କମ୍ ସମୟରେ ଅଧିକ ଉତ୍ପାଦନ ‘ଜୟନ୍ତୀ ରୋହି’

କମ୍ ସମୟରେ ଅଧିକ ଉତ୍ପାଦନ । ସେଥିପାଇଁ ଚାଷୀଠୁ ଆରମ୍ଭ କରି ବୈଜ୍ଞାନିକଙ୍କ ପର୍ଯ୍ୟନ୍ତ ସମସ୍ତେ ଲାଗିଛନ୍ତି । ଅନ୍ୟ ଚାଷ ଅପେକ୍ଷା ଲାଭଦାୟକ ହୋଇପାରିଛି ସମଗ୍ର ଭାରତ ବର୍ଷରେ । ଭାରତ ବର୍ତ୍ତମାନ ମଧୁର ଜଳରୁ ବାର୍ଷିକ ୬ ମିଲିଅନ୍ ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ କରୁଥିବା ବେଳେ ୨୦୨୫ ସୁଦ୍ଧା ଏହାକୁ ୧୨ ମିଲିଅନ୍ ମେଟ୍ରିକ୍ ଟନ୍‌ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଉଦ୍ଦେଶ୍ୟରେ ମଧୁର ଜଳରେ ବିଭିନ୍ନ ପଦ୍ଧତି ଗ୍ରହଣ କରି ମାଛ ଚାଷକୁ ବୃଦ୍ଧି କରିବାକୁ ପ୍ରୟାସ ଚାଲିଛି ।

ସେହିପରି ଚୟନ ପ୍ରଜନନ ପଦ୍ଧତି (ସିଲେକ୍ଟିଭ ବ୍ରିଡିଙ୍ଗ) ଅବଲମ୍ବନ କରାଯାଇ ‘ଜୟନ୍ତୀ ରୋହି’ ପ୍ରସ୍ତୁତ କରାଯାଇଛି । ଏହା ଅଧିକ ବଢିପାରୁଥିବା ଅନୁବଂଶିକ ବିକଶିତ ରୋହି ମାଛ । ଆଖିରେ ଦେଖିଲା ସାଧାରଣ ରୋହି ଠାରୁ ଦେଖାଯାଏ ନାହିଁ, କିନ୍ତୁ ‘ଜୟନ୍ତୀ ରୋହି’ ସାଧାରଣ ରୋହି ଠାରୁ ଶୀଘ୍ର ବଢିବାର କ୍ଷମତା ରହିଛି ବୋଲି “ସିଫା’ର ପ୍ରଧାନ ବୈଜ୍ଞାନିକ ଡ. କାନ୍ତା ଦାସ ମହାପାତ୍ର କହିଛନ୍ତି।

 

‘ଜୟନ୍ତୀ ରୋହି’ର ବ୍ୟବସାୟାରେ ଅଧିକ ଲାଭ

୧୯୯୭ ମସିହା ଭାରତ ସ୍ଵାଧୀନତାର ସୁବର୍ଣ୍ଣ ଜୟନ୍ତୀ ବର୍ଷରେ ଏହି ମାଛ ପ୍ରଥମ ଥର ପାଇଁ ବିକଶିତ ହୋଇଥିବାରୁ ଏହାର ନାମ ‘ଜୟନ୍ତୀ ରୋହି’ ରଖାଯାଇଥିଲା । ଏହି ରୋହି ସାଧାରଣ ରୋହିଠାରୁ ୪୦୫୦ ପ୍ରତିଶତ ଅଧିକ ବଢିବାର କ୍ଷମତା ରହିଛି । ତେଣୁ ଚାଷୀ ଏହି ମାଛ ଚାଷ କରି ଅଧିକ ଦୁଇ ପଇସା ପାଇପାରିବେ । ଏହାକୁ ଦେଶର ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆସାମ, ଆନ୍ଦ୍ରପ୍ରଦେଶ, ତାମିଲନାଡୁ ସମେତ ମୋଟ୍ ୧୬ଟି ରାଜ୍ୟକୁ ପଠାଯାଉଛି । ହ୍ୟାଚେରୀ ମାନଙ୍କରେ ଉନ୍ନତ ରୋହି ମାଛ ବିକଶିତ କରିବାରେ ଏହା ସହାୟକ ହେଉଛି ।

