ଗୋଲାପ ଫୁଲ ଗଛରେ ରୋଗ ପୋକ ନିୟନ୍ତ୍ରଣHorticulture, ଉଦ୍ୟାନକୃଷି ଫୁଲ ଗଛରେ ବିଭିନ୍ନ ପ୍ରକାର ପୋଷକ କୀଟ ମାନେ ଗଛ ପତ୍ରର ତଳ ଭାଗରେ ଅଥବା କାଣ୍ଡମାନଙ୍କରେ ମେଞ୍ଚା ମେଞ୍ଚା ହୋଇ ଲାଗିଥାନ୍ତି । ଏମାନେ ଗଛର ରସ ଶୋଷି ନଷ୍ଟ କରି ଗଛକୁ ରୁଗଣ କରିଦିଅନ୍ତି । ତେବେ ଏହି ରୋଗପୋକ ନିୟନ୍ତ୍ରଣ କରିବା ପାଇଁ ଜୈବିକ ଉପାୟ ରେ ଏବଂ ରାସାୟନିକ ଉପାୟ ପ୍ରୟୋଗ କରାଯାଏ। ଆସନ୍ତୁ ରୋଗ ପୋକ ନିୟନ୍ତ୍ରଣ ଉପରେ ଜାଣିବା… ରସାୟନିକ ଉପାୟରେ କୀଟ ନିୟନ୍ତ୍ରଣ ଯେଉଁମାନେ ବ୍ୟବସାୟିକ ଭିତ୍ତିରେ ଗୋଲାପ ଚାଷ କରିଥାନ୍ତି ସେମାନେ କିଆରିରେ ଅଧିକ ଗୋଲାପ ଗଛ ଲଗାଇଥାନ୍ତି। ତେବେ ଗଛରେ କାତି ଓ ଦହିଆ ପୋକ ଦେଖାଦେଲେ ମାଲାଥିଆନ ରାସାୟନିକ ଔଷଧ ବ୍ୟବହାର କରିପାରିବେ । ଏହି ପୋକ ସାଧାରଣତଃ ପତ୍ର ତଳେ ମେଞ୍ଚା ମେଞ୍ଚା ହୋଇ ଲାଗିଥିବାର ଦେଖାଯାଏ । ଏହାର ଦମନ ପାଇଁ ମାଲାଥିଆନକୁ ୧ ଲିଟର ପାଣିରେ ୨ ମିଲି ଔଷଧ ସ୍ପ୍ରେ କରିପାରିବେ । ଅଷ୍ଟପଦୀ ପୋକ ସାଧାରଣତଃ ବୁଢିଆଣି ଭଳି ନାଲି ରଙ୍ଗର ଗଛରେ ଦେଖାଯାଇଥାଏ । ଏହାକୁ ଦମନ କରିବାକୁ ହେଲେ ପ୍ରତି ଲିଟର ପାଣିରେ ୨ ମିଲି ଉ-ମାଇଟ୍ ଔଷଧ ପ୍ରୟୋଗ କରିବାକୁ ହୋଇଥାଏ ।ଉକୁଣି ପୋକ କବଳରୁ ରକ୍ଷା ପାଇବାକୁ ହେଲେ ଥାୟାମିଥୋକ୍ସିନ୍ ଔଷଧର ବ୍ୟବହାର କରିବାକୁ ହୋଇଥାଏ । ଏହା ଦାନାଦାର ଭଳି କାମ ଦେଉଥିବାରୁ ଏହାକୁ ୧୦ ଲିଟର ପାଣିରେ ୩ ଗ୍ରାମ୍ ଔଷଧ ମିଶାଇ ସିଞ୍ଚନ କରିବାକୁ ପଡିଥାଏ। ଜୈବିକ ଉପାୟରେ ବା ଘରୋଇ ଉପଚାର ରେ କୀଟ ନିୟନ୍ତ୍ରଣ ——— ଯଦି ଆପଣ ଘରେ ଅଳ୍ପ କିଛି ଗୋଲାପ ଗଛ ଲଗାଇଛନ୍ତି ତେବେ ରାସାୟନିକ ଔଷଧ ପ୍ରୟୋଗ କରିବା ପରିବର୍ତ୍ତେ ଘରୋଇ ଉପାୟରେ ଏହାର ଉପଚାର କରିପାରିବେ ।ଆସନ୍ତୁ ଜାଣିବା – AgriChat mobile app. A friend for Farmer student Businessman, NGOs, and experts. Please downloa from playstore and use it.