ବାସଙ୍ଗ ଏକ ଔଷଧୀୟ ଗଛ ।ଏହାର ପତ୍ରକୁ ଜୈବକୀଟନାଶକ ହିସାବରେ ବ୍ୟବହାର କରାଯାଏ। ବାସଙ୍ଗର ଅରୁଚିକର, ବିକର୍ଷଣ,କୀଟନାଶକ,ପିମ୍ପୁଡ଼ିନାଶକ ଗୁଣ ରହିଛି।ଏହି ଗଛରେ ଜୁନ୍ରୁ ମାର୍ଚ୍ଚ ପର୍ଯ୍ୟନ୍ତ ଶ୍ଵେତ ରଙ୍ଗ ଯୁକ୍ତ ଫୁଲ ଫୁଟିଥାଏ ଫୁଲ ଫୁଟି ଥିବା ସମୟରେ ଅଧିକ ଔଷଧୟ ତତ୍ତ୍ଵ ରହୁଥିବାରୁ ଏହି ସମୟ ପତ୍ର ଅମଳ ପାଇଁ ବିଶେଷ ଅନୁକୂଳ ଅଟେ ।

ଜୈବକୀଟନାଶକ ପ୍ରସ୍ତୁତି —ବାସଙ୍ଗପତ୍ର ପାଚନ ପ୍ରକ୍ରିୟା – ବାସଙ୍ଗ ପତ୍ର ସଂଗ୍ରହ କରି ଏହାକୁ ଭଲଭାବରେ ଧୋଇ ଖଣ୍ଡ ଖଣ୍ଡ କାଟିଦିଅନ୍ତୁ । ଏକ ପିତ୍ତଳ ପାତ୍ରରେ ଏହି ପତ୍ର ଓଜନର ଚାରିଗୁଣ ପାଣି ମିଶାଇ ଧିମା ଆଞ୍ଚରେ ସମୁଦାୟ ୧/୪ ଅଂଶ ହେବା ପର୍ଯ୍ୟନ୍ତ ସିଝାନ୍ତୁ । ଏହା ଥଣ୍ଡା ହେଲା ପରେ ଏହାକୁ ପତଳା କନାରେ ଛାଣିଦିଅନ୍ତୁ । ୫୦୦ ମିଲି ଲିଟର ଏହି ରସ ସହିତ ୧୦ ମିଲି ସାବୁନ ପାଣି, ୯ ଲିଟର ପାଣି ମିଶାଇ ସକାଳ ୭ଟାରୁ ୧୦ଟା ମଧ୍ୟରେ ସିଞ୍ଚନ କରିବା ଦ୍ଵାରା ଫସଲର ପତ୍ରରେ ହୋଇଥିବା ଫିମ୍ପି ଜନିତ ରୋଗ ତଥା ଧାନର ମହିଷା ରୋଗ ଦୂର କରିବାରେ ସହାୟକ ହୋଇଥାଏ।
ସପ୍ତପର୍ଣ୍ଣ ପ୍ରସ୍ତୁତି ପ୍ରକ୍ରିୟା – ୨୫୦ ଗ୍ରାମ୍ ନିମ୍ବପତ୍ର, କରଞ୍ଜ ପତ୍ର, ବାସଙ୍ଗ ପତ୍ର, ନାଗଅଇରି ପତ୍ର, ବଣତୁଳସୀ ପତ୍ର, ଅରଖପତ୍ର ନେବା ଏବଂ ଏଥିରେ ୪ ଲିଟର ଦେଶୀ ଗୋମୂତ୍ର ଓ ୭ଲିଟର ପାଣି ଦେଇ ୧୫ ଦିନଯାଏ ସଢାଇ ଦିଅନ୍ତୁ। ତାପରେ ଏହି ଦ୍ରବଣକୁ ଘାଣ୍ଟି ଛାଣି ଏଥିରେ ୧୦ ଗୁଣା ପାଣି ମିଶାଇ ଫସଲରେ ପ୍ରୟୋଗ କରିବା ଦ୍ଵାରା ଅନେକ ପ୍ରକାର କୀଟ ନିୟନ୍ତ୍ରିତ ହୋଇଥାନ୍ତି ।ବାସଙ୍ଗ ନିର୍ଗୁଣ୍ଡି ରସାୟନ ପ୍ରକ୍ରିୟା -୧ ଲିଟର ଦେଶୀ ଗାଈର ଗୋମୂତ୍ର ସହିତ ୩୦୦ ଗ୍ରାମ୍ ବସଙ୍ଗ ପତ୍ର ତଥା ନିର୍ଗୁଣ୍ଡି ପତ୍ରର ବଟା ମିଶାନ୍ତୁ । ଏହି ମିଶ୍ରଣରେ ୧୦ ଲିଟର ପାଣି ମିଶାଇ ୭ ରୁ ୧୦ ଦିନ ମଧ୍ୟରେ ଧାନ ଫସଲରେ ଦୁଇରୁ ତିନିଥର ସିଞ୍ଚନ କଲେ ମୂଳସଢ଼ା, କାଣ୍ଡସଢ଼ା, ଫଳସଢ଼ା ରୋଗ ନିୟନ୍ତ୍ରିତ ହୋଇଥାଏ। ଶସ୍ୟ ସାଇତିବା ପାଇଁ ନିମ୍ବ, ତୁଳସୀ ଓ ବାସଙ୍ଗ ପତ୍ରକୁ ଶୁଖାଇ କି ସବୁ ମିଶାଇ କିଛି ମାତ୍ରାରେ ଶସ୍ୟରେ ମିଶାଇ ରଖିଲେ ଶାଇତା ଶସ୍ୟାରେ ପୋକ ଲାଗନ୍ତି ନାହିଁ ।ଧାନ ବିଲରେ ନୀଳ ଦଳ ନିୟନ୍ତ୍ରଣ ପାଇଁ କେତେକ ଅଞ୍ଚଳରେ ଚାଷୀମାନେ ଏହି ପତ୍ରକୁ ଛେଚି ଧାନ ବିଲରେ ଖେଳାଇ ପକାଇ ଦିଅନ୍ତି । ଏହା ଜମିର ଉର୍ବରତା ବୃଦ୍ଧି କରିବା ସହ ମାଟିରେ ମିଶି ରହିଥିବା ନୀଳ ଦଳକୁ ନଷ୍ଟ କରିଦିଏ ।
ଆପଣ ଏହି link ମାଧ୍ୟମରେ ବାସଙ୍ଗପତ୍ର ରୁ ପ୍ରସ୍ତୁତି ଜୈବକୀଟନାଶକ ପାଇପାରିବେ…https://amzn.to/3tbSvcy
Nice one. କିଛି video ବି ଦେଲେ ଭଲ ହେବ