 

ଉତ୍ପାଦନ

କାର୍ପ ବା କାତି ମାଛ ଯଥା :-  ଭାକୁର, ରୋହି, ମିରିକାଳି ଆଦି ମାଛମାନଙ୍କର ଅଣ୍ଡା ଦେବାର କ୍ଷମତା ଅଧିକ । ଏପରିକି ଏକ କିଲୋ ଓଜନର ଗୋଟିଏ ମାଈ ମାଛ ଠାରୁ ଏକରୁ ଦୁଇ ଲକ୍ଷ ପର୍ଯ୍ୟନ୍ତ ଅଣ୍ଡା ମିଳିଥାଏ । ତେଣୁ ହ୍ୟାଚେରୀ କମ୍ ସଂଖ୍ୟାରେ ପ୍ରଜନନ କ୍ଷମ ମାଛ ନେଇ ଅଧିକ ଗୁଣ୍ଡ ଯାଆଁଳ ପ୍ରସ୍ତୁତ କରାଯାଉଛି । ଆଉ ମଧ୍ୟ ଅନେକ ବର୍ଷ ଧରି ପ୍ରଜନନକ୍ଷମ ପୋଖତା ମାଛମାନଙ୍କୁ ବାରମ୍ବାର ପ୍ରଜନନ କରି ଯାଆଁଳ ଉତ୍ପାଦନ କରାଯାଉଛି । ଏହିପରି ହ୍ୟାଚେରୀ ମାନଙ୍କରେ ଅନେକ ସ୍ଥଳରେ ଅନ୍ତଃପ୍ରଜନନ ପତନ ( ଇନ୍‌ଟ୍ରିଡିଙ୍ଗ ଡିପ୍ରେସନ୍)ର ଲକ୍ଷଣମାନ ଦେଖାଯାଉଛି । ତାହା ଦ୍ଵାରା ମାଛମାନଙ୍କର ବଢିବା ଓ ରୋଗ ପ୍ରତିରୋଧକ ଶକ୍ତି କମିଯାଉଛି । ଉତ୍ପାଦନ ବଢାଇବା ପାଇଁ ଉନ୍ନତ କିସମର ଯାଆଁଳର ଆବଶ୍ୟକତା ଖୁବ୍ ଅଧିକ । ଏହି ସବୁ ବିଷୟକୁ ଦୃଷ୍ଟିରେ ରଖି ଚୟନ ପ୍ରଜନନ ଦ୍ଵାରା ରୋହି ମାଛର ଅଧିକ ବୃଦ୍ଧି ପାଇଁ ‘ସିଫା’ (କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ଅନୁସନ୍ଧାନ ସଂସ୍ଥା) ଓ ନରୱେ ସରକାରଙ୍କର ସହଯୋଗରେ ଏକ ପ୍ରକଳ୍ପ ୧୯୯୨ ମସିହାରେ ‘ସିଫା’ ଠାରେ ନିଆଯାଇଥିଲା।

