଲି ଦୋରସା ମାଟିରେ ଭଲ ହୋଇଥାଏ ।

 

କିସମ—

ଲାଗସିଲେକ୍‌ନ-୧, ଆର ଏମଟି ୧୪୩, ଏଚଏମ ୧୦୩, ସିଓ- ୧ ଆଦି ମେଥିର ଉନ୍ନତ କିସମ । 

 

ବିହନ ବୁଣିବାପୂର୍ବରୁ କଣ କରିବା —

ବିହନ ବୁଣିବାର ୭ଦିନ ପୂର୍ବରୁ ପ୍ରତି କିଗ୍ରା ବିହନ ପ୍ରତି ୩ ଗ୍ରାମର ଥିରମ କିମ୍ବା କାପଟାନ ରେ ବିଶୋଧନ କରାଯାଇଥାଏ । ଏହା ଆମେ ଅକ୍ଟୋବର ,ନଭେମ୍ବର ମାସରେ ବୁଣିପାରିବା ।

 

କମ୍ପୋଷ୍ଟ ବ୍ୟବହାର ଓ ମଞ୍ଜି ବୁଣିବା—

ଜମିକୁ ୨-୩ ଓଡ ଚାଷକରି ଏକର ପ୍ରତି ୪-୬ ଟନ ଶଢା କମ୍ପୋଷ୍ଟ ମିଶାଯାଏ । ଧାଡିକୁ ଧାଡି ୩୦ ସେମି ଏବଂ ଗଛକୁ ଗଛ ୮-୧୦ ସେମି ବ୍ୟବଧାନରେ ୪-୫ ସେମି ଗଭୀରରେ ମଞ୍ଜି ବୁଣାଯାଏ । ବିହନ ବୁଣିବା ସମୟରେ ଠିକ ପରିମାଣରେ ଯବକ୍ଷାରଜାନ, ଫସଫରସ ଏବଂ ପୋଟାସିୟମ ସାର ଉପାଦାନ ପ୍ରୟୋଗ କରାଯାଏ । ବୁଣିବା ସମୟରେ ଏକର ପ୍ରତି ୪୦୦ ଗ୍ରାମ ପିଏସବି ମଧ୍ୟ ପ୍ରୟୋଗ କରାଯିବା ଉଚିତ । ୨୫-୩୦ ଦିନ ବୁଣିବାର ପରେ କୋଡାଖୁସା କରି ଅନାବନା ଘାସ ,ଗଛ ବାଛି ଦିଆଯାଏ । ଉପଯୁକ୍ତ ବ୍ୟବଧାନରେ ଗଛରଖି ଅଧିକ ଗଛ ଉପାଡି ଦିଆଯାଏ ।

 

ଜଳସେଚେନ—

ମାଟିର ବତର ଦେଖି ଜଳସେଚନ କରାଯାଏ । ଫଳଧାରଣ ସମୟରେ ଜଳସେଚନ କଲେ ଭଲ ଅମଳ ମିଳେ ।

ଅମଳ—

ମେଥି ଗଛରେ ଛୁଇଁ ଭିତରେ ଦାନା ଥାଏ , ଛୁଇଁଫଳଗୁଡିକ ପାଚି ହଳଦିଆ ପଡିଗଲେ ଓ ଗଛର ଡାଳପତ୍ର ଝଡିଲେ ଅମଳ କରାଯାଏ । ମେଥିଦାନା ଗୁଡିକ ବାହାର କରି ଖରାରେ ଶୁଖାଇ ରଖିବେ ।ଏହାର ଚେରରେ ଗଣ୍ଠି ରହି ମାଟିର ଉର୍ବରତା ବଢାଉଥିବାରୁ ଗଛକୁ ନ ଉପାଡି କାଟି ଆଣିବା ଉଚିତ । ଏକର ପ୍ରତି ୬-୮ କ୍ଵିଣ୍ଟାଲ ମଞ୍ଜି ଅମଳ ହୋଇପାରେ । ମେଥି ଗଛରୁ ପତ୍ର ତୋଳି ଶୁଖାଇ ମଧ୍ୟ ବ୍ୟବହାର କରାଯାଏ । ପାକଶାଳା ବଗିଚାରେ ମଧ୍ୟ ଏହି ଚାଷ କରିବା ଉଚିତ; ଯଦ୍ଵାରା ଆମେ ସବୁଦିନ ସତେଜ ଶାଗ ଖାଇପାରିବା ।

 

   ଆଉ ଅଧିକ କିଛି ଜାଣିବାକୁ ଚାହୁଁଥିଲେ ତଳେ comment ରେ ଲେଖି ଜଣାନ୍ତୁ 

AgriChat mobile app. A friend for Farmer student Businessman, NGOs, and experts. Please downloa from playstore and use it.

Leave a Comment

Your email address will not be published. Required fields are marked *

Language»
error: Content is protected !!