ଶୀତଋତୁରେ ହେଉଥିବା ବିଭିନ୍ନ ପନିପରିବା ମଧ୍ୟରୁ ଲତାଜାତୀୟ ପନିପରିବା ଅନ୍ୟତମ।ଏହା ବର୍ଷାଋତୁ ପ୍ରାରମ୍ଭରୁ ଶୀତଋତୁ ଶେଷ ପର୍ଯ୍ୟନ୍ତ ୧୮୦ ଦିନ ମଧ୍ୟରେ ଚାଷ କରାଯାଏ ।ଏଥିରେ ଅଧିକ ପରିମାଣରେ ଶ୍ଵେତସାର, ଭିଟାମିନ୍-ଏ, ଭିଟାମିନ-ବି, ଭିଟାମିନସି ଓ ପୁଷ୍ଟିସାର ଥାଏ।
କାଙ୍କଡ଼ ଚାଷ ପାଇଁ ଆଦ୍ର ଜଳବାୟୁ, ଉର୍ବର ଶୁଷ୍କ ମୃତ୍ତିକା ଏବଂ ସମତଳ ଗଡ଼ାଣିଆ ଭୂମି ଆବଶ୍ୟକ । ଗଛ ଲଗାଇବା ସମୟରେ ଅଧାଭାଗ ଯବକ୍ଷାରଜାନ ଏବଂ ପୂରାଭାଗ ଫସଫରସ ଓ ପଟାସ ଦିଆଯାଏ । ଦ୍ଵିତୀୟ ଥର ପାଇଁ ସାର ପ୍ରୟୋଗ ତିନି ସପ୍ତାହ ପରେ କରିବା ଆବଶ୍ୟକ । ଫୁଲ ବାହାରିବାର ସପ୍ତାହକ ପରେ ପ୍ରତ୍ୟେକ ଗଛ ମୂଳରେ ୧୦ ଗ୍ରାମ ଆମୋନିୟମ ନାଇଟ୍ରେଟ ଦେବା ଭଲ ।କାଙ୍କଡ଼ ଚାରା ସାଧାରଣତଃ ଦୁଇ ପ୍ରକାରରେ ଉତ୍ପାଦନ କରାଯାଇପାରେ, ଯଥା – କନ୍ଦାକୁ କାଟି କିମ୍ବା ଚେରଯୁକ୍ତ ଡଙ୍କ ଦ୍ଵାରା । କନ୍ଦା ଗୁଡ଼ିକୁ ନଭେମ୍ବରରୁ ଡିସେମ୍ବର ମଧ୍ୟରେ ଏବଂ ଫେବୃୟାରୀରୁ ମାର୍ଚ୍ଚ ମଧ୍ୟରେ ମାଟିକୁ ୩୦ ସେ.ମି.ଗଭୀର ଯାଏ କର୍ଷଣ କରି ଭଲ ଭାବେ ସମତୁଲ କରି ଲଗାଯାଇଥାଏ ।ଗାତ ଗୁଡିକରେ ଗୋବର ଖତ ଓ ନିମପିଡ଼ିଆ ଭଲଭାବରେ ମିଶାଇ ଭରିଲେ ରୋଗପୋକ ଆକ୍ରମଣ ରୁ ରକ୍ଷା ଦେଇଥାଏ।ଏହି ଗଛ ଅଧିକ ବର୍ଷା କିମ୍ବା ଗଛ ମୂଳରେ ପାଣି ଜମି ରହିଲେ ସହିପାରେ ନାହିଁ । ଗଛ ବଢ଼ିଗଲା ପରେ ଧୀରେ ଧୀରେ ଜଳସେଚନ କମାଇ ଦେବାଉଚିତ । ଲଗାଇବାର ୧୫ ରୁ ୨୦ ଦିନ ପରେ ଘାସ ଉଠିଥାଏ, ଏହାକୁ ହାତରେ ଉପାଡ଼ି ଦିଅନ୍ତୁ। ଗଛ ମୂଳକୁ ଠିକ୍ ଆର୍ଦ୍ରତା ରଖିବା ପାଇଁ ଏବଂ ଖରା ଦାଉରୁ ରକ୍ଷା କରିବା ଲାଗି ଏହାର ମୂଳକୁ କଳା ପଲିଥିନ ଦ୍ଵାରା ଘୋଡ଼ାଇ ରଖନ୍ତୁ । ଖରାଦିନେ ଗଛ ମୂଳରେ କୁଟା, ଅନାବନା ଶୁଖିଲାଘାସ ଦ୍ଵାରା ଘୋଡ଼ାଇ ରଖିପାରନ୍ତି।କାଙ୍କଡ ଗଛଗୁଡ଼ିକ ଅଧିକ ବଢ଼ିବା ଲାଗି ରଞ୍ଜା (ଟ୍ରେଲି)ର ଆବଶ୍ୟକ ପଡିଥାଏ । ରଞ୍ଜା ଦ୍ଵାରା ଲଟା ଗୁଡ଼ିକ ଭଲ ଭାବେ ବଢ଼ିଥାଏ, ସୂର୍ଯ୍ୟକିରଣ ଠିକ୍ ଭାବରେ ପାଇଥାଏ ଏବଂ ଏହାର ପରାଗ ସଂଗମ ପାଇଁ ସୁବିଧା ହୁଏ ।ଘର ବାଡ଼ିରେ ଚାଷ କରିବା ସକାଶେ ବାଡ଼ କିମ୍ବା ଛୋଟ ଛୋଟ ବାଉଁଶ ସାହାଯ୍ୟରେ ରଞ୍ଜା ପ୍ରସ୍ତୁତ କରିପାରିବେ । କିନ୍ତୁ ବ୍ୟବସାୟିକ ଭିଭିରେ ଚାଷ ଲାଗି ଧାଡ଼ିକିଆ ଟ୍ରେଲି ୬ ଫୁଟ ଲମ୍ବର ଲୁହା କିମ୍ବା ବାଉଁଶ ଖମ୍ବ ଦ୍ୱାରା କରାଯାଏ।ଲତାଗୁଡ଼ିକ ବଢ଼ିବା ସମୟରେ ଏହାକୁ ସୂତା ସାହାଯ୍ୟରେ ଟ୍ରେଲିରେ ବାନ୍ଧି ଦିଅନ୍ତୁ । ଧାଡ଼ିକିଆ ଟ୍ରେଲିରେ ଚାଷ କଲେ ଫଳ ତୋଳିବା, କୀଟନାଶକ ସିଞ୍ଚନ କରିବା, ହାତରେ ପରାଗ ସଙ୍ଗମ କରିବା, ଅନ୍ତଃ ଚାଷ ଏବଂ ବୁନ୍ଦା ଜଳସେଚନ ପାଇଁ ସୁବିଧା ହୋଇଥାଏ ।ଫଳ ବାହାରିବାର ୧୨ ରୁ ୧୫ ଦିନ ପରେ ତୋଳିବେ। ଗଛ ଲଗାଇବାର ୬୦ ଦିନ ପରେ ଫଳ ବାହାରିଥାଏ ।ଫଳ ତୋଳିବା ବିଳମ୍ବ ହେଲେ ଏଗୁଡ଼ିକ ଲାଲ ପଡ଼ିଯାଏ ଓ ଖାଇବା ଉପଯୋଗୀ ହୋଇ ନଥାଏ ।
ଓଡିଶା ରେ କରିବାକୁ ହେଲେ ବିହନ ଓ ଜ୍ଞାନ କୌଶଳ କେଉଁଠୁ ମିଳିବ?
ମୋ mail id ରେ ଜଣେଇବାକୁ ଅନୁରୋଧ।