ଚୟନ ପ୍ରଜନନ ମାଧ୍ୟମରେ ଗୁଣସୂତ୍ର ଭିଜିକ ଅଧିକ କ୍ଷମତା ଥିବା ମାଛ ଗୁଡ଼ିକୁ ଚୟନ କରାଯାଇ ଯାଆଁଳ ପ୍ରସ୍ତୁତ କରାଯାଏ । ରୋହି ମାଛର ମଧ୍ୟ ଚୟନ ପ୍ରଜନନ ପାଇଁ ଗଙ୍ଗା, ଯମୁନା, ବ୍ରହ୍ମପୁତ୍ର, ଗୋମତି ଓ ସତଲେଜ୍ ଭଳି ୫ଟି ନଦୀ ତଥା ‘ସିଫା’ ଫାର୍ମର ରୋହିମାଛକୁ ସଂଗ୍ରହ କରାଯାଇଥିଲା । ଏହି ମାଛକୁ ବିଭିନ୍ନ ରଙ୍ଗ ଦ୍ଵାରା ବା ପକ୍ଷ ଛେଦନ ଦ୍ଵାରା ଚିହ୍ନିତ କରାଗଲା ଓ ଏକା ସାଙ୍ଗରେ ପାଳନ କରାଗଲା । ସଂଗୃହିତ ମାଛର ପରିପକ୍ଵତା ଆସିବା ପରେ ପ୍ରତ୍ୟେକ ମାଈ ମାଛ ଦୁଇଟି ଅଣ୍ଡିରା ମାଛର ସଂଗମ ନିର୍ଦ୍ଦିଷ୍ଟ କରାଯାଇ ଏକ ପରିବାରର ଆଖ୍ୟା ଦିଆଗଲା । ପ୍ରତ୍ୟେକ ପରିବାରରେ ଅଣ୍ଡାକୁ ବିଶେଷ ଭାବେ ନିର୍ମିତ ହ୍ୟାଚେରୀରେ ଅଲଗା ଅଲଗା ଛୁଆ ଫୁଟା ଯାଇଥିଲା ଏବଂ ସେମାନଙ୍କୁ ନର୍ସରୀ ପୋଖରୀରେ ଅଲଗା  ଅଲଗା ପାଳନ କରଯାଇଥିଲା । ଯେତେବେଳେ ମାଛ ଯାଆଁଳମାନେ ନର୍ସରୀ ପୋଖରୀରେ ୮-୧୦ ଗ୍ରାମ ହୋଇ ଯାଆନ୍ତି ସେତେବେଳେ ବିଦ୍ୟୁତ ଚୁମ୍ବକୀୟ ଟ୍ୟାଗ୍ ପ୍ରତି ମାଛ ଦେହରେ ରୋପଣ କରାଯାଇ ଚିହ୍ନଟ କରାଯାଏ । ଏହି ଟ୍ୟାଗ୍ ରୁ ପରବର୍ତ୍ତୀ ସମୟରେ ଟ୍ୟାଗ୍ ନମ୍ବର ଜାଣି ହୁଏ ତା’ ଦ୍ଵାରା ପ୍ରତି ମାଛର ଅଭିବୃଦ୍ଧି ଲକ୍ଷ୍ୟ କରାଯାଏ । ମାଛମାନଙ୍କର ଚିହ୍ନଟ ପ୍ରକ୍ରିୟା ସରିଲା ପରେ ସେମାନଙ୍କୁ ଏକ ପୋଖରୀରେ ଛଡ଼ାଯାଏ । ସମାନ ପରିବେଶରେ ଅଧିକ ବଢିପାରୁଥିବା ମାଛମାନଙ୍କୁ ଗୁଣସୁତ୍ର ଭିଭିକ ଚୟନ କରାଯାଏ । ଗୁଣସୁତ୍ର ଭିତ୍ତିକ ଅଧିକ ବଢିବା କ୍ଷମତା ଥିବା ମାଛଗୁଡ଼ିକୁ ପ୍ରଜନନ କ୍ଷମ ପୋଖତାମାଛ ଭାବରେ ନିଆଯାଇ ଗୁଣ୍ଡ ଜାଆଁଳ ପ୍ରସ୍ତୁତ କରାଯାଏ ।

 

‘ଜୟନ୍ତୀ ରୋହି’ ପାଇଁ ଖାଦ୍ୟ

କାଣ୍ଡିଆ ଗୁଣ୍ଡା ୩୩%, ଶୁଖୁଆ ଗୁଣ୍ଡ ଶତକଡ଼ା ୫ ଭାଗ, ବାଦାମୀ ପିଡ଼ିଆ ୪୦%, ଭିଟାମିନ୍ ମିନେରାଲ-୨%), ସୋୟାବିନ୍‌ ପିଡ଼ିଆ୨୦% । ଏହା ମାଛ ଓଜନର ୨-୩% ହିସାବରେ ୨ ଥର ଦେବା ଉଚିତ । ପ୍ରତିଥର ଜାଲ ଟଣାଯାଇ ମସ୍ୟା ରୋଗର ଲକ୍ଷଣମାନ ଏବଂ ବୃଦ୍ଧିହାର ଦେଖିବା ଉଚିତ୍ । ଉପଯୁକ୍ତ ପୋଖରୀ ପରିଚାଳନା ଏକାନ୍ତ ଜରୁରି ।

 

କେଉଁଠି ମିଳୁଛି ଯାଆଁଳ

‘ଜୟନ୍ତୀ ରୋହି’ର ଗୁଣ୍ଡ ଯାଆଁଳ ସିଫା (CIFA) ରେ ଉପଲବ୍ଧ । CIFA ମତ୍ସ୍ୟ ଗବେଷଣା ପାଇଁ ଭାରତ ସରକାରଙ୍କ ଏକ ସଂସ୍ଥା ଯାହା କୌଶଲ୍ୟା ଗଙ୍ଗ ଭୁବନେଶ୍ୱର (ଧଉଳି ଗିରି ପାଖରେ) ରେ ରହିଛି I

 

କୋଟିଏରୁ ଊର୍ଦ୍ଧ୍ଵ ଯାଆଁଳ ଦିଆସରିଛି

୧୦ବର୍ଷ ତଳୁ ଏହି ଯାଆଁଳ ଚାଷୀଙ୍କୁ ପ୍ରଦାନ କରାଯାଇ ଆସୁଛି। ୧ଲକ୍ଷ ଯାଆଁଳକୁ ୭୦୦ ଟଙ୍କାରେ ବିକ୍ରି କରାଯାଇଥାଏ ।

“ସିଫା’ରୁ ଯାଆଁଳ କିଣି ନେବାର ୧ମାସରୁ ୨ ମାସ ମଧ୍ୟରେ ତାକୁ ବଡ଼ କରି ବିକ୍ରି କରି ଅତି କମ୍ରେ ୨୦ରୁ ୩୦ହଜାର ଟଙ୍କା ଲାଭ ପାଉଛନ୍ତି । ମାତ୍ର ଏଥିପାଇଁ ସେମାନଙ୍କୁ ୨ ମାସ ପୂର୍ବରୁ ନିୟମ ମୁତାବକ ‘ସିଫା’କୁ ଚିଠି ଲେଖିବାକୁ ହେବ । ଯେହେତୁ ଜୁଲାଇରୁ ଅଗଷ୍ଟ ମଧ୍ୟରେ ଯାଆଁଳ ଦିଆଯାଇଥାଏ। ସେଥିଲାଗି ଜୁନ୍ ମାସରୁ ଏଥିପାଇଁ ଆବେଦନ କରିବାକୁ ପଡ଼ିଥାଏ । ଯାଆଁଳ ଗୁଡ଼ିକୁ ବଡ଼ ମାଛରେ ପରିଣତ ହେବାକୁ ପାଖାପାଖି ୧ ବର୍ଷ ଲାଗିଥାଏ । ଆଉ ଏହା ସାଧାରଣ ରୋହିଠାରୁ ଅଧିକ ୨୫% ଲାଭ ଦେଇଥାଏ  । 

AgriChat mobile app. A friend for Farmer student Businessman, NGOs, and experts. Please downloa from playstore and use it.

Leave a Comment

Your email address will not be published. Required fields are marked *

Language»
error: Content is protected !!